ଡି'କକଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମୁମ୍ବାଇ ୧୬୨/୫

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୫୧ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୨ ରନ୍ କରିଛି। ଫଳରେ ଏହି ମୁକାବିଲା ଜିତିବା ପାଇଁ ହାଇଦ୍ରାବାଦକୁ ୧୬୩ ରନ୍ କରିବାକୁ ପଡ଼ିବ। ମୁମ୍ବାଇ ପକ୍ଷରୁ କ୍ୱିଣ୍ଟନ୍ ଡି’କକ୍ ସର୍ବାଧିକ ଅପରାଜିତ ୬୯ (୫୮ ବଲ୍, ୬ ଚୌକା, ୨ ଛକା) ରନ୍ […]

d cock

Hemant Lenka
  • Published: Thursday, 02 May 2019
  • , Updated: 02 May 2019, 09:56 PM IST

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୫୧ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୨ ରନ୍ କରିଛି।

ଫଳରେ ଏହି ମୁକାବିଲା ଜିତିବା ପାଇଁ ହାଇଦ୍ରାବାଦକୁ ୧୬୩ ରନ୍ କରିବାକୁ ପଡ଼ିବ। ମୁମ୍ବାଇ ପକ୍ଷରୁ କ୍ୱିଣ୍ଟନ୍ ଡି'କକ୍ ସର୍ବାଧିକ ଅପରାଜିତ ୬୯ (୫୮ ବଲ୍, ୬ ଚୌକା, ୨ ଛକା) ରନ୍ କରିଛନ୍ତି। ତେବେ ଟିମ୍ କ୍ୟାପଟେନ୍ ରୋହିତ୍ ଶର୍ମା (୨୪), ସୂର୍ଯ୍ୟକୁମାର ଯାଦବ (୨୩) ଓ ହାର୍ଦ୍ଦିକ ପାଣ୍ଡ୍ୟା (୧୮) ନିରାଶ କରିଛନ୍ତି।

ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପ୍ନର ରୋହିତ୍ ଓ ଡି'କକ୍ ପ୍ରଥମ ୱିକେଟ୍ ପାଇଁ ୩୬ ରନ୍ ଯୋଡ଼ିଥିଲେ। ରୋହିତ ପୁଣିଥରେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ସେ ୧୮ ବଲରେ ୫ ଚୌକା ସହ ୨୪ ରନ୍ କରି ଖଲୀଲ ଅହମ୍ମଦଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।

ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଡି'କକଙ୍କୁ ଭଲ ସହଯୋଗ କରିଥିଲେ। ଦୁହେଁ ଧୀରେ ଧୀରେ ସ୍କୋରକୁ ଆଗକୁ ବଢ଼ାଇବା ସହ ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଡି'କକ୍ ଓ ସୂର୍ଯ୍ୟକୁମାର ୫୪ ରନର ପାର୍ଟନରଶିପ୍ କରିଥିଲେ। ସୂର୍ଯ୍ୟକୁମାର ୧୭ ବଲରେ ୩ ଚୌକା ଓ ୧ ଛକା ସହ ୨୩ ରନ୍ କରି ଖଲୀଲଙ୍କ ଶିକାର ହୋଇଥିଲେ।

ଏଭିନ୍ ଲୁଇସ୍ (୧) ପୁଣିଥରେ ଫେଲ୍ ମାରିଥିଲେ ଏବଂ ମହମ୍ମଦ ନବିଙ୍କ ବଲରେ ବିଜୟ ଶଙ୍କରଙ୍କୁ କ୍ୟାଚ୍ ଦେଇ ବସିଥିଲେ। ହାର୍ଦ୍ଦିକ ଦ୍ରୁତ ରନ୍ କରିବା ପ୍ରୟାସରେ ନିଜ ୱିକେଟ୍ ହରାଇଥିଲେ। ସେ ୧୮ (୧୦ ବଲ୍, ୧ ଚୌକା, ୧ ଛକା) ରନ୍ କରି ଭୁବନେଶ୍ୱର କୁମାରଙ୍କ ବଲରେ ନବିଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ତେବେ ଡି'କକ୍ ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରି ୪୮ ବଲରେ ଅର୍ଦ୍ଧଶତକ ମାରିଥିଲେ ହେଁ, ଟିମକୁ ବଡ଼ ସ୍କୋରରେ ପହଞ୍ଚାଇପାରି ନଥିଲେ।

ଇନଫର୍ମ ଅଲରାଉଣ୍ଡର କାଇରନ୍ ପୋଲାର୍ଡ ୧୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ କୃନାଲ୍ ପାଣ୍ଡ୍ୟା ୩ ବଲରେ ୯ ରନ୍ କରି ଅପରାଜିତ ଥିଲେ। ହାଇଦ୍ରାବାଦ ପକ୍ଷରୁ ଖଲୀଲ ୪୨ ରନ୍ ଦେଇ ୩ଟି, ଭୁବନେଶ୍ୱର ଓ ନବି ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story