ବିଜୟ ହଜାରେ ଟ୍ରଫିରେ ଚମକିଲେ କାର୍ତ୍ତିକ ଓ ଶ୍ରେୟସ୍

ଜୟପୁର: ଚଳିତ ବିଜୟ ହଜାରେ ଟ୍ରଫିର ଷଷ୍ଠ ରାଉଣ୍ଡରେ ଚମକିଛନ୍ତି ଦିନେଶ କାର୍ତ୍ତିକ ଓ ଶ୍ରେୟସ୍ ଆୟର୍। ଜୟପୁରରେ ଖେଳାଯାଇଥିବା ଏଲିଟ୍ ଗ୍ରୁପ୍-ସି’ର ଏକ ମ୍ୟାଚରେ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ତାମିଲନାଡୁ ୭୪ ରନରେ ବେଙ୍ଗଲକୁ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ତାମିଲନାଡୁ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୬ ରନ୍ କରିଥିଲା। ଜବାବରେ ବେଙ୍ଗଲ୍ ୪୫.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୨ ରନ୍ କରିବାକୁ ସକ୍ଷମ ହୋଇଛି। ତାମିଲନାଡୁ ଟିମ୍ […]

kartik

Ranjit Kumar Jena
  • Published: Tuesday, 01 October 2019
  • , Updated: 01 October 2019, 06:34 PM IST

ଜୟପୁର: ଚଳିତ ବିଜୟ ହଜାରେ ଟ୍ରଫିର ଷଷ୍ଠ ରାଉଣ୍ଡରେ ଚମକିଛନ୍ତି ଦିନେଶ କାର୍ତ୍ତିକ ଓ ଶ୍ରେୟସ୍ ଆୟର୍। ଜୟପୁରରେ ଖେଳାଯାଇଥିବା ଏଲିଟ୍ ଗ୍ରୁପ୍-ସି'ର ଏକ ମ୍ୟାଚରେ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ତାମିଲନାଡୁ ୭୪ ରନରେ ବେଙ୍ଗଲକୁ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ତାମିଲନାଡୁ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୬ ରନ୍ କରିଥିଲା। ଜବାବରେ ବେଙ୍ଗଲ୍ ୪୫.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୨ ରନ୍ କରିବାକୁ ସକ୍ଷମ ହୋଇଛି।

ତାମିଲନାଡୁ ଟିମ୍ ଏକ ସମୟରେ ୧୨୩ ରନରେ ୫ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ତେବେ କାର୍ତ୍ତିକ ଓ ଶାହରୁଖ୍ ଖାନ୍ ଷଷ୍ଠ ୱିକେଟ୍ ପାଇଁ ୧୫୩ ରନର ଦମଦାର ଭାଗୀଦାରୀ କରି ନିଜ ଟିମକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। କାର୍ତ୍ତିକ ମାତ୍ର ୬୨ ବଲରେ ୮ ଚୌକା ଓ ୪ ଛକା ସହାୟତାରେ ସର୍ବାଧିକ ୯୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଶାହରୁଖ୍ ମାତ୍ର ୪୫ ବଲରେ ୪ ଚୌକା ଓ ୫ ଛକା ସହାୟତାରେ ୬୯ ରନ୍ କରି ଅପରାଜିତ ଥିଲେ। ବିଜୟ ଶଙ୍କର ୪୧ ରନ୍ କରିଥିଲେ। ବେଙ୍ଗଲ ପକ୍ଷରୁ ଶାହବାଜ୍ ସର୍ବାଧିକ ୧୦୭ ରନ୍ କରିଥିବା ବେଳେ ଅନ୍ୟକୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କୁ ସହଯୋଗ କରିନଥିଲେ।

ସେହିପରି ବେଙ୍ଗାଲୁରୁରେ ଖେଳାଯାଇଥିବା ଏଲିଟ୍ ଗ୍ରୁପ୍-ଏ'ର ଏକ ମ୍ୟାଚରେ ମୁମ୍ବାଇ ୫ ୱିକେଟରେ ସୌରାଷ୍ଟ୍ରକୁ ପରାସ୍ତ କରିଛି। ମୁମ୍ବାଇ ବିଜୟରେ ଶ୍ରେୟସ ଆୟର୍ ମୁଖ୍ୟ ଭୂମିକା ବହନ କରିଛନ୍ତି। ସେ ୮୨ ବଲରେ ୮ ଚୌକା ଓ ୨ ଛକା ସହାୟତାରେ ୮୫ ରନ୍ କରିଥିଲେ। ଉକ୍ତ ମ୍ୟାଚରେ ସୌରାଷ୍ଟ୍ର ୯ ୱିକେଟରେ ୨୪୫ ରନ୍ କରିଥିବା ବେଳେ ମୁମ୍ବାଇ ୪୮ ଓଭରରେ ୫ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୭୧ ବଲରେ ୯ ଚୌକା ଓ ୩ ଛକା ସହ ୮୫ ରନ୍ କରି ଅପରାଜିତ ଥିଲେ।

ଅନ୍ୟପକ୍ଷରେ ଏଲିଟ୍ ଗ୍ରୁପ୍-ସି'ର ଖେଳାଯାଇଥିବା ମ୍ୟାଚରେ ସର୍ଭିସେସ୍ ୫ ୱିକେଟରେ ରେଲୱେକୁ ପରାସ୍ତ କରିଥିବା ବେଳେ ଗୁଜରାଟ ୭ ୱିକେଟରେ ରାଜସ୍ଥାନକୁ, ଏଲିଟ୍ ଗ୍ରୁପ୍-ଏ'ରେ ହାଇଦ୍ରବାଦ ୨୧ ରନରେ କର୍ଣ୍ଣାଟକାକୁ ପରାସ୍ତ କରିଛି। ସେହିପରି ଆଜି ଖେଳାଯିବାକୁଥିବା ପାଞ୍ଚଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଓଡ଼ିଶା ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିପାରିନାହିଁ। ଗତ ୨୪ ତାରିଖରେ ଓଡ଼ିଶା ତା'ର ପ୍ରଥମ ମ୍ୟାଚରେ ବରୋଦାକୁ ଭେଟିବାର ଥିଲା, କିନ୍ତୁ ବର୍ଷା ଏହି ମୁକାବିଲାକୁ ଧୋଇ ଦେଇଥିଲା। ଆଜି ଓଡ଼ିଶା ପୁଣିଥରେ ବରୋଦାକୁ ଭେଟିଥାନ୍ତା, କିନ୍ତୁ ବର୍ଷା ପୁନର୍ବାର ଏହି ମ୍ୟାଚରେ ବାଧା ସୃଷ୍ଟି କରିଛି।

Related story