ଦୂତୀ ଚାନ୍ଦଙ୍କୁ କାଉଣ୍ଟର କଲେ ଅନ୍ତର୍ଜାତୀୟ ହକି ଖେଳାଳି ଦିଲୀପ ତିର୍କୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରୀଡ଼ାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଆଥଲେଟ ଦୂତୀ ଚାନ୍ଦ। ସରକାର କେବଳ ହକିକୁ ପ୍ରୋତ୍ସାହନ ଦେଉଥିବା ଦୂତୀ ଅଭିଯୋଗ କରି ବର୍ଷିଲେ। ଏହାର ଜବାବ ଦେଇଛନ୍ତି ଅନ୍ତର୍ଜାତୀୟ ହକି ଖେଳାଳି ଦିଲୀପ ତିର୍କୀ। ଆଉ କହିଛନ୍ତି, ନିଜେ ଜଣେ ଖେଳାଳି ହୋଇ ଅନ୍ୟ ଖେଳାଳିଙ୍କୁ ସମ୍ମାନ ଦେଇ ଶିଖିବା ଉଚିତ। As a sports person I strongly condemn this kind of statement from another sportsman who […]

Dilip Kumar Tirkey and Dutee Chand

Manoranjan Sial
  • Published: Friday, 25 March 2022
  • , Updated: 25 March 2022, 09:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରୀଡ଼ାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଆଥଲେଟ ଦୂତୀ ଚାନ୍ଦ। ସରକାର କେବଳ ହକିକୁ ପ୍ରୋତ୍ସାହନ ଦେଉଥିବା ଦୂତୀ ଅଭିଯୋଗ କରି ବର୍ଷିଲେ। ଏହାର ଜବାବ ଦେଇଛନ୍ତି ଅନ୍ତର୍ଜାତୀୟ ହକି ଖେଳାଳି ଦିଲୀପ ତିର୍କୀ। ଆଉ କହିଛନ୍ତି, ନିଜେ ଜଣେ ଖେଳାଳି ହୋଇ ଅନ୍ୟ ଖେଳାଳିଙ୍କୁ ସମ୍ମାନ ଦେଇ ଶିଖିବା ଉଚିତ।

https://twitter.com/DilipTirkey/status/1507342034297888772?s=20&t=1oehadYi12-4C2r_e5bqLA

ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଜଣେ ଖେଳାଳି ଭାବେ ମୁଁ ଆଉ ଜଣେ ଖେଳାଳିଙ୍କ ଏହି ଭଳି ମନ୍ତବ୍ୟକୁ ଘୋର ନିନ୍ଦା କରୁଛି। ରାଜ୍ୟ ସରକାର ପ୍ରତ୍ୟେକ ଖେଳକୁ ସମାନ ଗୁରୁତ୍ଵ ଦେଇ ଆସୁଛନ୍ତି। ସେ ହକି ହେଉ କିମ୍ବା କୌଣସି ଖେଳ। ଅଲମ୍ପିକ୍ସରେ ମେଡାଲ ଜିତିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ। ଆଜି ଭୁବନେଶ୍ୱରକୁ (ଓଡ଼ିଶା) କାହିଁକି ସ୍ପୋର୍ଟସ କ୍ୟାପିଟାଲ କୁହାଯାଉଛି, ତାହା କାହାକୁ ଅଛପା ନାହିଁ। କ୍ରୀଡା କ୍ଷେତ୍ରରେ  ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରଥମ ପରିଚୟ ହକି ହିଁ ଦେଇଛି। ବୋଧ ହୁଏ ଅନେକ ଖେଳାଳି ଏହା ଜାଣିନାହାନ୍ତି। ଏହି ଭଳି ମନ୍ତବ୍ୟ ଅନ୍ୟ ଖେଳାଳିଙ୍କ ପ୍ରତି ଗ୍ରହଣୀୟ ନୁହେଁ। ନିଜେ ଜଣେ ଖେଳାଳି ହୋଇ ଅନ୍ୟ ଖେଳାଳିଙ୍କୁ ସମ୍ମାନ ଦେଇ ଶିଖିବା ଉଚିତ ବୋଲି ଦିଲୀପ ଟ୍ୱିଟ୍‌ରେ ଲେଖିଛନ୍ତି।

https://twitter.com/DilipTirkey/status/1507343342677671942?s=20&t=1oehadYi12-4C2r_e5bqLA

ଏହା ପୂର୍ବରୁ ଆଜି ସୋଶାଲ୍‌ ମିଡ଼ିଆ ଫେସ୍‌ବୁକରେ ରାଜ୍ୟ ସରକାର ଓ ହକି ଉପରେ ବର୍ଷିଥିଲେ। ସେ ଲେଖିଥିଲେ, ଓଡ଼ିଶା ସରକାର ରାଜ୍ୟରେ ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କାର ଭିତ୍ତିଭୂମି ତିଆରି କରିବାରେ ବ୍ୟସ୍ତ। କିନ୍ତୁ ଏପଟେ କ୍ରୀଡ଼ାବିତମାନେ ଦିନକୁ ଦିନ ହଜିଗଲେଣି। ଖାଲି ଯାହା ଖେଳକୁ ନେଇ ଏଠି ସବୁ ରାଜନୀତି ଚାଲିଛି। ଆପଣ ଖାଲି ସେହି ହକି ଇଣ୍ଡିଆ ଟିମ୍‌କୁ ଧରି ନାଚୁ ଆନ୍ତୁ। ବାକି ଖେଳ ବିଭାଗ ସବୁ ଚୁଲିକୁ ଯାଉ। ହକି ଟିମ୍‌ ଇଣ୍ଡିଆ ପାଇଁ କୋଟି କୋଟି ଟଙ୍କାର ଅର୍ଥ ଅଛି। କିନ୍ତୁ ଆଥଲେଟିକ୍ସ ପାଇଁ କିଛି ନାହିଁ। ଏ ହକି ବାଡ଼ି କେତେଦିନ ଲାଷ୍ଟିଂ କରିବ? ପୁରୁଣା ହେଲେ ଆପେ ଆପେ ଫାଟିଯିବ। ସବୁ ପ୍ରହସନ୍ ବୋଲି ଦୂତୀ ତାଙ୍କ ପୋଷ୍ଟରେ ଲେଖିଥିଲେ।

ପୋଷ୍ଟ କରିବାର କିଛି ସମୟ ପରେ ଦୂତୀ ଏହି ପୋଷ୍ଟକୁ ଡିଲିଟ୍‌ ମାରିଥିବା ଦେଖିବାକୁ ମିଳିଛି।

Related story