ମାସ୍କ ପିନ୍ଧି ଅଭ୍ୟାସ କଲେ ବାଂଲାଦେଶ ଖେଳାଳି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୁଷଣ ମାତ୍ରା ବିପଜ୍ଜନକ ସ୍ତରରେ ପହଞ୍ଚିବା ସତ୍ତେ୍ୱ ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ନଭେମ୍ବର ୩ ତାରିଖରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଦିଲ୍ଲୀରେ ବାୟୁର ସ୍ତର ଖରାପ ହେବା ସତ୍ତେ୍ୱ ବାଂଲାଦେଶର କ୍ରିକେଟରମାନେ ଗୁରୁବାର ଏଠାରେ ଅଭ୍ୟାସ କରିବାକୁ ଓହ୍ଲାଇଥିଲେ। ଏହା ମଧ୍ୟରେ ବାଂଲାଦେଶର ଖେଳାଳିମାନେ ମୁହଁରେ ମାସ୍କ ପିନ୍ଧିଥିଲେ। ବାଂଲାଦେଶର ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସ ମାସ୍କ ପିନ୍ଧି ପ୍ରାକ୍ଟିସ୍ କରିଥିଲେ। ସୂଚନାଯୋଗ୍ୟ, […]

bangladesh

Ranjit Kumar Jena
  • Published: Thursday, 31 October 2019
  • , Updated: 31 October 2019, 08:44 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୁଷଣ ମାତ୍ରା ବିପଜ୍ଜନକ ସ୍ତରରେ ପହଞ୍ଚିବା ସତ୍ତେ୍ୱ ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ନଭେମ୍ବର ୩ ତାରିଖରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଦିଲ୍ଲୀରେ ବାୟୁର ସ୍ତର ଖରାପ ହେବା ସତ୍ତେ୍ୱ ବାଂଲାଦେଶର କ୍ରିକେଟରମାନେ ଗୁରୁବାର ଏଠାରେ ଅଭ୍ୟାସ କରିବାକୁ ଓହ୍ଲାଇଥିଲେ। ଏହା ମଧ୍ୟରେ ବାଂଲାଦେଶର ଖେଳାଳିମାନେ ମୁହଁରେ ମାସ୍କ ପିନ୍ଧିଥିଲେ। ବାଂଲାଦେଶର ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସ ମାସ୍କ ପିନ୍ଧି ପ୍ରାକ୍ଟିସ୍ କରିଥିଲେ।

ସୂଚନାଯୋଗ୍ୟ, ବାଂଲାଦେଶ ଟିମ୍ ବୁଧବାର ଭାରତରେ ପହଞ୍ଚିଛି ଏବଂ ଗୁରୁବାର ଜେଟଲୀ ଷ୍ଟାଡିୟମରେ ତା'ର ପ୍ରଥମ ଅଭ୍ୟାସ ସେସନରେ ଯୋଗ ଦେଇଥିଲା। ଲିଟନଙ୍କ ବ୍ୟତୀତ ମୁଶଫିକର ରହିମ୍ ଓ ମୁସ୍ତାଫିଜୁର ରେହମାନଙ୍କୁ ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା, କିନ୍ତୁ ଦୁହେଁ ମୁହଁରେ ମାସ୍କ ପିନ୍ଧିନଥିଲେ।

ଏହା ପୂର୍ବରୁ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଇନଡୋରରେ ଟ୍ରେନିଂ କରିବାକୁ ଯୋଜନା କରିଛନ୍ତି। ଭାରତୀୟ ଦଳ ନଭେମ୍ବର ୧ ଓ ୨ ତାରିଖରେ ଅପରାହ୍ନ ୨ଟାରୁ ୫ଟା ଭିତରେ ଇନଡୋରରେ ଅଭ୍ୟାସ କରିବେ। ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ "ମ୍ୟାଚଟି ରାତିରେ ଖେଳାଯିବା ଏହା ଆମ ପାଇଁ ବଡ଼ ସମସ୍ୟା ନୁହେଁ, କିନ୍ତୁ ଟ୍ରେନିଂ କରିବା ମୁଖ୍ୟ ଚିନ୍ତାର କାରଣ। ଯଦି ନଭେମ୍ବର ୧ ଓ ୨ ତାରିଖରେ ପାଣିପାଗ ଭଲ ନରହିଲା, ତାହେଲେ ଆମକୁ ଅତିରିକ୍ତ ଅଭ୍ୟାସ ସେସନ୍ ରଖିବାକୁ ପଡ଼ିବ।"

Related story