ଫୁଟସାଲ ହେଉଛି ଆଇପିଏଲ୍ ପରି: ଡଗ୍‌ ରିଡ୍‌ 

ପାଣାଜୀ: “ଫୁଟ୍‌ସାଲ ହେଉଛି ବିଶ୍ୱ କ୍ରିକେଟରେ ପ୍ରସିଦ୍ଧି ଲାଭ କରିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ) ଟି-୨୦ କ୍ରିକେଟ ପରି। ଏହି ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ଦେଶ ଓ ବିଦେଶର ଖେଳାଳି। ଆଇପିଏଲ ପରି ଏଥିରେ ମଧ୍ୟ ଦେଖିବାକୁ ମିଳିବ ଉତ୍ସାହ ଓ ଉଦ୍ଦୀପନା।” ଗୁରୁବାର ଏହା କହିଛନ୍ତି ଇଂଲଣ୍ଡର ଫୁଟ୍‌ସାଲ ଖେଳାଳି ଡୌଗ୍‌ ରିଡ୍‌। ଚେନ୍ନାଇରେ ଆରମ୍ଭ ହେବାକୁ ଥିବା ପ୍ରିମିୟର ଫୁଟ୍‌ସାଲ ଲିଗ୍‌ର ପ୍ରଦର୍ଶନୀରେ ବ୍ରାଜିଲର ଫୁଟ୍‌ବଲ ଲିଜେଣ୍ଡ ରୋନାଲ୍‌ଡିନୋ, ପଲ ସ୍କୋଲସ୍‌ […]

deug reed

Rakesh Mallick
  • Published: Thursday, 21 July 2016
  • , Updated: 21 July 2016, 06:09 PM IST

ପାଣାଜୀ: “ଫୁଟ୍‌ସାଲ ହେଉଛି ବିଶ୍ୱ କ୍ରିକେଟରେ ପ୍ରସିଦ୍ଧି ଲାଭ କରିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ) ଟି-୨୦ କ୍ରିକେଟ ପରି। ଏହି ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ଦେଶ ଓ ବିଦେଶର ଖେଳାଳି। ଆଇପିଏଲ ପରି ଏଥିରେ ମଧ୍ୟ ଦେଖିବାକୁ ମିଳିବ ଉତ୍ସାହ ଓ ଉଦ୍ଦୀପନା।” ଗୁରୁବାର ଏହା କହିଛନ୍ତି ଇଂଲଣ୍ଡର ଫୁଟ୍‌ସାଲ ଖେଳାଳି ଡୌଗ୍‌ ରିଡ୍‌।

ଚେନ୍ନାଇରେ ଆରମ୍ଭ ହେବାକୁ ଥିବା ପ୍ରିମିୟର ଫୁଟ୍‌ସାଲ ଲିଗ୍‌ର ପ୍ରଦର୍ଶନୀରେ ବ୍ରାଜିଲର ଫୁଟ୍‌ବଲ ଲିଜେଣ୍ଡ ରୋନାଲ୍‌ଡିନୋ, ପଲ ସ୍କୋଲସ୍‌ ଓ ମଞ୍ଚେଷ୍ଟର ୟୁନାଇଟେଡ୍‌ର ପୂର୍ବତନ ସହ ପରିଚାଳକ ରିଆନ୍‌ ଜିଗ୍‌ ଯୋଗଦେବେ।

ଡିଗ୍‌ କହିଛନ୍ତି,“ଭାରତରେ ଫୁଟ୍‌ସାଲ ପରି ଏକ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବା ଏକ ଉଚ୍ଚାଭିଳାଷୀ ପଦକ୍ଷେପ। ଏହି ଟୁର୍ଣ୍ଣାମେଣ୍ଟ ଏପର୍ଯ୍ୟନ୍ତ ଭାରତରେ ହୋଇନାହିଁ। ମୁଁ ଭାବୁଛି ଏହିପରି ଏକ ଟୁର୍ଣ୍ଣାମେଣ୍ଟ ପାଇଁ ବଡ ବଡ ଷ୍ଟାରଙ୍କୁ ଡକାଇବା ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ।” ସେ ଆହୁରି ମଧ୍ୟ କହିଛନ୍ତି,“ଆମେ ଯଦି ବଡ ବଡ ଷ୍ଟାରମାନଙ୍କୁ ଏହି ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନୀକୁ ଡକାଇ ନ ଥାନ୍ତୁ ତେବେ ତାହା ଧ୍ୟାନ୍‌ ଆକର୍ଷଣ କରିପାରି ନ ଥାନ୍ତା। ଏହି ଟୁର୍ଣ୍ଣାମେଣ୍ଟରେ ଆଇପିଏଲ ପରି ଉନ୍ମାଦ ଦେଖିବାକୁ ମିଳିବ।”

Related story