ଫ୍ରେଞ୍ଚ ଓପନ: ଜୋକୋଭିଚ୍‌କୁ ହରାଇଲେ ଥିଏମ୍‌

ପ୍ୟାରସ୍‌: ଫ୍ରେଞ୍ଚ ଓପନ ଟେନିସ୍‌ ସେମିଫାଇନାଲ୍‌ରେ ବିଶ୍ୱର ୧ ନଂ ଖେଳାଳି ନୋଭାକ ଜୋକୋଭିଚ୍‌ ପରାସ୍ତ ହୋଇଛନ୍ତି। ତାଙ୍କୁ ବିଶ୍ୱର ୪ ନଂ ସିଡ୍‌ ତଥା ଅଷ୍ଟ୍ରେଲିଆର ଡୋମିନିକ୍‌ ଥିଏମ୍‌ ବେଶ ନାଟକୀୟ ଢଙ୍ଗରେ ପରାସ୍ତ କରିଛନ୍ତି। ବର୍ଷା ବାଧାପ୍ରାପ୍ତ ସେମିଫାଇନାଲ୍‌ରେ ଜୋକୋଭିଚ୍‌ଙ୍କୁ ୬-୨, ୩-୬, ୭-୫, ୫-୭ ଓ ୭-୫ ସେଟ୍‌ରେ ପରାସ୍ତ କରି ଥିଏମ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରକୃତରେ ଏହି ସେମିଫାଇନାଲ୍‌ ମ୍ୟାଚ୍‌ଟି ଶୁକ୍ରବାର ଖେଳା ଯାଇଥିଲା। ଏଥିରେ ଥିଏମ୍‌ ୩-୧ ସେଟ୍‌ରେ […]

e

Hemant Lenka
  • Published: Saturday, 08 June 2019
  • , Updated: 08 June 2019, 08:41 PM IST

ପ୍ୟାରସ୍‌: ଫ୍ରେଞ୍ଚ ଓପନ ଟେନିସ୍‌ ସେମିଫାଇନାଲ୍‌ରେ ବିଶ୍ୱର ୧ ନଂ ଖେଳାଳି ନୋଭାକ ଜୋକୋଭିଚ୍‌ ପରାସ୍ତ ହୋଇଛନ୍ତି। ତାଙ୍କୁ ବିଶ୍ୱର ୪ ନଂ ସିଡ୍‌ ତଥା ଅଷ୍ଟ୍ରେଲିଆର ଡୋମିନିକ୍‌ ଥିଏମ୍‌ ବେଶ ନାଟକୀୟ ଢଙ୍ଗରେ ପରାସ୍ତ କରିଛନ୍ତି। ବର୍ଷା ବାଧାପ୍ରାପ୍ତ ସେମିଫାଇନାଲ୍‌ରେ ଜୋକୋଭିଚ୍‌ଙ୍କୁ ୬-୨, ୩-୬, ୭-୫, ୫-୭ ଓ ୭-୫ ସେଟ୍‌ରେ ପରାସ୍ତ କରି ଥିଏମ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ପ୍ରକୃତରେ ଏହି ସେମିଫାଇନାଲ୍‌ ମ୍ୟାଚ୍‌ଟି ଶୁକ୍ରବାର ଖେଳା ଯାଇଥିଲା। ଏଥିରେ ଥିଏମ୍‌ ୩-୧ ସେଟ୍‌ରେ ଆଗୁଆ ଥିଲେ। କିନ୍ତୁ ବର୍ଷା ହେବାରୁ ମ୍ୟାଚ୍‌ଟିକୁ ବାତିଲ କରିଦିଆଯାଇଥିଲା। ଆଜି ପୁଣି ମ୍ୟାଚ୍‌ ଆରମ୍ଭ ହୋଇଥିବା ବେଳେ ଜୋକୋଭିଚ୍‌ଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।

ଫାଇନାଲ୍‌ରେ ଥିଏମ୍‌ଙ୍କ ମୁକାବିଲା ରାଫେଲ ନାଡାଲଙ୍କ ସହ ହେବ।

Related story