ଟିମ୍ ଇଣ୍ଡିଆକୁ ଝଟକା, ଆଘାତ କାରଣରୁ ତିନି ସପ୍ତାହ ପାଇଁ ଧାଓ୍ୱନ ବିଶ୍ୱକପରୁ ବାଦ୍

ଲଣ୍ଡନ: ଚଳିତ ବିଶ୍ୱକପରେ ଭାରତ ଦୁଇଟି ଯାକ ମ୍ୟାଚରେ ଭଲ ପ୍ରଦର୍ଶନ କରି ଉତ୍ସାହିତ ଥିବା ବେଳେ ଦଳକୁ ଜୋରଦାର ଝଟକା ଲାଗିଛି। ଓପନର ଶିଖର ଧାଓ୍ୱନଙ୍କ ଅଙ୍ଗୁଳିରେ ଆଘାତ ଲାଗିବାରୁ ସେ ଚଳିତ ବିଶ୍ୱକପ ମ୍ୟାଚରୁ ତିନି ସପ୍ତାହ ପାଇଁ ବାଦ ପଡ଼ିଛନ୍ତି। ଧାଓ୍ୱନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବାଉନ୍ସ ବଲକୁ ସାମ୍ନା କରିବା ବେଳେ ବାମ ହାତର ଅଙ୍ଗୁଳିରେ ଆଘାତ ପାଇଥିଲେ। କିନ୍ତୁ ବିଶ୍ରାମ ନନେଇ ଦମଦାର ଶତକ ମାରିଥିଲେ। ଅବଶ୍ୟ […]

sikhar dhawan

sikhar dhawan

Subhransu Sekhar
  • Published: Tuesday, 11 June 2019
  • Updated: 11 June 2019, 02:56 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପରେ ଭାରତ ଦୁଇଟି ଯାକ ମ୍ୟାଚରେ ଭଲ ପ୍ରଦର୍ଶନ କରି ଉତ୍ସାହିତ ଥିବା ବେଳେ ଦଳକୁ ଜୋରଦାର ଝଟକା ଲାଗିଛି। ଓପନର ଶିଖର ଧାଓ୍ୱନଙ୍କ ଅଙ୍ଗୁଳିରେ ଆଘାତ ଲାଗିବାରୁ ସେ ଚଳିତ ବିଶ୍ୱକପ ମ୍ୟାଚରୁ ତିନି ସପ୍ତାହ ପାଇଁ ବାଦ ପଡ଼ିଛନ୍ତି।

ଧାଓ୍ୱନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବାଉନ୍ସ ବଲକୁ ସାମ୍ନା କରିବା ବେଳେ ବାମ ହାତର ଅଙ୍ଗୁଳିରେ ଆଘାତ ପାଇଥିଲେ। କିନ୍ତୁ ବିଶ୍ରାମ ନନେଇ ଦମଦାର ଶତକ ମାରିଥିଲେ। ଅବଶ୍ୟ ଏହାପରେ ସେ ଫିଲ୍ଡିଂ ପାଇଁ ଓହ୍ଲାଇନଥିଲେ। ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଫିଲ୍ଡିଂ କରିଥିଲେ।

ଡାକ୍ତର ଏବେ ଧାଓ୍ୱନଙ୍କୁ ତିନି ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବାରୁ ସେ ଚଳିତ ବିଶ୍ୱକପ ଆଉ ଖେଳି ପାରିବେ ନାହିଁ ବୋଲି ଜଣାପଡ଼ିଛି। ଏହାରି ଭିତରେ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ବିସିସିଆଇକୁ ଶିଖର ଧାଓ୍ୱନଙ୍କ ସ୍ଥାନରେ ଶ୍ରେୟସ ଆୟାରଙ୍କୁ ଇଂଲଣ୍ଡ ପଠାଇବା ପାଇଁ ଅନୁମତି ମାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos