ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ନେଇ ବ୍ରାଭୋଙ୍କ ଘୋଷଣା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସରୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ରାଭୋ କହିଛନ୍ତି, ସେ ଟି-୨୦ ଟିମରେ ଚୟନ ପାଇଁ ଉପଲବ୍ଧ ଅଛନ୍ତି। ବ୍ରାଭୋ ସେପ୍ଟେମ୍ବର, ୨୦୧୬ ପରଠାରୁ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିଲେ, ଯେଉଁକାରଣରୁ ସେ ୨୦୧୮ରେ ସନ୍ନ୍ୟାସ ଘୋଷଣା କରିଥିଲେ। ୩୬ ବର୍ଷୀୟ ବ୍ରାଭୋ କହିଛନ୍ତି, ଆଜି ମୁଁ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରୁଛି। ପ୍ରଶାସନିକ ସ୍ତରରେ ସୁଧାର ଆସିବା ପରେ ମୁଁ ନିଷ୍ପତ୍ତି ନେଇଛି। […]

bravo

bravo

Ranjit Kumar Jena
  • Published: Friday, 13 December 2019
  • Updated: 13 December 2019, 05:16 PM IST

Sports

Latest News

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସରୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ରାଭୋ କହିଛନ୍ତି, ସେ ଟି-୨୦ ଟିମରେ ଚୟନ ପାଇଁ ଉପଲବ୍ଧ ଅଛନ୍ତି। ବ୍ରାଭୋ ସେପ୍ଟେମ୍ବର, ୨୦୧୬ ପରଠାରୁ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିଲେ, ଯେଉଁକାରଣରୁ ସେ ୨୦୧୮ରେ ସନ୍ନ୍ୟାସ ଘୋଷଣା କରିଥିଲେ।

୩୬ ବର୍ଷୀୟ ବ୍ରାଭୋ କହିଛନ୍ତି, ଆଜି ମୁଁ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରୁଛି। ପ୍ରଶାସନିକ ସ୍ତରରେ ସୁଧାର ଆସିବା ପରେ ମୁଁ ନିଷ୍ପତ୍ତି ନେଇଛି। ଚୟନକର୍ତ୍ତାଙ୍କୁ ମୁଁ କହିବାକୁ ଚାହୁଁଛି ଯେ ମୁଁ ଟି-୨୦ କ୍ରିକେଟରେ ଚୟନ ପାଇଁ ଉପଲବ୍ଧ ଅଛି।

ପୂର୍ବତନ ଟିମ୍ ମ୍ୟାନେଜର୍ ରିକି ସ୍କରିଟ୍ ଏବେ ଡେଭ୍ କ୍ୟାମେରନଙ୍କ ସ୍ଥାନରେ ବୋର୍ଡର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ଏ ନେଇ ବ୍ରାଭୋ ଆହୁରି କହିଛନ୍ତି, ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡରେ କ୍ଷମତା ବଦଳିବା କାରଣରୁ ମୁଁ ମନ ବଦଳାଇଛି। ମୁଁ କିଛି ସମୟ ଧରି ଏହା ଉପରେ ବିଚାର କଲି ଏବଂ ସକାରାତ୍ମକ ପରିବର୍ତ୍ତନ ମୋ ନିଷ୍ପତ୍ତିକୁ ଶକ୍ତି ଦେଇଛି।

ବ୍ରାଭୋ କ୍ୟାମେରନଙ୍କ ସହ ଝଗଡ଼ା କରିଥିଲେ, ଯାହାଙ୍କ ଉପରେ ସେ ନିଜ କ୍ୟାରିୟରକୁ ନଷ୍ଟ କରିବାର ଅଭିଯୋଗ ଆଣିଥିଲେ। ତେବେ ବ୍ରାଭୋ ନିଜ ଦେଶ ପାଇଁ ପୁଣିଥରେ ଖେଳିବା ନେଇ ଗତମାସରେ ସଙ୍କେତ ଦେଇଥିଲେ। ବ୍ରାଭୋ ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଆଫଗାନ୍ ଟିମ୍ ବିପକ୍ଷରେ ୱେଷ୍ଟଇଣ୍ଡିଜକୁ ମିଳିଥିବା ୩-୦ର ବିଜୟ ପାଇଁ ବଧେଇ ଜଣାଇ ଏହି କଥା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos