ନ୍ୟୁୟର୍କ: ସର୍ବିଆର ନୋଭାକ ଜୋକୋଭିକ୍ ଜିତିଛନ୍ତି ୟୁଏସ୍ ଓପନ୍ ଟାଇଟଲ୍। ଗତକାଲି ଆର୍ଜେଣ୍ଟିନାର ଜୁଆନ୍ ମାର୍ଟିନ୍ ଡେଲ୍ ପୋତ୍ରୋଙ୍କୁ ପରାସ୍ତ କରି ସେ ଏହି ଟାଇଟଲ୍ ଜିତିଛନ୍ତି।
ସେ ତୃତୀୟ ଥର ପାଇଁ ୟୁଏସ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ଏହା ହେଉଛି ତାଙ୍କର ୧୪ତମ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍। ଏହା ସହିତ ସେ ପିଟ୍ ସାମ୍ପ୍ରାସ୍ଙ୍କ ସମକକ୍ଷ ହୋଇଯାଇଛନ୍ତି।
Your 2018 champion and runner-up.
Congratulations @DjokerNole & @delpotrojuan!https://t.co/3geRmZNXkq#USOpen pic.twitter.com/tyvkIlgmJU
— US Open Tennis (@usopen) September 10, 2018
ଗତକାଲି ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଜୋକୋଭିକ୍ ୬-୩, ୭-୬ (୭-୪), ୬-୩ରେ ଡେଲ୍ ପୋତ୍ରୋଙ୍କୁ ପରାସ୍ତ କରିଥିଲେ।
୨୦୧୧ ଓ ୨୦୧୫ରେ ବି ୟୁଏସ୍ ଓପନ୍ ଚାମ୍ପିଅନ୍ ହୋଇଥିବା ଜୋକୋଭିକ୍ ଜାପାନର କେଇ ନିଶିକୋରୀଙ୍କୁ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ରାଫେଲ ନାଦାଲ ସେମି ଫାଇନାଲ୍ ନଖେଳି ଓହରି ଯିବାରୁ ଡେଲ୍ ପୋତ୍ରୋ ଫାଇନାଲ୍ରେ ପ୍ରବେଶ କରିଥିଲେ।