ଟସ୍‌ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି

ମୋହାଲି: ଆଇପିଏଲ୍‌ ୨୦୧୯ର ୧୩ତମ ମ୍ୟାଚ୍‌ରେ କିଙ୍ଗସ୍‌ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଆଜିର ମ୍ୟାଚ୍‌ରେ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଉଭୟ ଟିମ୍‌ ନିଜ ନିଜର ଶେଷ ମ୍ୟାଚ୍‌ଟିକୁ ଜିତିଥିଲେ। ତେଣୁ ୱିନିଂ ଧାରାକୁ ଆଜି ଜାରି ରଖିବାକୁ ଉଦ୍ୟମ କରିବେ। ପଞ୍ଜାବ ଗତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କୋଲାକାତାକୁ ହରାଇଥିଲା। ପଞ୍ଜାବ ପକ୍ଷରୁ […]

rd

Hemant Lenka
  • Published: Monday, 01 April 2019
  • , Updated: 01 April 2019, 08:04 PM IST

ମୋହାଲି: ଆଇପିଏଲ୍‌ ୨୦୧୯ର ୧୩ତମ ମ୍ୟାଚ୍‌ରେ କିଙ୍ଗସ୍‌ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଆଜିର ମ୍ୟାଚ୍‌ରେ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଉଭୟ ଟିମ୍‌ ନିଜ ନିଜର ଶେଷ ମ୍ୟାଚ୍‌ଟିକୁ ଜିତିଥିଲେ। ତେଣୁ ୱିନିଂ ଧାରାକୁ ଆଜି ଜାରି ରଖିବାକୁ ଉଦ୍ୟମ କରିବେ।

ପଞ୍ଜାବ ଗତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କୋଲାକାତାକୁ ହରାଇଥିଲା।

ପଞ୍ଜାବ ପକ୍ଷରୁ ଆଜି କ୍ରିସ୍‌ ଗେଲ୍‌ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ତେଣୁ ସାମ କରାନ ଓ କେଏଲ୍‌ ରାହୁଲ ଓପନ କରୁଛନ୍ତି।

ଶେଷ ଖବର ସୁଦ୍ଧା ପଞ୍ଜାବ ଗୋଟିଏ ଓଭର୍‌ରେ ବିନା ୱିକେଟ୍‌ରେ ୫ ରନ୍‌ କରିଛି।

Related story