ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଦୂତୀ ଚାନ୍ଦଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଛନ୍ତି ସ୍ପ୍ରିଂଟ କୁଇନ ଦୂତୀ ଚାନ୍ଦ। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୧୦୦ ମିଟର ଦୌଡ଼ରେ ଦୂତୀ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଏହି ୨୪ ବର୍ଷୀୟ ସ୍ପ୍ରିଂଟର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡ୍ରଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ) କୁ ପ୍ରତିନିଧିତ୍ୱ କରିଥିଲେ। ଦୂତୀଙ୍କ ବେଗ ଏଭଳି ଥିଲା ଯେ ତାଙ୍କ ପ୍ରତିଦ୍ୱନ୍ଦୀମାନେ ତାଙ୍କ ଆଖପାଖରେ ମଧ୍ୟ ପହଞ୍ଚିପାରିନଥିଲେ। ଜାତୀୟ […]

d

Hemant Lenka
  • Published: Saturday, 29 February 2020
  • , Updated: 29 February 2020, 08:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଛନ୍ତି ସ୍ପ୍ରିଂଟ କୁଇନ ଦୂତୀ ଚାନ୍ଦ। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୧୦୦ ମିଟର ଦୌଡ଼ରେ ଦୂତୀ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଏହି ୨୪ ବର୍ଷୀୟ ସ୍ପ୍ରିଂଟର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡ୍ରଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ) କୁ ପ୍ରତିନିଧିତ୍ୱ କରିଥିଲେ। ଦୂତୀଙ୍କ ବେଗ ଏଭଳି ଥିଲା ଯେ ତାଙ୍କ ପ୍ରତିଦ୍ୱନ୍ଦୀମାନେ ତାଙ୍କ ଆଖପାଖରେ ମଧ୍ୟ ପହଞ୍ଚିପାରିନଥିଲେ।

ଜାତୀୟ ରେକର୍ଡଧାରୀ ଦୂତୀ ଚାନ୍ଦ ଏହି ପ୍ରତିଯୋଗିତାରେ ୧୧.୯ ସେକେଣ୍ଡର ଟାଇମିଙ୍ଗ ସହିତ ସ୍ୱର୍ଣ୍ଣ ହାସଲ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ଥିବା ମାଙ୍ଗାଲୋର ୟୁନିଭର୍ସିଟିର ଧନଲକ୍ଷ୍ମୀ ୧୧.୯୯ ସେକେଣ୍ଡ ଟାଇମିଙ୍ଗରେ ଏବଂ ମହାତ୍ମା ଗାନ୍ଧି ୟୁନିଭର୍ସିଟିର ସ୍ନେହା ଏସଏସ ୧୨.୦୮ ସେକେଣ୍ଡ ଟାଇମିଙ୍ଗ ସହ ବ୍ରୋଞ୍ଜ ହାସଲ କରିଛନ୍ତି। ଆଜି ଦୂତୀ ଚାନ୍ଦ ୧୧.୯ ସେକେଣ୍ଡରେ ୧୦୦ ମିଟିର ଦୂରତା ଅତିକ୍ରମ କରି ଇଣ୍ଟର ୟୁନିଭର୍ସିଟି ସ୍ତରରେ ନୂଆ ରେକର୍ଡ କରିଛନ୍ତି।

ଅନ୍ୟପକ୍ଷରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ନବମ ଦିନରେ ଓଡ଼ିଶାର ବ୍ରହ୍ମପୁର ୟୁନିଭର୍ସିଟିର ଛାତ୍ରୀ ବନିତା ଘଡ଼େଇ ୮୭ କେଜି ମହିଳା ବର୍ଗର ଭାରୋତ୍ତଳନରେ ବ୍ରୋଞ୍ଜ ପଦକ ଜିତି ଓଡ଼ିଶା ପାଇଁ ଆଉ ଏକ ସଫଳତା ଆଣିଦେଇଛନ୍ତି।

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରି ସେ ବେଶ ଆନନ୍ଦିତ ବୋଲି ଦୂତୀ କହିଛନ୍ତି। ସେ କହିଛନ୍ତି, “ମୋ ଅଭ୍ୟାସ ବହୁତ ଭଲ ଭାବରେ ଚାଲିଛି। ପ୍ରତିଦିନ ମୁଁ ୬ରୁ ୭ ଘଣ୍ଟା ଟ୍ରେନିଙ୍ଗ ନେଉଛି। ମୋ କୋଚ ମୋତେ ଟ୍ରାକ ଏବଂ ଜିମ ୱାର୍କଆଉଟରେ ବେଶ ଭଲ ଭାବେ ଗାଇଡ କରୁଛନ୍ତି।”

ଆସନ୍ତାକାଲି ଦୂତୀ ୨୦୦ମିଟରରେ ମଧ୍ୟ ଅଂଶଗ୍ରହଣ କରିବେ।

Related story