ଦେଶ ପାଇଁ ଗୌରବ ଆଣିଲେ ଦୂତୀ, ରାଷ୍ଟ୍ରପତି ବି ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିଛି ବଡ଼ ସଫଳତା। ମହିଳା ୧୦୦ ମିଟର ଦୌଡ଼ରେ ସେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି କ୍ରୀଡ଼ାର ଚଳିତ ସଂସ୍କରଣରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ତା’ସହିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ। ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଇତିହାସରେ ପୂର୍ବରୁ […]

dutee

Jitendra Garnayak
  • Published: Wednesday, 10 July 2019
  • , Updated: 10 July 2019, 08:11 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିଛି ବଡ଼ ସଫଳତା। ମହିଳା ୧୦୦ ମିଟର ଦୌଡ଼ରେ ସେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି କ୍ରୀଡ଼ାର ଚଳିତ ସଂସ୍କରଣରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ତା’ସହିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ। ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଇତିହାସରେ ପୂର୍ବରୁ କୌଣସି ଭାରତୀୟ ୧୦୦ ମିଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରି ନଥିଲେ।

ଗତକାଲି ଦୂତୀ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ। ଏହି ଦୂରତାକୁ ୧୧.୩୩ ସେକେଣ୍ଡରେ ଅତିକ୍ରମ କରି ସ୍ୱିଜରଲ୍ୟାଣ୍ଡର ଆଜ୍‌ଲା  ଡେଲ୍ ପୋଣ୍ଟେ ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ରୌପ୍ୟ ପଦକ ହାସଲ କରିଥିଲେ। ଦୂତୀ ସେମି ଫାଇନାଲ୍‌ରେ ୧୧.୪୧ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ।

ଦୂତୀଙ୍କ ଏହି ସଫଳତା ପାଇଁ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି, ଏହା ଦେଶ ପାଇଁ ବହୁତ ଗର୍ବର କଥା। ଏହିଭଳି ପ୍ରୟାସ ଜାରି ରଖ ଓ ଅଲିମ୍ପିକ୍ସରେ ଏହି ସଫଳତାକୁ ଦୋହରାଇବାକୁ ଲକ୍ଷ୍ୟ ରଖ।

ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ପାଇବା ପରେ ଦୂତୀ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।

Related story