ପିଟରସନଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ ସ୍ୱାନ

ଲଣ୍ଡନ: ଇଂଲଣ୍ଡ ଟିମ ପାଇଁ କେଭିନ ପିଟରସନ ଓ ଗ୍ରେମ ସ୍ୱାନ ଏକାଠି ଅନେକ ମ୍ୟାଚ ଖେଳିଛନ୍ତି। ଏପରି କି ଏକାଠି ଉଭୟ ଇଂଲଣ୍ଡକୁ ଏକାଧିକ ମ୍ୟାଚ୍‌ ଜିତାଇଛନ୍ତି। ହେଲେ ଗୋଟିଏ ଦଳରେ ଥିଲେ ମଧ୍ୟ ସ୍ୱାନ କେବେ ହେଲେ ପିଟରସନଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ। ତେବେ ମ୍ୟାଚ୍‌ ୱିନିଂ କଥା ଆସିଲେ ସ୍ୱାନ ସର୍ବଦା ପିଟରସନ ଦଳରେ ରୁହନ୍ତୁ ବୋଲି ଚାହିଁଥାଆନ୍ତି। ଗ୍ରେମ ସ୍ୱାନ କହିଛନ୍ତି, “ଆମେ ଏମିତି ଏକ ଟିମରେ ଥିଲୁ ଯିଏ […]

g

Hemant Lenka
  • Published: Saturday, 11 April 2020
  • , Updated: 11 April 2020, 06:14 PM IST

ଲଣ୍ଡନ: ଇଂଲଣ୍ଡ ଟିମ ପାଇଁ କେଭିନ ପିଟରସନ ଓ ଗ୍ରେମ ସ୍ୱାନ ଏକାଠି ଅନେକ ମ୍ୟାଚ ଖେଳିଛନ୍ତି। ଏପରି କି ଏକାଠି ଉଭୟ ଇଂଲଣ୍ଡକୁ ଏକାଧିକ ମ୍ୟାଚ୍‌ ଜିତାଇଛନ୍ତି। ହେଲେ ଗୋଟିଏ ଦଳରେ ଥିଲେ ମଧ୍ୟ ସ୍ୱାନ କେବେ ହେଲେ ପିଟରସନଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ। ତେବେ ମ୍ୟାଚ୍‌ ୱିନିଂ କଥା ଆସିଲେ ସ୍ୱାନ ସର୍ବଦା ପିଟରସନ ଦଳରେ ରୁହନ୍ତୁ ବୋଲି ଚାହିଁଥାଆନ୍ତି।

ଗ୍ରେମ ସ୍ୱାନ କହିଛନ୍ତି, “ଆମେ ଏମିତି ଏକ ଟିମରେ ଥିଲୁ ଯିଏ ବିଶ୍ୱର ୧ନଂ ସ୍ଥାନରେ ପହଞ୍ଚିଥିଲା। ଦଳରେ ଥିବା ୯୯% ଖେଳାଳି ଟିମ ପାଇଁ ଖେଳନ୍ତି। ଦଳ କେମିତି ଜିତୁ ସେକଥା ଭାବନ୍ତି। ପିଟିରସନ ଅଧିନାୟକ ହେବା ପରେ ନିଜ ଇଚ୍ଛାରେ ନିୟମ ପ୍ରଣୟନ କରିଥିଲେ। ଏହାକୁ କେହି ବି ପସନ୍ଦ କରୁ ନଥିଲେ।

କେପି ଓ ମୋ ମଧ୍ୟରେ ତିକ୍ତତା ଲାଗିଥିଲା। କେହି କାହାକୁ ପସନ୍ଦ କରୁ ନଥିଲୁ। ହେଲେ ଦଳ କଥା ଆସିଲେ ଆମେ ଏକାଠି ଖେଳୁଥିଲୁ। କାରଣ ଆମ ପାଇଁ ଦଳ ଗୁରୁତ୍ୱପୂର୍ଣ୍ଣ ଥିଲା।

ମୁଁ ଯେମିତି କେପି ଦଳରେ ରୁହନ୍ତୁ ବୋଲି ଚାହୁଁଥିଲି, ସେ ମଧ୍ୟ ମୁଁ ଦଳରେ ରୁହେ ବୋଲି ଚାହୁଁଥିଲେ। ପିଟିରସନ ବହୁତ ଭଲ ସ୍କୋର କରୁଥିଲେ ଏବଂ ଭଲ ଖେଳୁଥିଲେ। ତେଣୁ ସେ ଦଳରେ ରୁହନ୍ତୁ ବୋଲି ମୁଁ ଚାହୁଁଥିଲି। ସମସ୍ତେ ଜାଣିଛନ୍ତି, ପିଟରସନ ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନ।”

Related story