ଭୁବନେଶ୍ୱର: ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ଆଇସିସି ମହିଳା ବିଶ୍ୱକପର ମହାମୁକାବିଲା। ଏନେଇ ଉଭୟ ଟିମ୍ ଭିନ୍ନ ଭିନ୍ନ ରଣକୌଶଳ ସହ ପଡିଆକୁ ଓହ୍ଲାଇଛନ୍ତି। ହେଲେ ଏହି ଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତୀୟ ମହିଳା ଟିମକୁ ଜିତିବା ପାଇଁ କିଛି ଟିପ୍ସ ଦେଇଛନ୍ତି ଭାରତୀୟ ପୁରୁଷ ଟିମ୍ର ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନୀ।
ଧୋନୀ ପ୍ରଥମେ ଫାଇନାଲ୍ ମ୍ୟାଚ୍ ବିଷୟରେ ନିଜର ଅନୁଭବ ମହିଳା ଟିମ୍ ସହ ସେୟାର କରିଛନ୍ତି। ଏହାପରେ ସେ ମହିଳା ଟିମ୍କୁ କହିଛନ୍ତି ଯେ ମ୍ୟାଚ୍ର ଫଳାଫଳ ବିଷୟରେ ଅଧିକ ଚିନ୍ତା ନ କରି ବୋଲିଂ, ବ୍ୟାଟିଂ ଓ ବିଶେଷ କରି ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିବା ପାଇଁ। ଏହାସହ ଭାରତୀୟ ମହିଳା ଦଳରେ ଯୁବା ଓ ଅନୁଭବୀ ଖେଳିଳା ରହିଛନ୍ତି। ସେମାନଙ୍କ ମଧ୍ୟର ଉଚିତ୍ ତାଳମେଳ ରହିଥିବାରୁ ମହିଳା ବିଶ୍ୱକପରେ ଭାରତ ଚାମ୍ପିୟନ ହେବ ବୋଲି ଆଶାକରାଯାଉଛି।