କୋଭିଡ୍‌-୧୯ ଉପରେ ଗୀତ ତିଆରି କଲେ ବ୍ରାଭୋ, କହିଲେ ଏମିତି କଥା

ନୂଆଦିଲ୍ଲୀ: କରୋନା ଭାଇରସ ବା କୋଭିଡ୍‌-୧୯ ବିରୋଧରେ ସମଗ୍ର ବିଶ୍ୱ ଲଢ଼ୁଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଲୋକଙ୍କ ମନବଳ ବୃଦ୍ଧି କରିବା ପାଇଁ ନୂଆ ଗୀତ ବାହାର କରିଛନ୍ତି। ନିଜର ଇନଷ୍ଟାଗ୍ରାମରେ ବ୍ରାଭୋ କୋଭିଡ୍‌-୧୯ ଉପରେ ଗୀତ ପ୍ରସ୍ତୁତ କରି ଏହାକୁ ଗାଇବା ବେଳର ଭିଡିଓ ପୋଷ୍ଟ କରିଛନ୍ତି। ବ୍ରାଭୋ କହିଛନ୍ତି, “ଆମେ କେବେ ହେଲେ ପଛକୁ ଘୁଞ୍ଚିବା ନାହିଁ। ମହାମାରୀ କରୋନାକୁ ନେଇ କେହି ବି ଆତଙ୍କିତ ହୁଅନ୍ତୁ ନାହିଁ। ଆସନ୍ତୁ ଆମେ […]

ed

Hemant Lenka
  • Published: Saturday, 28 March 2020
  • , Updated: 28 March 2020, 04:09 PM IST

ନୂଆଦିଲ୍ଲୀ: କରୋନା ଭାଇରସ ବା କୋଭିଡ୍‌-୧୯ ବିରୋଧରେ ସମଗ୍ର ବିଶ୍ୱ ଲଢ଼ୁଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଲୋକଙ୍କ ମନବଳ ବୃଦ୍ଧି କରିବା ପାଇଁ ନୂଆ ଗୀତ ବାହାର କରିଛନ୍ତି। ନିଜର ଇନଷ୍ଟାଗ୍ରାମରେ ବ୍ରାଭୋ କୋଭିଡ୍‌-୧୯ ଉପରେ ଗୀତ ପ୍ରସ୍ତୁତ କରି ଏହାକୁ ଗାଇବା ବେଳର ଭିଡିଓ ପୋଷ୍ଟ କରିଛନ୍ତି।

ବ୍ରାଭୋ କହିଛନ୍ତି, “ଆମେ କେବେ ହେଲେ ପଛକୁ ଘୁଞ୍ଚିବା ନାହିଁ। ମହାମାରୀ କରୋନାକୁ ନେଇ କେହି ବି ଆତଙ୍କିତ ହୁଅନ୍ତୁ ନାହିଁ। ଆସନ୍ତୁ ଆମେ ସମସ୍ତେ ଏକାଠି ଏହା ବିରୋଧରେ ଲଢ଼େଇ କରିବା। ଏହି ମହାମାରୀ ଭିତରେ ଏକ ସକାରାତ୍ମ ଗୀତ ଆସନ୍ତୁ ଶୁଣିବା।”

 

View this post on Instagram

 

So my fans been asking me to do a Corona song..as we all know this is a very sad 😢 moment for us all and times like this we have to stick together and fight this battle.this is just a sample of what I’m working on #NotGivingUp 🙏🙏🔥🔥 @jojo_branding @djanamusic @ultrasimmo @selectahkern @wmglabrecords @dexterrthomas 🇹🇹🇹🇹

A post shared by Dwayne Bravo Aka Mr. Champion🏆 (@djbravo47) on


୩ ମିନିଟ୍‌ ୩୧ ସେକେଣ୍ଡର ଏହି ଗୀତକୁ ଅନେକ ପସନ୍ଦ କରିବା ସହ ଏହାକୁ ଶେୟାର କରିବାରେ ଲାଗିଛନ୍ତି। ଗୀତ ଜରିଆରେ ବ୍ରାଭୋ ସମସ୍ତଙ୍କୁ କରୋନା ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ କରିଛନ୍ତି। ଏଥିସହ ହାତ ଧୋଇବା ଓ ଘରେ ରହିଲେ ଆମେ କରୋନାକୁ ପରାସ୍ତ କରିପାରିବା ବୋଲି ବ୍ରାଭୋ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି।

ଏହାପୂର୍ବରୁ କରୋନା ଭାଇରସକୁ ଦୃଷ୍ଟିରେ ରଖି ନ୍ୟୁଜିଲ୍ୟାଣ୍ଡ ସ୍ପିନର ଈଶ ଶୋଢ଼ି ମଧ୍ୟ ଏକ ଭିଡିଓ ଜାରି କରି ରାପ ଜରିଆରେ ଲୋକଙ୍କୁ କରୋନାରୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।

Related story