କେପ୍ ଟାଉନ୍ ଟେଷ୍ଟରେ ଇଂଲଣ୍ଡର ରୋମାଞ୍ଚକର ବିଜୟ

କେପ୍ ଟାଉନ୍‌: ଅନ୍ତିମ ସେସନରେ ୫ ୱିକେଟ୍ ନେଇ ଇଂଲଣ୍ଡ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୮୯ ରନରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୪୩୮ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ୨୪୮ ରନରେ ଅଲଆଉଟ୍ ହୋଇଛି। ଏହି ମ୍ୟାଚ୍ ଜିତିବା ସହ ଇଂଲଣ୍ଡ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସିରିଜର ତୃତୀୟ ଟେଷ୍ଟ ୧୬ ତାରିଖରୁ ପୋର୍ଟ ଏଲିଜାବେଥରେ […]

saf

saf

Ranjit Kumar Jena
  • Published: Tuesday, 07 January 2020
  • Updated: 07 January 2020, 09:33 PM IST

Sports

Latest News

କେପ୍ ଟାଉନ୍‌: ଅନ୍ତିମ ସେସନରେ ୫ ୱିକେଟ୍ ନେଇ ଇଂଲଣ୍ଡ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୮୯ ରନରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୪୩୮ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ୨୪୮ ରନରେ ଅଲଆଉଟ୍ ହୋଇଛି। ଏହି ମ୍ୟାଚ୍ ଜିତିବା ସହ ଇଂଲଣ୍ଡ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସିରିଜର ତୃତୀୟ ଟେଷ୍ଟ ୧୬ ତାରିଖରୁ ପୋର୍ଟ ଏଲିଜାବେଥରେ ଖେଳାଯିବ।

ଦକ୍ଷିଣ ଆଫ୍ରିକା ମଙ୍ଗଳବାର ପଞ୍ଚମ ତଥା ଅନ୍ତିମ ଦିବସରେ ତା'ର ପୂର୍ବଦିନର ସ୍କୋର ୧୨୬/୨ରୁ ଖେଳ ଆରମ୍ଭ କରିଥିଲା। ଦଳ ଆରମ୍ଭରୁ ହିଁ ନାଇଟ୍ ୱାଚମ୍ୟାଚ୍ ଭାବେ ବ୍ୟାଟିଂ କରୁଥିବା କେଶବ ମହାରାଜ (୨)ଙ୍କ ୱିକେଟ୍ ହରାଇଥିଲା। ଏହା ପରେ ଓପ୍ନର୍ ପିଟର୍ ମଲାନଙ୍କୁ କ୍ୟାପଟେନ୍ ଫାଫ୍ ଡୁପ୍ଲେସିସ୍ ଭଲ ସହଯୋଗ କରିଥିଲେ। ମ୍ୟାଚ୍ ଡ୍ର' କରିବା ଉଦ୍ଦେଶ୍ୟର ଘରୋଇ ଦଳର ବ୍ୟାଟ୍ସମ୍ୟାନ୍ ଧିମା ବ୍ୟାଟିଂ କରିଥିଲେ। ଡୁପ୍ଲେସିସ୍ ବ୍ୟକ୍ତିଗତ ୧୯ ରନ୍ କରିଥିବା ବେଳେ ତାଙ୍କୁ ଡୋମିନିକ୍ ବେସ୍ ପ୍ୟାଭିଲିୟନ୍ ପଠାଇ ଇଂଲଣ୍ଡକୁ ଚତୁର୍ଥ ସଫଳତା ଦେଇଥିଲେ।

