ଡୋପ୍‌ ଟେଷ୍ଟରେ ନରସିଂହ ବିଫଳ, ରିଓରେ ସାମିଲ ହେବା ନେଇ ସନ୍ଦେହରେ

ନୂଆଦିଲ୍ଲୀ: ଅଗଷ୍ଟ ୫ରୁ ବାଜ୍ରିଲର ରିଓ ଡି ଜେନେରିଓରେ ହେବାକୁ ଥିବା ଅଲିମ୍ପିକ୍‌ ପୂର୍ବରୁ ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା)ଦ୍ୱାରା କରାଯାଇଥିବା ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି ଭାରତର କୁସ୍ତିଯୋଦ୍ଧା ନରସିଂହ ଯାଦବ। ଅଲିମ୍ପିକ୍‌ରେ ୨ ଥର ମେଡାଲ ଜିତିଥିବା ସୁଶୀଲ କୁମାରଙ୍କ ସହ ଆଇନଗତ ଲଢେଇ ଜିତି ସେ ରିଓରେ ଭାଗ ନେବାକୁ ୭୪ କେଜି ବର୍ଗ ଫ୍ରିଷ୍ଟାଇଲ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ନ୍ୟାସନାଲ ଆଣ୍ଟି ଡୋପିଂ ଡିରେକ୍ଟର ଜେନେରାଲ ନବୀନ ଅଗ୍ରୱାଲ […]

narsingh yadav

Rakesh Mallick
  • Published: Sunday, 24 July 2016
  • , Updated: 24 July 2016, 06:18 PM IST

ନୂଆଦିଲ୍ଲୀ: ଅଗଷ୍ଟ ୫ରୁ ବାଜ୍ରିଲର ରିଓ ଡି ଜେନେରିଓରେ ହେବାକୁ ଥିବା ଅଲିମ୍ପିକ୍‌ ପୂର୍ବରୁ ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା)ଦ୍ୱାରା କରାଯାଇଥିବା ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି ଭାରତର କୁସ୍ତିଯୋଦ୍ଧା ନରସିଂହ ଯାଦବ। ଅଲିମ୍ପିକ୍‌ରେ ୨ ଥର ମେଡାଲ ଜିତିଥିବା ସୁଶୀଲ କୁମାରଙ୍କ ସହ ଆଇନଗତ ଲଢେଇ ଜିତି ସେ ରିଓରେ ଭାଗ ନେବାକୁ ୭୪ କେଜି ବର୍ଗ ଫ୍ରିଷ୍ଟାଇଲ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

ନ୍ୟାସନାଲ ଆଣ୍ଟି ଡୋପିଂ ଡିରେକ୍ଟର ଜେନେରାଲ ନବୀନ ଅଗ୍ରୱାଲ କହିଛନ୍ତି,“ନରସିଂହଙ୍କର ଠାରୁ ନିଆଯାଇଥିବା ‘ବି’ ନମୂନାରେ ଗତକାଲି ପଜିଟିଭ୍‌ ଥିବା ଜଣାପଡିଛି। ନିଷିଦ୍ଧ କରାଯାଇଥିବା ଯେଉଁ ତରଳ ପଦାର୍ଥ ତାଙ୍କ ଟେଷ୍ଟ ରିପୋର୍ଟରେ ରହିଛି ତାହା ହେଲା ମେଥେନ୍‌ଣ୍ଡିଓନି (ନିଷିଦ୍ଧ ହୋଇଥିବା ଆନାବୋଲିକ୍‌ ଷ୍ଟେରଏଡ)।ଯେତେବେଳେ ଏହି ରିପୋର୍ଟ ପ୍ରକାଶିତ ହେଲା ସେହି ସମୟରେ ନରସିଂହ ଉପସ୍ଥିତ ଥିଲେ।”

ସେ ଆହୁରି ମଧ୍ୟ କହିଛନ୍ତି,“ସେ ଗତକାଲି ଶୃଙ୍ଖଳାଗତ ପ୍ୟାନେଲ ନିକଟରେ ହାଜର ହୋଇଥିଲେ। ଏହି ଘଟଣାରେ ପ୍ୟାନେଲ ତାଙ୍କ ଉପରେ ବର୍ଷିବା ସହ ଅଧିକ ତଥ୍ୟ ଲୋଡିଥିଲେ। ମୁଁ ଭାବୁଛି ପ୍ୟାନେଲ ଏନେଇ ତୁରନ୍ତ ପଦକ୍ଷେପ ନେବେ। ଆମେ ତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ।”

ନରସିଂହ ରିଓରେ ଭାଗନେବା ନେଇ ଉଠିଥିବା ସନ୍ଦେହ ନେଇ ସେ କହିଛନ୍ତି,“ରିଓ ଅଲିମ୍ପିକ୍‌ ଆରମ୍ଭ ହେବାର ମାତ୍ର ଏକ ସପ୍ତାହ ପୂର୍ବରୁ ଏ ସମ୍ପର୍କରେ ଆମେ ସୂଚନା ପାଇଲୁ। ଖୁବଶୀଘ୍ର ନେଇ ପଦକ୍ଷେପ ନେବୁ। ଆମେ ଯଥାଶୀଘ୍ର ଚେଷ୍ଟା କରୁଛୁ ଏହି ଘଟଣାର କିଛି ବିକଳ୍ପ ବ୍ୟବସ୍ଥା ବାହାର କରିବାକୁ।ଆମେ ଏନେଇ କୌଣସି ପୂର୍ବନୁମାନ କରିପାରିବୁ ନାହିଁ।”

ଅନ୍ୟପକ୍ଷରେ ଭାରତୀୟ କୁସ୍ତି ମହାସଂଘ ନରସିଂହଙ୍କ ବିପକ୍ଷରେ ଷଡଯନ୍ତ୍ର କରାଯାଇଥିବା ଅନୁମାନ କରିଛି।

ଭାରତୀୟ କୁସ୍ତି ମହାସଂଘ କହିଛି,“ନରସିଂହଙ୍କ କ୍ରୀଡା ଜୀବନ ସ୍ୱଚ୍ଛ।ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ସ୍ପଷ୍ଟ ହୋଇଯାଉଛି।”

ଏନେଇ ନରସିଂହ ଯାଦବ କହିଛନ୍ତି,“ମୋ ବିରୋଧରେ ଷଡଯନ୍ତ୍ର ହୋଇଛି। ମୁଁ ନିଷିଦ୍ଧ ଘୋଷଣା ହୋଇଥିବା କୌଣସି ଷ୍ଟେରଏଡ ନେଇନାହିଁ। ମୋ ବିପକ୍ଷରେ ଷଡଯନ୍ତ୍ର କରାଯାଇ ଅଲମ୍ପିକ୍‌ ଅଧିସ୍ୱୀକୃତିକୁ ୱିଥ୍‌ହେଲ୍ଡ କରାଯାଇଛି।”

ଗତବର୍ଷ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ବ୍ରୋଞ୍ଜ ପଦକ ଜିତି ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ନରସିଂହ।

Related story