ଏଚବିଏ ପକ୍ଷରୁ ଉପହାରରେ ମିଳିଥିବା ବିଏମ୍‌ଡବ୍ଲ୍ୟୁ ଫେରାଇବେ ଦୀପା

ନୂଆଦିଲ୍ଲୀ:  ରିଓ ଅଲିମ୍ପିକ୍‌ର ପ୍ରଥମ ମହିଳା ଜିମ୍ନାଷ୍ଟ ଭାବେ ଚତୁର୍ଥ ସ୍ଥାନ ଅଧିକାର କରି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଦୀପା କର୍ମକାରଙ୍କୁ ଉପହାରରେ ମିଳିଥିବା ବିଏମଡବ୍ଲ୍ୟୁ କାରକୁ ସେ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କୁ ଏହି ଉପହାର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପ୍ରଦାନ କରିଥିଲେ। ଦୀପାଙ୍କୁ ଏହି କାର ହାଇଦ୍ରାବାଦ ବ୍ୟାଡମିଣ୍ଟନ ଆସୋସିଏସନ (ଏଚବିଏ)ର ଅଧ୍ୟକ୍ଷ ବରନାଥ ଉପହାର ଦେଇଥିଲେ। ଦୀପାଙ୍କ କୋଚ ବିଶଭେଶର ନନ୍ଦିଙ୍କ କହିବା ଅନୁଯାୟୀ, ଦୀପା ପରିବାର ଲୋକଙ୍କ […]

dipa-karmakar

Rakesh Mallick
  • Published: Wednesday, 12 October 2016
  • , Updated: 12 October 2016, 04:18 PM IST

ନୂଆଦିଲ୍ଲୀ:  ରିଓ ଅଲିମ୍ପିକ୍‌ର ପ୍ରଥମ ମହିଳା ଜିମ୍ନାଷ୍ଟ ଭାବେ ଚତୁର୍ଥ ସ୍ଥାନ ଅଧିକାର କରି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଦୀପା କର୍ମକାରଙ୍କୁ ଉପହାରରେ ମିଳିଥିବା ବିଏମଡବ୍ଲ୍ୟୁ କାରକୁ ସେ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କୁ ଏହି ଉପହାର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପ୍ରଦାନ କରିଥିଲେ। ଦୀପାଙ୍କୁ ଏହି କାର ହାଇଦ୍ରାବାଦ ବ୍ୟାଡମିଣ୍ଟନ ଆସୋସିଏସନ (ଏଚବିଏ)ର ଅଧ୍ୟକ୍ଷ ବରନାଥ ଉପହାର ଦେଇଥିଲେ।

ଦୀପାଙ୍କ କୋଚ ବିଶଭେଶର ନନ୍ଦିଙ୍କ କହିବା ଅନୁଯାୟୀ, ଦୀପା ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ଏହି କାର ନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗାଡିଟି ବହୁତ ଦାମୀ।  ଦୀପା ଏହାକୁ ଯତ୍ନରେ ରଖି ପାରିବେ ନାହିଁ ବୋଲି ଭାବୁଛନ୍ତି। ଏହାସହ ତ୍ରିପୁରାରୁ ଦୀପାଙ୍କ ଘର ପର୍ଯ୍ୟନ୍ତ ରାସ୍ତା ଏହି ଗାଡ଼ି ପାଇଁ ଠିକ୍‌ ନୁହେଁ। ଏହାର ପାଖାପାଖି ସର୍ବିସ ସେଣ୍ଟର ମଧ୍ୟ ନାହିଁ। ଏପରି ସ୍ଥିତିରେ ଗାଡ଼ଇର ଦେଖାରଖା କରିବା କଷ୍ଟକର ହୋଇଯିବ।

Related story