ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବେ ଇଂଲଣ୍ଡର ହସୀବ ହମୀଦ

ଲଣ୍ଡନ: ବାଂଲାଦେଶ ବିପକ୍ଷ ଟେଷ୍ଟ ସରିଜ୍‌ ପାଇଁ ଦଳରେ ସ୍ଥାନ ପାