ପୁଣି ବ୍ୟାଟ୍ ଧରିଲେ ମାହି, ଧୋନି-ଧୋନିରେ କମ୍ପିଲା ଷ୍ଟାଡିୟମ

ଚେନ୍ନାଇ: ଭାରତୀୟ କ୍ରିକେଟର ସବୁଠାରୁ ସଫଳ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଭାରତକୁ ଦୁଇଥର ଚାମ୍ପିୟନ୍ କରାଇଥିବା ଧୋନି ପୁଣିଥରେ ବ୍ୟାଟ୍ ଧରିଛନ୍ତି। ସୋମବାର ଚେନ୍ନାଇ ସୁପର୍ କିଙ୍ଗସର ପ୍ରଥମ ଅଭ୍ୟାସ ସେସନରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଧୋନିଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ବିଶ୍ୱକପ୍ ପରଠାରୁ କ୍ରିକେଟ୍ ମଇଦାନରୁ ବାହାରେ ଥିବା ଧୋନିଙ୍କର ଟିକିଏ ଝଲକ ପାଇବା ପାଇଁ ତାଙ୍କ ପ୍ରଶଂସକ ମଧ୍ୟ ଏଠାରେ ଉପସ୍ଥିତ ଥିଲେ। A grand waltz […]

ms-dhoni

Ranjit Kumar Jena
  • Published: Monday, 02 March 2020
  • , Updated: 02 March 2020, 09:12 PM IST

ଚେନ୍ନାଇ: ଭାରତୀୟ କ୍ରିକେଟର ସବୁଠାରୁ ସଫଳ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଭାରତକୁ ଦୁଇଥର ଚାମ୍ପିୟନ୍ କରାଇଥିବା ଧୋନି ପୁଣିଥରେ ବ୍ୟାଟ୍ ଧରିଛନ୍ତି। ସୋମବାର ଚେନ୍ନାଇ ସୁପର୍ କିଙ୍ଗସର ପ୍ରଥମ ଅଭ୍ୟାସ ସେସନରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଧୋନିଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ବିଶ୍ୱକପ୍ ପରଠାରୁ କ୍ରିକେଟ୍ ମଇଦାନରୁ ବାହାରେ ଥିବା ଧୋନିଙ୍କର ଟିକିଏ ଝଲକ ପାଇବା ପାଇଁ ତାଙ୍କ ପ୍ରଶଂସକ ମଧ୍ୟ ଏଠାରେ ଉପସ୍ଥିତ ଥିଲେ।


ପୂରା ଷ୍ଟାଡିୟମରେ ଧୋନି-ଧୋନି ନାରା ଲାଗିଥିଲା ଏବଂ ଏହା ମଧ୍ୟରେ ଧୋନି ଅଭ୍ୟାସ ଆରମ୍ଭ କରିଥିଲେ। ଗତବର୍ଷ ବିଶ୍ୱକପ୍ ପରଠାରୁ ଚର୍ଚ୍ଚା ହେଉଛି ଯେ ଏହି ସିନିୟର ଖେଳାଳି ଏବେ କ୍ରିକେଟକୁ ଅଲବିଦା କହିଦେବେ। କାରଣ ଭାରତର ଏହି ପୂର୍ବତନ କ୍ରିକେଟର ସେବେଠାରୁ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ମ୍ୟାଚ୍ ଖେଳିନାହାନ୍ତି। କିନ୍ତୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ସେ କମବ୍ୟାକ୍ କରିବେ।


ଧୋନିଙ୍କ ପ୍ରାକ୍ଟିସ୍ କରୁଥିବାର ଏକ ଭିଡିଓ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ତା'ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଶେଆର୍ କରିଛି। ଏହା ପୂର୍ବରୁ ଧୋନି ଯେତେବେଳେ ସିଏସକେ ଟିମର ବସ୍ ଯୋଗେ ଷ୍ଟାଡିୟମ ଅଭିମୁଖେ ବାହାରିଲେ, ସେତେବେଳେ ତାଙ୍କ ପ୍ରଶଂସକ ରାସ୍ତାରେ ଭିଡ଼ ଜମାଇଥିଲେ। ବସର ଆଖପାଖରେ ଦୁଇଚକିଆ ଯାନରେ ଧୋନିଙ୍କ ପ୍ରଶଂସକ ଧୋନି-ଧୋନି ନାରା ଲଗାଇଥିଲେ ଏବଂ ଏହା ମଧ୍ୟରେ ପ୍ରଶଂସକ ଧୋନିଙ୍କ ଝଲକ ମଧ୍ୟ ଦେଖିବାକୁ ପାଇଥିଲେ।


ନେଟରେ ଅଭ୍ୟାସ ସେସନ୍ ବେଳେ ଧୋନି କିଛି ଜୋରଦାର୍ ଶଟ୍ ମାରି ପ୍ରଶଂସକଙ୍କୁ ଖୁସି କରାଇଥିଲେ। ଚେନ୍ନାଇ ଖେଳାଳିଙ୍କ ଅଭ୍ୟାସ ଦେଖିବା ପାଇଁ ଷ୍ଟାଡିୟମରେ କିଛି ଦର୍ଶକ ଉପସ୍ଥିତ ମଧ୍ୟ ଥିଲେ। ଚେନ୍ନାଇର ଯେଉଁ ଖେଳାଳି ସୋମବାର ଅଭ୍ୟାସ ସେସନରେ ଭାଗ ନେଇଥିଲେ, ସେଥିରେ ଅମ୍ବାତି ରାୟୁଡୁ, ମୁରଲୀ ବିଜୟ, ପୀୟୂଷ ଚାୱଲା, କର୍ଣ୍ଣ ଶର୍ମା, ସାଇ କିଶୋର ଏବଂ ଏନ୍ ଜଗଦୀଶାନ ସାମିଲ୍ ଥିଲେ। ମାର୍ଚ୍ଚ ୨୯ ତାରିଖରେ ଆଇପିଏଲର ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ।

Related story