ଭାରତ ବିପକ୍ଷ ଟି-୨୦: ୭ ୱିକେଟ୍‌ରେ ଇଂଲଣ୍ଡ ବିଜୟୀ

କାନପୁର: ଆଜି କାନପୁର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦କୁ ଇଂଲଣ୍ଡ ୭ ୱିକେଟ୍‌ରେ ଜିତି ନେଇଛି। ଭାରତ ଦେଇଥିବା ୧୪୮ ରନ୍‌ ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୧୮.୧ ଓଭରରେ ୩ ୱିକେଟ ହରାଇ ହାସଲ କରିନେଇଲା। ଇଂଲଣ୍ଡର ବିଜୟରେ ଅଧିନାୟକ ଇଅନ୍‌ ମୋର୍ଗାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୩୮ ବଲରେ ୫୧ ରନ୍‌ କରିଥିଲେ। ଓପନିଂ କରିବାକୁ ଆସିଥିବା ଜେ. ରୟ ୧୯ ଓ ସେମ୍‌ ବିଲିଂସ୍‌ ୨୨ ରନ୍‌ କରି ଆଉଟ୍‌ […]

england

Rakesh Mallick
  • Published: Thursday, 26 January 2017
  • , Updated: 26 January 2017, 09:21 PM IST

କାନପୁର: ଆଜି କାନପୁର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦କୁ ଇଂଲଣ୍ଡ ୭ ୱିକେଟ୍‌ରେ ଜିତି ନେଇଛି। ଭାରତ ଦେଇଥିବା ୧୪୮ ରନ୍‌ ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୧୮.୧ ଓଭରରେ ୩ ୱିକେଟ ହରାଇ ହାସଲ କରିନେଇଲା। ଇଂଲଣ୍ଡର ବିଜୟରେ ଅଧିନାୟକ ଇଅନ୍‌ ମୋର୍ଗାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୩୮ ବଲରେ ୫୧ ରନ୍‌ କରିଥିଲେ। ଓପନିଂ କରିବାକୁ ଆସିଥିବା ଜେ. ରୟ ୧୯ ଓ ସେମ୍‌ ବିଲିଂସ୍‌ ୨୨ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଜେ. ରୁଟ୍‌ ୪୫ ଓ ବେନ୍‌ ଷ୍ଟୋକ୍ସ ୨ ରନ୍‌ କରି ଅପରାଜିତ ରହିଥିଲେ।

ଟସ୍‌ ହାରି ଭାରତ ବ୍ୟାଟିଂ କରିବାକୁ ଆସି ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍‌ ହରାଇ ୧୪୭ ରନ୍‌ କରିଥିଲା। ଭାରତ ପକ୍ଷରୁ ଓପ୍ନର ଲୋକେଶ ରାହୁଲ ମାତ୍ର ୮ ଓ ଅଧିନାୟକ ବିରାଟ କୋହଲି ୨୯ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ସୁରେଶ ରୈନା ୩୪, ଯୁବରାଜ ସିଂହ ୧୨, ମନୀଷ ପାଣ୍ଡେ ୩, ହାର୍ଦ୍ଦିକ ପାଣ୍ଡେ ୯ ଓ ପରଭେଜ ରସୋଲ ୫ ରନ୍‌ କରି ଆଉଟ୍‌ ହୋଇଯାଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀ ୩୬ କରି ଅପରାଜିତ ରହିଥିଲେ।

ଇଂଲଣ୍ଡ ପକ୍ଷରୁ ମୋଇନ୍‌ ଅଲ୍ଲୀ ଦୁଇଟି ୱିକେଟ୍‌ ନେଇଥିବା ବେଳେ ତାଇମାଲ ମିଲ୍ସ, କ୍ରିଷ୍ଟ ଜୋଡେନ, ଲ୍ୟାମ୍‌ ପ୍ଲଂକେଟ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

Related story