କେପ୍ ଟାଉନ୍ ଟେଷ୍ଟ: ଇଂଲଣ୍ଡ ୨୬୪ ରନରେ ଆଗୁଆ

କେପ୍ ଟାଉନ୍‌: ଜେମ୍ସ ଆଣ୍ଡରସନଙ୍କ ୫ ୱିକେଟ୍ ସଫଳତା ପରେ ଡମ୍ ସିବଲୀ ଓ କ୍ୟାପଟେନ୍ ଜୋ ରୁଟଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଜଭୁତ୍ ସ୍ଥିତିରେ ପହଞ୍ଚିଯାଇଛି। ଇଂଲଣ୍ଡର ୨୬୯ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୨୩ ରନ୍ କରି ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସରେ ୪୭ ରନରେ ଆଗୁଆ ଥିବା ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଛି। ତୃତୀୟ ଦିବସ ଖେଳ […]

sibley

sibley

Ranjit Kumar Jena
  • Published: Sunday, 05 January 2020
  • Updated: 05 January 2020, 10:23 PM IST

Sports

Latest News

କେପ୍ ଟାଉନ୍‌: ଜେମ୍ସ ଆଣ୍ଡରସନଙ୍କ ୫ ୱିକେଟ୍ ସଫଳତା ପରେ ଡମ୍ ସିବଲୀ ଓ କ୍ୟାପଟେନ୍ ଜୋ ରୁଟଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଜଭୁତ୍ ସ୍ଥିତିରେ ପହଞ୍ଚିଯାଇଛି। ଇଂଲଣ୍ଡର ୨୬୯ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୨୩ ରନ୍ କରି ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସରେ ୪୭ ରନରେ ଆଗୁଆ ଥିବା ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଛି। ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୪ ୱିକେଟ୍ ହରାଇ ୨୧୮ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ସିବଲୀ ୮୫ ରନରେ ବ୍ୟାଟିଂ କରୁଥିଲେ। ଇଂଲଣ୍ଡ ମୋଟ ୨୬୪ ରନରେ ଆଗୁଆ ରହିଥିବା ବେଳେ ହାତରେ ୬ ୱିକେଟ୍ ବାକି ରହିଛି।

ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଜ୍ୟାକ୍ କ୍ରଲୀ ୨୫ ରନ୍ କରି କାଗିସୋ ରବାଡାଙ୍କ ଶିକାର ହୋଇଥିଲେ। ଏହା ପରେ ସିବଲୀ ଓ ଜୋ ଡେନଲୀ ଦ୍ୱିତୀୟ ୱିକେଟ୍ ପାଇଁ ୭୩ ରନ୍ ଯୋଡ଼ି ଟିମ୍ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଡେନଲୀ ବ୍ୟକ୍ତିଗତ ୩୧ ରନ୍ କରିଥିବା ବେଳେ ଆନରିଚ୍ ନୋର୍ଟଜେଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ଖରାପ ଫର୍ମରେ ଥିବା କ୍ୟାପଟେନ୍ ରୁଟ୍ ଭଲ ବ୍ୟାଟିଂ କରି ସିବଲୀଙ୍କୁ ଭରପୂର ସହଯୋଗ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୧୬ ରନର ଶତକୀୟ ଭାଗୀଦାରୀ କରିଥିଲେ।

ରୁଟ୍ ଅର୍ଦ୍ଧଶତକ ମାରିବା ପରେ ଆଉଟ୍ ହୋଇଯାଇଥିଲେ। ସେ ୯୮ ବଲରେ ୭ ଚୌକା ସହ ୬୧ ରନ୍ କରି ଡ୍ୱେନ୍ ପ୍ରିଟୋରିୟସଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଡୋମିନିକ୍ ବେସ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ନୋର୍ଟଜେ ୨ଟି, ରବାଡା ଓ ପ୍ରିଟୋରିୟସ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଋବିବାର ସକାଳେ ଦକ୍ଷିଣ ଆଫ୍ରିକା ତା'ର ପୂର୍ବଦିନର ସ୍କୋର ୨୧୫/୮ ରନରୁ ଖେଳ ଆରମ୍ଭ କରିଥିଲା। ତେବେ ଦଳ ଆଉ ୮ ରନ୍ ଯୋଡ଼ି ତା'ର ଶେଷ ଦୁଇ ୱିକେଟ୍ ହରାଇଥିଲା। ଭ୍ରମଣକାରୀ ଦଳର ସବୁଠାରୁ ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ୍ ଘରୋଇ ଦଳର ଶେଷ ୨ ୱିକେଟ୍ ନେଇଥିଲେ। ଭର୍ନନ୍ ଫିଲାଣ୍ଡର୍ ୧୭ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ୍ ୪୦ ରନ୍ ଦେଇ ୫ଟି, ଷ୍ଟୁଆର୍ଟ ବ୍ରଡ୍ ଓ ସାମ୍ କୁରାନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story