ଦ୍ୱିତୀୟ ଟେଷ୍ଟ: ନ୍ୟୁଜିଲ୍ୟାଣ୍ଡ ୩୭୫, ଅଡ଼ୁଆରେ ଇଂଲଣ୍ଡ

ହାମିଲଟନ୍‌: ପ୍ରଥମ ଟେଷ୍ଟ ପରି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଇଂଲଣ୍ଡ ଅଡ଼ୁଆରେ ପଡ଼ିଛି। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସରେ ୩୭୫ ରନ୍‌ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ୨ଟି ୱିକେଟ ହରାଇ ୩୯ ରନ୍‌ କରିଛି। ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ଓପନର ଆର ବ୍ରୁନ୍ସ ୨୪ ଓ ଅଧିନାୟକ ଜୋ ରୁଟ୍‌ ୬ ରନ୍‌ କରି ବ୍ୟାଟିଂ କରୁଥିଲେ। ଇଂଲଣ୍ଡ ହାତରେ […]

s

Hemant Lenka
  • Published: Saturday, 30 November 2019
  • , Updated: 30 November 2019, 05:41 PM IST

ହାମିଲଟନ୍‌: ପ୍ରଥମ ଟେଷ୍ଟ ପରି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଇଂଲଣ୍ଡ ଅଡ଼ୁଆରେ ପଡ଼ିଛି। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସରେ ୩୭୫ ରନ୍‌ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ୨ଟି ୱିକେଟ ହରାଇ ୩୯ ରନ୍‌ କରିଛି।

ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ଓପନର ଆର ବ୍ରୁନ୍ସ ୨୪ ଓ ଅଧିନାୟକ ଜୋ ରୁଟ୍‌ ୬ ରନ୍‌ କରି ବ୍ୟାଟିଂ କରୁଥିଲେ। ଇଂଲଣ୍ଡ ହାତରେ ୮ଟି ୱିକେଟ ଥିବା ବେଳେ ଦଳ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୩୩୬ ରନ୍‌ ପଛରେ ରହିଛି।

ଆଜି ନ୍ୟୁଜିଲ୍ୟାଣ୍ଡ ୧୭୩/୩ରୁ ଖେଳ ଆରମ୍ଭ କରିଥିଲା। ଗତକାଲି ଦମଦାର ଶତକ ହାସଲ କରିଥିବା ଟମ୍‌ ଲାଥାମ ଆଜି ପ୍ରଥମ ବ୍ୟାଟସମ୍ୟାନ ଭାବେ ୧୦୫ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ହେନେରୀ ନିକୋଲାସ ମଧ୍ୟ ୧୬ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତେବେ ଗତ ମ୍ୟାଚ୍‌ର ହିରୋ ବିଜେ ୱାଟଲିଙ୍ଗ ପୁଣିଥରେ ଇଂଲିଶ ବୋଲରଙ୍କୁ ନିରାଶ କରାଇଥିଲେ।

ସେ ୬ଷ୍ଠ ୱିକେଟ ପାଇଁ ଡାର୍ଲି ମିଚେଲଙ୍କ ସହ ମିଶି ଦଳୀୟ ସ୍କୋରକୁ ୩୦୦ ପାର କରାଇଥିଲେ। ଏହି ସମୟରେ ୫୩ ରନ୍‌ କରିଥିବା ୱାଟଲିଙ୍ଗଙ୍କୁ କ୍ରିସ ୱକ୍ସ ଆଉଟ କରି ଦେଇଥିଲେ। ମିଚେଲ ମଧ୍ୟ ୭୩ ରନ୍‌ କରି ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ମିଚେଲ ସାଣ୍ଟନର ଶେଷ ଭାଗରେ ୨୩ ରନ୍‌ କରିବାରୁ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ୩୭୫ରେ ଅଲଆଉଟ ହୋଇଯାଇଥିଲା।

ଇଂଲଣ୍ଡ ପକ୍ଷରୁ ବ୍ରଡ ୪ଟି ୱିକେଟ ନେଇଥିବା ବେଳେ ୱକ୍ସ ୩ଟି, ସାମ କରାନ ୨ଟି ଓ ଜୋଫ୍ରା ଆର୍ଚର ଗୋଟିଏ ୱିକେଟ ଦଖଲ କରିଛନ୍ତି।
ଇଂଲଣ୍ଡ ତା’ର ପ୍ରଥମ ଇନିଂସ୍‌ ଆରମ୍ଭରୁ ଓପନର ଡି ସିବଲେ(୪)ଙ୍କୁ ହରାଇଥିଲା। ଜୋ ଡେନଲୀ ମଧ୍ୟ ୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

୨୪ରେ ୨ଟି ୱିକେଟ ହରାଇଥିବା ଇଂଲଣ୍ଡ ପାଇଁ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ରୁଟ ଓ ବ୍ରୁନ୍ସ ଆଉ କୌଣସି କ୍ଷତି କରିବାକୁ ଦେଇନଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ ସାଉଦି ଓ ମ୍ୟାଟ ହେନରୀ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Related story