ମୁମ୍ବାଇ ପୁନେ ଟକ୍କର୍‌ ଆଜି: ବିନା ଅଧିନାୟକ ଭାବେ ପ୍ରଥମ ଥର ପାଇଁ ଆଇପିଏଲ ଖେଳିବେ ଧୋନୀ

ପୁନେ: ବିନା ଅଧିନାୟକ ଦୟିତ୍ୱରେ ପ୍ରଥମ ଥର ପାଇଁ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି ଷ୍ଟାର କ୍ରିକେଟ୍‌ର ମହେନ୍ଦ୍ର ସିଂ ଧୋନୀ। ଆଇପିଏଲ୍‌  ଆରମ୍ଭ ହେବା ପର ଠାରୁ ଧୋନୀ ଗତ ୯ଟି ଏଡିସନ୍‌ରେ ସଫଳ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । କିନ୍ତୁ ଚଳିତ ଆଇପିଏଲରେ ରାଇଜିଂ ପୁନେ ସୁପରଜାଣ୍ଟ୍‌ ଧୋନୀଙ୍କ ବଦଳରେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ଦଳର ଦାୟିତ୍ୱଭାର ପ୍ରଦାନ କରିଛି। ସବୁଠୁ ସଫଳ ଅଧିନାୟକ ଭାବେ ସାରା ବିଶ୍ୱରେ ପରିଚତ ଥିବା […]

dhoni

Rakesh Mallick
  • Published: Thursday, 06 April 2017
  • , Updated: 06 April 2017, 04:00 PM IST

ପୁନେ: ବିନା ଅଧିନାୟକ ଦୟିତ୍ୱରେ ପ୍ରଥମ ଥର ପାଇଁ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି ଷ୍ଟାର କ୍ରିକେଟ୍‌ର ମହେନ୍ଦ୍ର ସିଂ ଧୋନୀ। ଆଇପିଏଲ୍‌  ଆରମ୍ଭ ହେବା ପର ଠାରୁ ଧୋନୀ ଗତ ୯ଟି ଏଡିସନ୍‌ରେ ସଫଳ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । କିନ୍ତୁ ଚଳିତ ଆଇପିଏଲରେ ରାଇଜିଂ ପୁନେ ସୁପରଜାଣ୍ଟ୍‌ ଧୋନୀଙ୍କ ବଦଳରେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ଦଳର ଦାୟିତ୍ୱଭାର ପ୍ରଦାନ କରିଛି। ସବୁଠୁ ସଫଳ ଅଧିନାୟକ ଭାବେ ସାରା ବିଶ୍ୱରେ ପରିଚତ ଥିବା ଧୋନୀଙ୍କୁ ଚଳିତ ଆଇପିଏଲରେ ବିନା ଅଧିନାୟକ ଭାବେ ଦର୍ଶକ ପଡିଆରେ ଦେଖିବେ। ଆଜି ସନ୍ଧ୍ୟାରେ ଆଇପିଏଲ ଚଳିତ ସଂସ୍କରଣର ଦ୍ୱିତୀୟ ମ୍ୟାଚ ଖେଳା ଯିବାକୁ ଥିବା ବେଳେ ଧୋନୀ ରାଇଜିଂ ପୁନେ ସୁପରଜାଣ୍ଟ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଆଜିର ମ୍ୟାଚ୍‌ରେ ଦୁଇଥର ଆଇପିଏଲ ବିଜେତା ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସ୍‌କୁ ପୁନେ ଭେଟିବାକୁ ଯାଉଥିବାରୁ ଧୋନୀଙ୍କ ବିନା ଅଧିନାୟକତ୍ୱରେ ଟିମ୍‌ ପାଇଁ ବଡ୍‌ ଚ୍ୟାଲେଞ୍ଜ ହେବ। ପୂର୍ବରୁ ଉଭୟ ଦଳ ପରସ୍ପର ସହ ଦୁଇ ଥର ଭେଟିଥିବା ବେଳେ ପ୍ରତ୍ୟେକ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ଅନ୍ୟପଟେ ଚଳିତ ଆଇପିଏଲ୍‌ର ସବୁଠାରୁ ଦାମୀ ଖେଳାଳି ଭାବେ ଇଂଲଣ୍ଡର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ପୁନେ ୧୪.୫ କୋଟିରେ କିଣିଛି । ତେଣୁ ତାଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

Related story