ଦ୍ୱିତୀୟ ସ୍ଥାନକୁ ଉଠିଲା ଦିଲ୍ଲୀ କ୍ୟାପିଟାଲ୍ସ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ରବିବାର ରାତିରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏକତରଫା ଭାବେ ସନରାଇଜର୍ସ ହାଇଦ୍ରାବାଦକୁ ୩୯ ରନରେ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ଏଥିସହ ଚଳିତ ଲିଗରେ ଦିଲ୍ଲୀ ୫ ବିଜୟ ସହ ୧୦ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନକୁ ଉଠିଛି। ଚେନ୍ନାଇ ସୁପର କିଙ୍ଗସ ୭ ବିଜୟ ସହ ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ହାଇଦ୍ରାବାଦର ଏହା ହ୍ୟାଟ୍ରିକ୍ ପରାଜୟ। ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି […]

delhi

Ranjit Kumar Jena
  • Published: Monday, 15 April 2019
  • , Updated: 15 April 2019, 07:12 PM IST

ହାଇଦ୍ରାବାଦ: ଚଳିତ ଆଇପିଏଲରେ ରବିବାର ରାତିରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏକତରଫା ଭାବେ ସନରାଇଜର୍ସ ହାଇଦ୍ରାବାଦକୁ ୩୯ ରନରେ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ଏଥିସହ ଚଳିତ ଲିଗରେ ଦିଲ୍ଲୀ ୫ ବିଜୟ ସହ ୧୦ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନକୁ ଉଠିଛି। ଚେନ୍ନାଇ ସୁପର କିଙ୍ଗସ ୭ ବିଜୟ ସହ ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ହାଇଦ୍ରାବାଦର ଏହା ହ୍ୟାଟ୍ରିକ୍ ପରାଜୟ।

ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୫ ରନ୍ କରିଥିଲା। ଜବାବରେ ହାଇଦ୍ରାବାଦ ୧୮.୫ ଓଭରରେ ୧୧୬ ରନ୍ କରି ଅଲଆଉଟ୍ ହୋଇଥିଲା। ଦିଲ୍ଲୀ ବିଜୟରେ ପ୍ରମୁଖ ଭୂମିକା ବହନ କରିଥିବା କୀମୋ ପଲ୍ (୩/୧୭) ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ଏହି ସହଜ ଲକ୍ଷ୍ୟର ପିଛା କରି ହାଇଦ୍ରାବାଦ ଭଲ ଆରମ୍ଭ କରିଥିଲା। ଦୁଇ ଓପ୍ନର ଡେଭିଡ୍ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋ ପ୍ରଥମ ୱିକେଟ୍ ପାଇଁ ୭୨ ରନ୍ ଯୋଡ଼ିଥିଲେ। କିନ୍ତୁ ଦୁହିଁଙ୍କ ଆଉଟ୍ ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଅଲଆଉଟ୍ ହୋଇଯାଇଥିଲା।

ୱାର୍ଣ୍ଣର ୪୭ ବଲରେ ୫୧ ଓ ବେୟାରଷ୍ଟୋ ୩୧ ବଲରେ ୪୧ ରନ୍ କରିଥିବା ବେଳେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରିନଥିଲେ। ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ୨୨ ରନ୍ ଦେଇ ୩ଟି ଓ କ୍ରିସ ମୋରିସ୍ ୨୨ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ।

ପୂର୍ବରୁ ହାଇଦ୍ରବାଦା ଅଧିନାୟକ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ ୨୦ ରନରେ ଦୁଇ ଓପ୍ନର ଯଥା ପୃଥ୍ୱୀ ଶ' (୪) ଓ ଶିଖର ଧୱନ୍ (୭)ଙ୍କ ୱିକେଟ୍ ହରାଇଥିଲା। ଏହା ପରେ କଲିନ୍ ମୁନରୋ ଓ ଅଧିନାୟକ ଶ୍ରେୟସ ଆୟର୍ ଭଲ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ତେବେ ଦୁହିଁଙ୍କ ଆଉଟ୍ ପରେ ଦିଲ୍ଲୀ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା।

ଆୟର୍ ୪୫ (୪୦ ବଲ) ଓ ମୁନରୋ ୪୦ (୨୩ ବଲ, ୪ ଚୌକା, ୩ ଛକା) ରନ୍ କରି ଆଉଟ୍ ହୋଇଥିଲେ। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (୨୩) ଓ କ୍ରିସ ମୋରିସ୍ (୪) ନିରାଶ କରିଥିଲେ। ଅକ୍ଷର ପଟେଲ ୧୪ ଓ କାଗିସୋ ରବାଡା ୨ ରନ୍ କରି ଅପରାଜିତ ଥିଲେ। ହାଇଦ୍ରାବାଦ ପକ୍ଷରୁ ଖଲିଲ୍ ଅହମ୍ମଦ ୩୦ ରନ୍ ଦେଇ ୩ଟି ଓ ଭୁବନେଶ୍ୱର କୁମାର ୨ଟି ୱିକେଟ୍ ହାସଲ କରିଛନ୍ତି।

Related story