ଚତୁର୍ଥ ଆଶେସ୍ ଟେଷ୍ଟ୍: ପରାଜୟ ଏଡାଇବାକୁ ଇଂଲଣ୍ଡର ସଂଘର୍ଷ

ମ୍ୟାଞ୍ଚେଷ୍ଟର୍: ଓଲ୍ଡ ଟ୍ରାଫର୍ଡରେ ଚାଲିଥିବା ଇଂଲଣ୍ଡ ଓ ଅଷ୍ଟ୍ରେଆ ଚତୁର୍ଥ ଆଶେସ୍ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୩୮୩ ରନର ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଶେଷ ଖବର ମିଳିବା ସୁଦ୍ଧା ୮ ୱିକେଟ୍ ହରାଇ ୧୮୨ ରନ୍ କରି ସଂଘର୍ଷ ଜାରି ରଖିଛି। କ୍ରେଗ୍ ଓଭରଟନ୍ ୧୫ ଓ ଜ୍ୟାକ୍ ଲିଚ୍ ୪ ରନରେ ବ୍ୟାଟିଂ କରୁଛନ୍ତି। ପଞ୍ଚମ ତଥା ଅନ୍ତିମ ଦିବସରେ ଇଂଲଣ୍ଡ ତା’ର ପୂର୍ବଦିନର ସ୍କୋର ୧୮/୨ରୁ ଖେଳ […]

aus

aus

Ranjit Kumar Jena
  • Published: Sunday, 08 September 2019
  • Updated: 08 September 2019, 09:52 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ଓଲ୍ଡ ଟ୍ରାଫର୍ଡରେ ଚାଲିଥିବା ଇଂଲଣ୍ଡ ଓ ଅଷ୍ଟ୍ରେଆ ଚତୁର୍ଥ ଆଶେସ୍ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୩୮୩ ରନର ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଶେଷ ଖବର ମିଳିବା ସୁଦ୍ଧା ୮ ୱିକେଟ୍ ହରାଇ ୧୮୨ ରନ୍ କରି ସଂଘର୍ଷ ଜାରି ରଖିଛି। କ୍ରେଗ୍ ଓଭରଟନ୍ ୧୫ ଓ ଜ୍ୟାକ୍ ଲିଚ୍ ୪ ରନରେ ବ୍ୟାଟିଂ କରୁଛନ୍ତି।

ପଞ୍ଚମ ତଥା ଅନ୍ତିମ ଦିବସରେ ଇଂଲଣ୍ଡ ତା'ର ପୂର୍ବଦିନର ସ୍କୋର ୧୮/୨ରୁ ଖେଳ ଆରମ୍ଭ କରିଥିଲା। ଗତକାଲି ଅପରାଜିତ ଥିବା ଜୋ ଡେନଲୀ ଓ ଜେସନ୍ ରୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦୁହେଁ ସତର୍କତାର ସହ ବ୍ୟାଟିଂ କରିଥିଲେ ଏବଂ ତୃତୀୟ ୱିକେଟ୍ ପାଇଁ ୬୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ।

ରୟ (୩୧) ପୁଣିଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ଏବଂ ତାଙ୍କୁ ଇନଫର୍ମ ପ୍ୟାଟ୍ କମିନ୍ସ କ୍ଲିନ୍ ବୋଲ୍ଡ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବେନ୍ ଷ୍ଟୋକ୍ସ ମାତ୍ର ୧ ରନ୍ କରି କମିନ୍ସଙ୍କ ଶିକାର ହୋଇଥିଲେ। ଜୋ ଡେନଲୀ ଅର୍ଦ୍ଧଶତକ ମାରିବା ପରେ ନିଜ ୱିକେଟ୍ ହରାଇ ବସିଥିଲେ। ଇଂଲଣ୍ଡର ସ୍କୋର ୯୩ ଥିବା ବେଳେ ଡେନଲୀ (୫୩)ଙ୍କୁ ନେଥନ ଲାୟନ ଆଉଟ୍ କରିଥିଲେ।

ଇଂଲଣ୍ଡର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇ ଅଷ୍ଟ୍ରେଲିଆ ବିଜୟ ଆଡ଼କୁ ଅଗ୍ରସର ହୋଇଥିଲ। ଏହି ସମୟରେ ଜନ୍ନି ବେୟାରଷ୍ଟୋ ଓ ଜୋସ୍ ବଟଲର୍ କ୍ରିଜରେ ତିଷ୍ଠିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ପାଖାପାଖି ୧୩ ଓଭର ବ୍ୟାଟିଂ କରିସାରି ଥିବା ବେଳେ ବେୟାରଷ୍ଟୋ (୨୫)ଙ୍କୁ ମିଚେଲ୍ ଷ୍ଟାର୍କ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଆଉଟ୍ ହେବା ପୂର୍ବରୁ ବେୟାରଷ୍ଟୋ ବଟଲରଙ୍କ ସହ ୪୫ ରନର ପାର୍ଟନରଶିପ୍ କରିଥିଲେ।

ଏହା ପରେ ବଟଲର୍ ଓ ଓଭରଟନଙ୍କ ଯୋଡ଼ି ଅଷ୍ଟ୍ରେଲିଆ ବୋଲରଙ୍କୁ ଉଚିତ୍ ସାମ୍ନା କରିଥିଲେ ଏବଂ ମ୍ୟାଚକୁ ଡ୍ର' ଅଭିମୁଖେ ନେଇଥିଲେ। କିନ୍ତୁ ଜୋଶ୍ ହେଜଲଉଡଙ୍କ ଇନସୁଇଙ୍ଗ୍ ବଲକୁ ବୁଝିନପାରି ବଟଲର୍ କ୍ଲିନ୍ ବୋଲ୍ଡ ହୋଇଥିଲେ। ବଟଲର୍ ବ୍ୟକ୍ତିଗତ ୩୪ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଜୋଫ୍ରା ଆର୍ଚର୍ (୧) ନିରାଶ କରିଥିଲେ ଏବଂ ଲାୟନଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଲାୟନ୍ ୨ଟି, ହେଜଲଉଡ୍ ଓ ଷ୍ଟାର୍କ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ଷ୍ଟିଭ୍ ସ୍ମିଥଙ୍କ ଦ୍ୱିଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୪୯୭ ରନ୍ କରି ପାଳି ଘୋଷଣା କରିଥିଲା। ଜବାବରେ ଇଂଲଣ୍ଡ ୩୦୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ୧୮୬ ରନ୍ କରି ତା'ର ଦ୍ୱିତୀୟ ଇନିଂସ ଘୋଷଣା କରି ଘରୋଇ ଦଳ ଆଗରେ ୩୮୩ ରନର କଷ୍ଟସାଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story