ଧୋନି ପିନ୍ଧିଲେନି ସିନା ଓଭାଲ୍ ଗ୍ୟାଲେରୀରେ ଦିଶିଲା ‘ବଳିଦାନ ବ୍ୟାଜ୍‌’

ଓଭାଲ: ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ପ୍ରଥମ ମ୍ୟାଚ୍‌ ବିଜୟରୁ ଶୁଭାରମ୍ଭ କରିଥିଲେ ହେଁ ଏହା ବିବାଦୀୟ ମଧ୍ୟ ଥିଲା। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କିପିଂ ଗ୍ଲୋଭ୍‌ସକୁ ନେଇ ଏହି ବିବାଦର ସୂତ୍ରପାତ ହୋଇଥିଲା। ଏହି ଗ୍ଲୋଭ୍‌ସରେ ଭାରତୀୟ ଅର୍ଦ୍ଧସାମରିକ ବାହିନୀର ‘ବଳିଦାନ ବ୍ୟାଜ୍‌’ ବେଶ୍‌ କିଛି ଦିନ ଧରି ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଆଜି ଓଭାଲଠାରେ ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଇଥିବା ମ୍ୟାଚ୍‌ରେ ଧୋନି ସିନା ସେ ବ୍ୟାଜ ହଟାଇ ଦେଇଥିଲେ କିନ୍ତୁ ଫ୍ୟାନ୍‌ଙ୍କ ହାତରେ […]

balidan

Subrat Kumar Nayak
  • Published: Sunday, 09 June 2019
  • , Updated: 09 June 2019, 10:28 PM IST

ଓଭାଲ: ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ପ୍ରଥମ ମ୍ୟାଚ୍‌ ବିଜୟରୁ ଶୁଭାରମ୍ଭ କରିଥିଲେ ହେଁ ଏହା ବିବାଦୀୟ ମଧ୍ୟ ଥିଲା। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କିପିଂ ଗ୍ଲୋଭ୍‌ସକୁ ନେଇ ଏହି ବିବାଦର ସୂତ୍ରପାତ ହୋଇଥିଲା। ଏହି ଗ୍ଲୋଭ୍‌ସରେ ଭାରତୀୟ ଅର୍ଦ୍ଧସାମରିକ ବାହିନୀର ‘ବଳିଦାନ ବ୍ୟାଜ୍‌’ ବେଶ୍‌ କିଛି ଦିନ ଧରି ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଆଜି ଓଭାଲଠାରେ ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଇଥିବା ମ୍ୟାଚ୍‌ରେ ଧୋନି ସିନା ସେ ବ୍ୟାଜ ହଟାଇ ଦେଇଥିଲେ କିନ୍ତୁ ଫ୍ୟାନ୍‌ଙ୍କ ହାତରେ ଏହି ଚିହ୍ନ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା।

ଏହା ଭାରତୀୟ ପ୍ରଶଂସକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା। କିନ୍ତୁ ଏହା ବିଶ୍ୱକପ୍‌ ମ୍ୟାଚ୍‌ରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଆଇସିସି ପକ୍ଷରୁ ବିସିସିଆଇକୁ କୁହାଯାଇଥିଲା। ଆଇସିସି କହିଥିଲା, ଜର୍ସି ବା କୌଣସି ସାମଗ୍ରୀରେ ବ୍ୟକ୍ତିଗତ ବାର୍ତ୍ତା ପାଇଁ ଅନୁମତି ମିଳିପାରିବ ନାହିଁ। ଏତଦ୍‌ବ୍ୟତୀତ ଏହା ୱିକେଟ୍‌ କିପର ଗ୍ଲୋଭସ୍‌ ପାଇଁ ଥିବା ନିୟମର ମଧ୍ୟ ଉଲ୍ଲଂଘନ କରୁଥିଲା।

ତେବେ ଆଜି ସମସ୍ତଙ୍କ ନଜର ଥିଲା ଜଣେ ପ୍ରଶଂସକଙ୍କ ଉପରେ, ଯେକି ୨୦୧୧ ବିଶ୍ୱକପ୍‌ ବିଜେତା ଅଧିନାୟକ ଧୋନିଙ୍କ ସମର୍ଥନରେ ଏବଂ ଭାରତୀୟ ସେନା ପାଇଁ ମର୍ଯ୍ୟାଦାସମ୍ପନ୍ନ ‘ବଳିଦାନ ବ୍ୟାଜ୍‌’କୁ ପ୍ରଦର୍ଶନ କରୁଥିଲେ। ଆଉ ତାଙ୍କ ପାଖରେ ଥିବା ଅନ୍ୟ ଏକ ପୋଷ୍ଟରରେ ଲେଖା ଥିଲା ଚକ୍‌ଦେ ଇଣ୍ଡିଆ।

Related story