ଚେନ୍ନାଇକୁ ହରାଇଲା ଦିଲ୍ଲୀ

ଦିଲ୍ଲୀ: ଆଇପିଏଲ୍‌ର ୫୨ତମ ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲ୍ସ ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୪ ରନ୍‌ରେ ପରାସ୍ତ କରିଛି। ଦିଲ୍ଲୀର ଫିରୋଜଶାହା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୬୨ ରନ୍‌ କରିଥିଲା। ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୨୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍‌ରେ ଯୁବଷ୍ଟାର ପୃଥ୍ୱୀ ଶାହାଙ୍କ […]

delhi

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 05:45 AM IST

ଦିଲ୍ଲୀ: ଆଇପିଏଲ୍‌ର ୫୨ତମ ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲ୍ସ ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୪ ରନ୍‌ରେ ପରାସ୍ତ କରିଛି। ଦିଲ୍ଲୀର ଫିରୋଜଶାହା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୬୨ ରନ୍‌ କରିଥିଲା। ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୨୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଏହି ମ୍ୟାଚ୍‌ରେ ଯୁବଷ୍ଟାର ପୃଥ୍ୱୀ ଶାହାଙ୍କ ଚମକ ଦେଖିବାକୁ ମିଳି ନଥିଲା। ସେ ଆଉଟ୍‌ ହେବା ପରେ ଋଷଭ ପନ୍ତ ପଡ଼ିଆକୁ ଆସିଥିଲେ। ପନ୍ତ ୨୬ ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୨ ଛକା ସହାୟତାରେ ୩୮ ରନ୍‌ କରିଥିଲେ। ଆୟରଙ୍କ ସହ ମିଶି ସେ ୫୪ ରନ୍‌ର ପାର୍ଟନରସିପ୍‌ କରିଥିଲେ। ଦଳ ପକ୍ଷରୁ ବିଜୟ ଶଙ୍କର ୨ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୩୬ ରନ୍‌ କରିଥିଲେ। ହର୍ଷଲ ପଟେଲ ମଧ୍ୟ ୩୬ ରନ୍‌ର ପାରି ଖେଳିଥିଲେ। ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ ଦେଖାଇଥିବା ହର୍ଷଲଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା। ସେ ୪ ଓଭର ବୋଲିଂ କରି ୨୩ ରନ୍‌ ବିନିମୟରେ ଗୋଟିଏ ୱିକେଟ୍‌ ନେଇଥିଲେ।

Related story