ସେଟ୍ ବ୍ୟାଟ୍ସମ୍ୟାନ୍ ମଲାନଙ୍କୁ ସାମ୍ କୁରାନ୍ ଆଉଟ୍ କରି ଇଂଲଣ୍ଡକୁ ନିର୍ଣ୍ଣାୟକ ବ୍ରେକଥ୍ରୁ ଦେଇଥିଲେ। ମଲାନ୍ ୮୪ (୨୮୮ ବଲ୍‌, ୩ ଚୌକା) ରନ୍ କରି ଆଉଟ୍ ହୋଇଥିଲେ। ୧୭୧ ରନରେ ଦକ୍ଷିଣ ଆଫ୍ରିକାର ୫ ୱିକେଟ୍ ନେବା ପରେ ଇଂଲଣ୍ଡ ବିଜୟ ସ୍ପଷ୍ଟ ହୋଇଥିଲା। କିନ୍ତୁ ଏହି ସମୟରେ ରାସି ଭାନ୍ ଡର୍ ଡୁସେନ୍ ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି'କକ୍ ଇଂଲଣ୍ଡ ବୋଲିଂ ଆକ୍ରମଣକୁ ସତର୍କତାର ସହ ସାମ୍ନା କରିଥିଲେ। ଦୁହେଁ ପ୍ରାୟ ୩୪ରୁ ଅଧିକ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପାଇଁ ଆଶା ସଞ୍ଚାର କରିଥିଲେ। ଚା'ପାନ ବିରତି ସୁଦ୍ଧା ଟିମର ସ୍କୋର ୫ ୱିକେଟରେ ୨୨୫ ରନରେ ଥିଲା। ତେବେ ତୃତୀୟ ତଥା ମ୍ୟାଚର ଅନ୍ତିମ ସେସନରେ ଜୋ ଡେନଲୀ ପୁଣିଥରେ ଦଳକୁ ମହତ୍ତ୍ୱପୂର୍ଣ୍ଣ ସଫଳତା ଦେଇଥିଲେ।

ଦକ୍ଷିଣ ଆଫ୍ରିକା ସ୍କୋର ୨୩୭ ଥିବା ବେଳେ ଡି'କକ୍ ଭୁଲ୍ କରି ବସିଥିଲେ ଏବଂ ଜ୍ୟାକ୍ କ୍ରଲୀଙ୍କୁ ହାତକୁ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରିଥିଲେ । କ୍ୱିଣ୍ଟନ୍ ୧୦୭ ବଲରେ ୭ ଚୌକା ସହ ୫୦ ରନ୍ କରିଥିଲେ। ଏହା ପରେ ଷ୍ଟୁଆର୍ଟ ବ୍ରଡ୍ ଅନ୍ୟତମ ସେଟ୍ ବ୍ୟାଟ୍ସମ୍ୟାନ୍ ଡୁସେନ୍ (୧୭)ଙ୍କୁ ଆଉଟ୍ କରି ମ୍ୟାଚକୁ ଇଂଲଣ୍ଡ ମୁଠାରେ କରିଥିଲେ। ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଭ୍ରମଣକାରୀ ଦଳର ଶେଷ ତିନି ୱିକେଟ୍ ଇଂଲଣ୍ଡକୁ ବିଜୟୀ କରାଇଥିଲେ। ଭର୍ନନ୍ ଫିଲାଣ୍ଡର ୮ ରନ୍ କରିଥିବା ବେଳେ ଡ୍ୱେନ୍ ପ୍ରିଟୋରିୟସ୍ (୦) ଓ ଆନରିଚ୍ ନୋର୍ଟଜେ (୦) ଖାତା ଖୋଲିପାରିନଥିଲେ। ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ ୩ଟି, ଜେମ୍ସ ଆଣ୍ଡରସନ୍ ଓ ଡେନଲୀ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୬୯ ରନ୍ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୨୨୩ ରନ୍ କରି ଅଲଆଉଟ୍ ହୋଇଥିଲା। ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୮ ୱିକେଟ୍ ହରାଇ ୩୯୧ ରନ୍ କରି ପାଳି ଘୋଷଣା କରିଥିଲା। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଷ୍ଟୋକ୍ସ (୧୧୯ ରନ୍‌, ୩ ୱିକେଟ୍‌)ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story