ଆଇପିଏଲ୍‌-୧୧ରେ ଲାଗୁ ହେବ Drs: ଏହି ୫ ଅଧିନାୟକ ଉଦ୍‌ଘାଟନୀ ଉତ୍ସବରେ ହେବେନାହିଁ ସାମିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସିଜିନରେ Drs ନିୟମ ଲାଗୁ ହେବ। ଆଇପିଏଲ୍‌ର ଚ୍ୟାର୍‌ମ୍ୟାନ୍‌ ରାଜୀବ ଶୁକ୍ଳା ଏହା କହିଛନ୍ତି। ଦୀର୍ଘ ଦିନ ଧରି ଏହାରି ଉପରେ ବିଚାର କରାଯିବା ପରେ ଶେଷରେ Drs ଲାଗୁ ନେଇ ନିସ୍ଫତ୍ତି ନିଆଯାଇଛି। ପୂର୍ବରୁ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ Drs ଲାଗୁ ହୋଇଥିଲା। ଯେଉଁଥିରେ  ପ୍ରତ୍ୟେକ ଟିମ୍‌ ଅମ୍ପିଆରଙ୍କ ଗୋଟିଏ ନିସ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ। ଦୀର୍ଘଦିନ ଧରି ଏହା ଉପରେ ତର୍ଜମା କରାଯାଉଥିଲା ଯେ ଆଇପିଏଲ ୧୧ରେ Drs […]

ipl-dhoni_1521649488

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 01:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସିଜିନରେ Drs ନିୟମ ଲାଗୁ ହେବ। ଆଇପିଏଲ୍‌ର ଚ୍ୟାର୍‌ମ୍ୟାନ୍‌ ରାଜୀବ ଶୁକ୍ଳା ଏହା କହିଛନ୍ତି। ଦୀର୍ଘ ଦିନ ଧରି ଏହାରି ଉପରେ ବିଚାର କରାଯିବା ପରେ ଶେଷରେ Drs ଲାଗୁ ନେଇ ନିସ୍ଫତ୍ତି ନିଆଯାଇଛି। ପୂର୍ବରୁ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ Drs ଲାଗୁ ହୋଇଥିଲା। ଯେଉଁଥିରେ  ପ୍ରତ୍ୟେକ ଟିମ୍‌ ଅମ୍ପିଆରଙ୍କ ଗୋଟିଏ ନିସ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ। ଦୀର୍ଘଦିନ ଧରି ଏହା ଉପରେ ତର୍ଜମା କରାଯାଉଥିଲା ଯେ ଆଇପିଏଲ ୧୧ରେ Drs ଲାଗୁ  ହେବ ନା ନାହିଁ। 

ଶେଷରେ Drs ଲାଗୁ ନେଇ ଆଇପିଏଲ୍‌ ଚ୍ୟାର୍‌ମ୍ୟାନ୍‌ ରାଜୀବ ଶୁକ୍ଳା କହିଛନ୍ତି ଯେ ଆଇପିଏଲ-୧୧ରେ Drs ଲାଗୁ  ଲାଗୁହେବ। ଯାହାଦ୍ୱାରା ଅମ୍ପିଆରଙ୍କ ନିଷ୍ପତ୍ତିକୁ କୌଣସି ଟିମ୍‌ର ଅଧିନାୟକଙ୍କୁ ସମୀକ୍ଷା କରିବାକୁ ସୁଯୋଗ ମିଳିବ। ଅନ୍ୟପଟେ ଆଇପିଏଲ୍‌ ଇତିହାସରେ ପ୍ରଥମଥର ପାଇଁ ସମସ୍ତ ଟିମ୍‌ର ଅଧିନାୟକ ଉଦ୍‌ଘାଟନୀ ଉତ୍ସବରେ ଦେଖିବାକୁ ମିଳିବେନି। ମୁମ୍ବାଇରେ ଉଦ୍‌ଘାଟନୀ ଉତ୍ସବର ଆୟୋଜନ ହେବାକୁ ଥିବା ବେଳେ ନିଜ ଦଳ ସହ ଅନେକ ଟିମ୍‌ର ଅଧିନାୟକ ଅଭ୍ୟାସରେ ବ୍ୟସ୍ତ ଅଛନ୍ତି। ବିଶେଷ କରି ଆର୍‌ସିବି ଅଧିନାୟକ ବିରାଟ, ଦିଲ୍ଲୀ ଅଧିନାୟକ ଗୌତମ ଗମ୍ଭୀର, ପଞ୍ଜାବ ଅଧିନାୟକ ଆର୍‌.ଅଶ୍ୱିନ, କୋଲକାତା ଅଧିନାୟକ ଦିନେଶ କାର୍ତ୍ତିକ ଓ ରାଜସ୍ଥାନ ଅଧିନାୟକ ଷ୍ଟଭ୍‌ ସ୍ମିଥ୍‌ ସାମିଲ ହୋଇପାରିବେ ନାହଁ।

Related story