ଖାଇବା ଓ ରହିବାକୁ ନେଇ ଅଭିଯୋଗ କଲେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ୍‌

ରାଞ୍ଚି: ଦକ୍ଷିଣ ଆଫ୍ରିକାର ଓପନର ଡେନ୍‌ ଏଲଗାର ଭାରତରେ ରହିବା ସମୟରେ ମିଳୁଥିବା ହୋଟେଲ ଓ ଖାଇବାକୁ ପସନ୍ଦ କରିନାହାନ୍ତି। ଏଥିପାଇଁ କୁଆଡ଼େ ଦକ୍ଷିଣ ଆଫ୍ରିକା ଟିମ୍‌ ପଡ଼ିଆରେ ଭଲ ପ୍ରଦର୍ଶନ କରିପାରୁ ନାହିଁ ବୋଲି ସେ କହିବାକୁ ପଛାଇ ନାହାନ୍ତି। ଖରାପ ଖେଳ ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକା ଘରୋଇ ଭାରତ ଠାରୁ ପ୍ରଥମ ଦୁଇଟି ଯାକ ଟେଷ୍ଟ ମ୍ୟାଚ୍‌ ହାରି ସିରିଜ୍‌ ହାତ ଛଡ଼ା କରିଛି। ଆଜି ଠାରୁ ଦୁଇ ଦେଶ ମଧ୍ୟରେ ତୃତୀୟ […]

x

Hemant Lenka
  • Published: Saturday, 19 October 2019
  • , Updated: 19 October 2019, 04:39 PM IST

ରାଞ୍ଚି: ଦକ୍ଷିଣ ଆଫ୍ରିକାର ଓପନର ଡେନ୍‌ ଏଲଗାର ଭାରତରେ ରହିବା ସମୟରେ ମିଳୁଥିବା ହୋଟେଲ ଓ ଖାଇବାକୁ ପସନ୍ଦ କରିନାହାନ୍ତି। ଏଥିପାଇଁ କୁଆଡ଼େ ଦକ୍ଷିଣ ଆଫ୍ରିକା ଟିମ୍‌ ପଡ଼ିଆରେ ଭଲ ପ୍ରଦର୍ଶନ କରିପାରୁ ନାହିଁ ବୋଲି ସେ କହିବାକୁ ପଛାଇ ନାହାନ୍ତି। ଖରାପ ଖେଳ ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକା ଘରୋଇ ଭାରତ ଠାରୁ ପ୍ରଥମ ଦୁଇଟି ଯାକ ଟେଷ୍ଟ ମ୍ୟାଚ୍‌ ହାରି ସିରିଜ୍‌ ହାତ ଛଡ଼ା କରିଛି।

ଆଜି ଠାରୁ ଦୁଇ ଦେଶ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି। ଏହାପୂର୍ବରୁ ଅଭ୍ୟାସ ଶିବିରରେ ଯୋଗଦେବା ପରେ ଏଲଗାର କହିଛନ୍ତି, “ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜିଂ ଟୁର। ଜଣେ ଲୋକ ହିସାବରେ ଆପଣ ଚାପରେ ରହିବେ ଏବଂ ଜଣେ କ୍ରିକେଟର ହିସାବରେ ମଧ୍ୟ ଚାପ ଅନୁଭବ କରିବେ। ଜଣେ ସାଧାରଣ ବ୍ୟକ୍ତିଭାବେ ଆପଣ ଗୋଟିଏ ଛୋଟିଆ ସହରକୁ ଗଲା ବେଳେ ସେଠାରେ ଭୋଗୁଥିବା ସମସ୍ୟା ବିଷୟରେ ଭଲ ଭାବେ ବୁଝି ପାରୁଥିବେ।

ଏଠାରେ ରହିବା ପାଇଁ ଥିବା ହୋଟେଲ ଆଦୌ ଠିକ୍‌ ନୁହେଁ। ଏହି କାରଣରୁ ପଡ଼ିଆରେ ଆମକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଠାରେ ଖାଇବା ମଧ୍ୟ ଠିକ୍‌ ନାହିଁ।”

ତେବେ ଫ୍ୟାନ୍‌ମାନେ ଏଲଗାରଙ୍କ ଏଭଳି ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି, ଦକ୍ଷିଣ ଆଫ୍ରିକା ପରାଜୟର ଭୁଲକୁ ଘଣ୍ଟ ଘୋଡ଼ାଇବା ପାଇଁ ଏଭଳି ବୟାନ ଦେଇଛନ୍ତି।

Related story