ମୟଙ୍କ ଓ ଶୁବମାନଙ୍କ ଶତକ: ଫାଇନାଲରେ ଇଣ୍ଡିଆ-ସି

ରାଞ୍ଚି: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଦେଓଧର ଟ୍ରଫିରେ ମୟଙ୍କ ଅଗ୍ରୱାଲ୍ ଓ ଶୁବମାନ୍ ଗିଲଙ୍କ ବ୍ୟାଟ୍ ଖୁବ୍ ଗର୍ଜିଛି। ଦୁହିଁଙ୍କ ଶତକୀୟ ଇନିଂସ୍ ବଳରେ ଇଣ୍ଡିଆ-ସି ୨୩୨ ରନରେ ଇଣ୍ଡିଆ-ଏ’କୁ ହରାଇ ଦେଓଧର ଟ୍ରଫିର ଫାଇନାଲରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ପରାଜୟ ସହ ଇଣ୍ଡିଆ-ଏ ବିଦାୟ ନେଇଛି। ଇଣ୍ଡିଆ-ସି କ୍ୟାପଟେନ୍ ଶୁବମାନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଇଣ୍ଡିଆ-ସି ନିର୍ଦ୍ଧାରିତ ୫୦ ଓଭରରେ ୩ […]

gill

Ranjit Kumar Jena
  • Published: Friday, 01 November 2019
  • , Updated: 01 November 2019, 06:56 PM IST

ରାଞ୍ଚି: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଦେଓଧର ଟ୍ରଫିରେ ମୟଙ୍କ ଅଗ୍ରୱାଲ୍ ଓ ଶୁବମାନ୍ ଗିଲଙ୍କ ବ୍ୟାଟ୍ ଖୁବ୍ ଗର୍ଜିଛି। ଦୁହିଁଙ୍କ ଶତକୀୟ ଇନିଂସ୍ ବଳରେ ଇଣ୍ଡିଆ-ସି ୨୩୨ ରନରେ ଇଣ୍ଡିଆ-ଏ'କୁ ହରାଇ ଦେଓଧର ଟ୍ରଫିର ଫାଇନାଲରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ପରାଜୟ ସହ ଇଣ୍ଡିଆ-ଏ ବିଦାୟ ନେଇଛି। ଇଣ୍ଡିଆ-ସି କ୍ୟାପଟେନ୍ ଶୁବମାନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଇଣ୍ଡିଆ-ସି ନିର୍ଦ୍ଧାରିତ ୫୦ ଓଭରରେ ୩ ୱିକେଟ୍ ହରାଇ ୩୬୬ ରନର ବିଶାଳ ସ୍କୋର କରିଥିଲେ। ମୟଙ୍କ ଓ ଶୁବମାନ୍ ପ୍ରଥମ ୱିକେଟ୍ ପାଇଁ ୨୨୬ ରନର ଦ୍ୱିଶତକୀୟ ଭାଗୀଦାରୀ କରିଥିଲେ। ମୟଙ୍କ ୧୧୧ ବଲରେ ୧୫ ଚୌକା ଓ ୧ ଛକା ସହାୟତାରେ ୧୨୦ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ଶୁବମାନ୍ ୧୪୩ (୧୪୨ ବଲ୍‌, ୧୦ ଚୌକା, ୬ ଛକା) ରନର ମାରାଥନ୍ ଇନିଂସ୍ ଖେଳି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଶିକାର ହୋଇଥିଲେ। ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଧୂଆଁଧାର ବ୍ୟାଟିଂ କରି ଟିମକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ସେ ମାତ୍ର ୨୯ ବଲରେ ଅପରାଜିତ ୭୨ ରନ୍ କରିଥିଲେ, ଯେଉଁଥିରେ ୯ ଚୌକା ଓ ୪ ଛକା ସାମିଲ ଥିଲା।

ବିଶାଳ ଲକ୍ଷ୍ୟର ପିଛା କରୁଥିବା ଇଣ୍ଡିଆ-ଏ ପ୍ରତିପକ୍ଷ ଦଳର ସ୍ପିନର ଜଲଜ ସାକ୍ସେନା ସ୍ପିନ୍ ବୋଲିଂ ଆଗରେ ଆତ୍ମସମର୍ପଣ କରି ୨୯.୫ ଓଭରରେ ୧୩୪ ରନରେ ଅଲଆଉଟ୍ ହୋଇଯାଇଥିଲା। ଇଣ୍ଡିଆ-ଏ ପକ୍ଷରୁ ଦେବଦତ୍ତ ପାଦିକଲ୍ ସର୍ବାଧିକ ୩୧, ଭାର୍ଗବ ମେରାଇ ୩୦ ଓ ଇଶାନ୍ କିଶନ ୨୫ ରନ୍ କରିଥିଲେ। ଇଣ୍ଡିଆ-ସି ପକ୍ଷରୁ ସାକ୍ସେନା ୪୧ ରନ୍ ଦେଇ ସର୍ବାଧିକ ୭ଟି ଏବଂ ଈଶାନ୍ ପୋରେଲ୍ ୨ଟି ୱିକେଟ୍ ନେଇଥିଲେ।

Related story