ଡେଭିସ୍ କପ: ସୋମଦେବ ଜିତିଲେ,ଭାରତ-ନ୍ୟୁଜିଲ୍ୟାଣ୍ଡ ୨-୨

ଖ୍ରୀଷ୍ଟଚର୍ଚ୍ଚ : ଠିକଣା ସମୟରେ ସୋମଦେବ ଦେବବର୍ମନଙ୍କ ଭଲ ପ୍ରଦର୍ଶନ ଡେଭିସ କପରେ ନ୍ୟୁଜିଲ୍ୟାଣ୍ଡ ସହିତ ଭାରତର ପଏଣ୍ଟକୁ ସମାନ ସ୍ତରରେ ପହଞ୍ଚାଇ ଦେଇଛି। ଡେଭିସ କପରେ ରବିବାର ଅନୁଷ୍ଠିତ ଏକ ସିଙ୍ଗିଲ୍ସ ମ୍ୟାଚରେ ସୋମଦେବ ନ୍ୟୁଜିଲ୍ୟାଣ୍ଡର ମାର୍କସ୍ ଡାନିଏଲଙ୍କୁ ୬-୪, ୬-୪, ୬-୪ ସିଧାସଳଖ ସେଟରେ ହରାଇ ଦେଇଥିଲେ। ୨ ଘଣ୍ଟା ୧୮ ମିନିଟ ଧରି ଚାଲିଥିଲା ଏହି ମ୍ୟାଚ୍ । ଆଉ ସୋମଦେବ ଏହି ମ୍ୟାଚ ଜିତି ଯିବା ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ […]

somdev

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 11:40 AM IST

ଖ୍ରୀଷ୍ଟଚର୍ଚ୍ଚ : ଠିକଣା ସମୟରେ ସୋମଦେବ ଦେବବର୍ମନଙ୍କ ଭଲ ପ୍ରଦର୍ଶନ ଡେଭିସ କପରେ ନ୍ୟୁଜିଲ୍ୟାଣ୍ଡ ସହିତ ଭାରତର ପଏଣ୍ଟକୁ ସମାନ ସ୍ତରରେ ପହଞ୍ଚାଇ ଦେଇଛି। ଡେଭିସ କପରେ ରବିବାର ଅନୁଷ୍ଠିତ ଏକ ସିଙ୍ଗିଲ୍ସ ମ୍ୟାଚରେ ସୋମଦେବ ନ୍ୟୁଜିଲ୍ୟାଣ୍ଡର ମାର୍କସ୍ ଡାନିଏଲଙ୍କୁ ୬-୪, ୬-୪, ୬-୪ ସିଧାସଳଖ ସେଟରେ ହରାଇ ଦେଇଥିଲେ। ୨ ଘଣ୍ଟା ୧୮ ମିନିଟ ଧରି ଚାଲିଥିଲା ଏହି ମ୍ୟାଚ୍ । ଆଉ ସୋମଦେବ ଏହି ମ୍ୟାଚ ଜିତି ଯିବା ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଦୁଇ ପଏଣ୍ଟ ଲେଖାଏଁ ପାଇ ସମାନ ସ୍ତରରେ ପହଞ୍ଚି ଯାଇଛନ୍ତି।

ଆଜି ସୋମଦେବଙ୍କର ମୁକାବିଲା ଜୋସ ସ୍ଥାଥମଙ୍କ ସହିତ ହେବାର ଥିଲା। କିନ୍ତୁ ଜୋସ ଜ୍ୱରରେ ପୀଡିତ ହେବା ଯୋଗୁଁ ସୋମଦେବଙ୍କ ସହିତ ମୁକାବିଲା କରିବାକୁ ନ୍ୟୁଜିଲ୍ୟାଣ୍ଡ ଡାନିଏଲଙ୍କୁ ଓହ୍ଲାଇଥିଲା।

ଗତକାଲି ସୁଦ୍ଧା ଚଳିତ ଡେଭିସ କପରେ ନ୍ୟୁଜିଲ୍ୟାଣ୍ଡ ୨-୧ରେ ଆଗୁଆ ରହିଥିଲା। ଶୁକ୍ରବାର ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଉଭୟ ଦଳ ୧-୧ ପଏଣ୍ଟ ପାଇଥିଲେ। ତେବେ ଗତକାଲି ଏକ ଡବଲ୍ସ ମ୍ୟାଚରେ ଭାରତୀୟ ଯୋଡି ରୋହନ ବୋପାନ୍ନା ଓ ସାକେତ୍ ମିନେନି ନ୍ୟୁଜିଲ୍ୟାଣ୍ଡର ଆରଟେମ୍ ସିଟାକ୍ ଓ ମାରକସ ଡାନିଏଲଙ୍କଠାରୁ ୩-୬,୬-୭(୧),୩-୬ରେ ହାରି ଯାଇଥିଲେ। ଫଳରେ ନ୍ୟୁଜିଲ୍ୟାଣ୍ଡ ୨-୧ରେ ଆଗେଇ ଯାଇଥିଲା।

Related story