ଦୂତୀ ହେଉଛନ୍ତି ତୃତୀୟ ଲିଙ୍ଗ! ରଚିତାଙ୍କ ନାଁରେ ମାନହାନୀ ମୋକଦ୍ଦମା କରିବେ ଦୂତୀ

ଭୁବନେଶ୍ୱର: ଘନେଇଲା ଦୂତି-ରଚିତା କଳି।  ଆଥଲେଟ ଦୂତୀ ଚାନ୍ଦଙ୍କ ପ୍ରତି ପୂର୍ବତନ ଆଥଲେଟ୍‌ ରଚିତା ମିସ୍ତ୍ରୀଙ୍କ ଆକ୍ଷେପ ପ୍ରସଙ୍ଗରେ, ରଚିତାଙ୍କ ନାଁରେ ମାନହାନୀ ମୋକଦ୍ଦମା କରିବାକୁ ଧମକ ଦେଇଛନ୍ତି ଦୂତୀ ଚାନ୍ଦ। ମୁଁ ଝିଅ ହୋଇ ଝିଅଙ୍କ ସହ ଦୌଡ଼ୁଛି ବୋଲି କହିଛନ୍ତି ଦୂତୀ । ତେବେ ଏଥିରେ ରଚିତାଙ୍କ ମିସ୍ତ୍ରୀଙ୍କର କଣ ଅସୁବିଧା ହେଉଥିବା ପ୍ରଶ୍ନ କରିଛନ୍ତି ଦୂତୀ। ରଚିତା ମିସ୍ତ୍ରୀ ମୋତେ ଅଲଗା ଲିଙ୍ଗ ସହ ତୁଳନା କରୁଛନ୍ତି ମାନେ ମୋତେ ସେ ଘୃଣା […]

Dutee-chand-Asian-Gr

Rakesh Mallick
  • Published: Thursday, 13 July 2017
  • , Updated: 13 July 2017, 07:50 PM IST

ଭୁବନେଶ୍ୱର: ଘନେଇଲା ଦୂତି-ରଚିତା କଳି।  ଆଥଲେଟ ଦୂତୀ ଚାନ୍ଦଙ୍କ ପ୍ରତି ପୂର୍ବତନ ଆଥଲେଟ୍‌ ରଚିତା ମିସ୍ତ୍ରୀଙ୍କ ଆକ୍ଷେପ ପ୍ରସଙ୍ଗରେ, ରଚିତାଙ୍କ ନାଁରେ ମାନହାନୀ ମୋକଦ୍ଦମା କରିବାକୁ ଧମକ ଦେଇଛନ୍ତି ଦୂତୀ ଚାନ୍ଦ। ମୁଁ ଝିଅ ହୋଇ ଝିଅଙ୍କ ସହ ଦୌଡ଼ୁଛି ବୋଲି କହିଛନ୍ତି ଦୂତୀ । ତେବେ ଏଥିରେ ରଚିତାଙ୍କ ମିସ୍ତ୍ରୀଙ୍କର କଣ ଅସୁବିଧା ହେଉଥିବା ପ୍ରଶ୍ନ କରିଛନ୍ତି ଦୂତୀ। ରଚିତା ମିସ୍ତ୍ରୀ ମୋତେ ଅଲଗା ଲିଙ୍ଗ ସହ ତୁଳନା କରୁଛନ୍ତି ମାନେ ମୋତେ ସେ ଘୃଣା କରିବା ସହ ବଦନାମ ମଧ୍ୟ କରୁଛନ୍ତି ବୋଲି ଦୂତୀ କହିଛନ୍ତି। ମୋତେ ଏମିତି ଆଖ୍ୟା ଦେଉଛନ୍ତି, ଯେମିତି ମୁଁ ମଣିଷ ନୁହେଁ। ମୁଁ ରଚିତା ମିସ୍ତ୍ରୀଙ୍କ ରେକର୍ଡ ଭାଙ୍ଗିଥିବାରୁ ପୂର୍ବରୁ ମଧ୍ୟ ସେ ଫୋନରେ ଗାଳି କରିଥିବା ଦୂତୀ ଅଭିଯୋଗ କରିଛନ୍ତି।  ସେପଟେ ଦୂତୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଥଲେଟ୍ ରଚିତା ମିସ୍ତ୍ରୀ। ସେ କହିଛନ୍ତି, ମୁଁ ଯାହା କହିଛି ସତ କଥା କହିଛି। ମୁଁ ଦୂତୀର ଦୌଡ଼ିବା ବନ୍ଦ କରିବାକୁ କେବେ ଚାହୁଁନି। ପୃଥିବୀରେ ବହୁ ତୃତୀୟ ଲିଙ୍ଗଙ୍କର ଦୌଡ଼ିବାକୁ ଇଛା ଥାଏ। ତାକୁ ଅନ୍ୟ ଏକ ଜେଣ୍ଡର କାଟେଗୋରୀ କରି ଦିଆଯାଉ ବୋଲି ରଚିତା ମିସ୍ତ୍ରୀ କହିଛନ୍ତି।

Related story