ଯୁବିଙ୍କୁ ଅଧିକ ବ୍ୟାଟିଂ ସୁଯୋଗ ମିଳୁ ନଥିବା ସଂପର୍କରେ ମୁଁ ଅବଗତ: ଧୋନି

ରାଞ୍ଚି: ‘ଯୁବରାଜ ସିଂହଙ୍କୁ ବ୍ୟାଟିଂ କରିବାକୁ ଅଧିକ ସୁଯୋଗ ମିଳୁ ନଥିବା ସଂପର୍କରେ ମୁଁ ଅବଗତ। କିନ୍ତୁ ବର୍ତ୍ତମାନ ଦଳର ବ୍ୟାଟିଂ ଲାଇନ୍‌ରେ ଅଦଳବଦଳ କରିବା ଠିକ୍ ହେବ ନାହିଁ। ଦଳର ଟପ୍ ଚାରି ବ୍ୟାଟ୍ସମ୍ୟାନ୍‌ଙ୍କ ରେକର୍ଡକୁ ବିଚାରକୁ ନେଲେ ଏପରି କରିବା ଠିକ୍ ହେବ ନାହିଁ।’ ଏ କଥା କହିଛନ୍ତି ଭାରତୀୟ ଦିନିକିଆ ଓ ଟି-ଟ୍ୱେଣ୍ଟି ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ସେ କହିଛନ୍ତି, ‘ଯୁବି ଆମ ପାଇଁ ୫ ନମ୍ବରରେ ବ୍ୟାଟିଂ କରନ୍ତି। କିନ୍ତୁ […]

yuvi-dhoni

yuvi-dhoni

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 05:04 PM IST

Sports

Latest News

ରାଞ୍ଚି: ‘ଯୁବରାଜ ସିଂହଙ୍କୁ ବ୍ୟାଟିଂ କରିବାକୁ ଅଧିକ ସୁଯୋଗ ମିଳୁ ନଥିବା ସଂପର୍କରେ ମୁଁ ଅବଗତ। କିନ୍ତୁ ବର୍ତ୍ତମାନ ଦଳର ବ୍ୟାଟିଂ ଲାଇନ୍‌ରେ ଅଦଳବଦଳ କରିବା ଠିକ୍ ହେବ ନାହିଁ। ଦଳର ଟପ୍ ଚାରି ବ୍ୟାଟ୍ସମ୍ୟାନ୍‌ଙ୍କ ରେକର୍ଡକୁ ବିଚାରକୁ ନେଲେ ଏପରି କରିବା ଠିକ୍ ହେବ ନାହିଁ।’ ଏ କଥା କହିଛନ୍ତି ଭାରତୀୟ ଦିନିକିଆ ଓ ଟି-ଟ୍ୱେଣ୍ଟି ଅଧିନାୟକ ମହେନ୍ଦ୍ର ସିଂହ ଧୋନି।

ସେ କହିଛନ୍ତି, ‘ଯୁବି ଆମ ପାଇଁ ୫ ନମ୍ବରରେ ବ୍ୟାଟିଂ କରନ୍ତି। କିନ୍ତୁ ତାଙ୍କୁ ଏହା ଉପର ଅର୍ଡରରେ ବ୍ୟାଟିଂ କରିବାକୁ ପଠାଇ ହେବ ନାହିଁ। ଟପ୍ ଚାରି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଓପନର୍। ଯୁବି ସେହି ସ୍ଥାନରେ ବ୍ୟାଟିଂ କରି ପାରିବେ ନାହିଁ। ସେହିପରି ତିନି ନମ୍ବରରେ ବିରାଟ କୋହଲି ବ୍ୟାଟିଂ କରନ୍ତି। ଚାରି ନମ୍ବରରେ ସୁରେଶ ରାଇନା ଅଛନ୍ତି। ଟି-ଟେଣ୍ଟିରେ ଏହି ଚାରି ଜଣଙ୍କ ବ୍ୟାଟିଂ ଅର୍ଡର ଉଭୟ ଦେଶ ଭିତରେ ଓ ବାହାରେ ବହୁ ରେକର୍ଡ କରିଛନ୍ତି।’

ତେବେ ଯୁବରାଜ ସିଂହଙ୍କୁ ଆଗାମୀ ଦିନରେ ଅଧିକରୁ ଅଧିକ ବ୍ୟାଟିଂ ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି।

ଗତକାଲି ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-ଟେଣ୍ଟି ମ୍ୟାଚ୍‌ରେ ଧୋନି ବ୍ୟାଟିଂ ଲାଇନ୍‌ରେ ସାମାନ୍ୟ ଏକ୍ସପେରିମେଣ୍ଟ୍ କରିଥିଲେ। ସେ ନିଜକୁ ଓ ଯୁବରାଜ ସିଂହଙ୍କୁ ପଛରେ ରଖି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଗୁଆ ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos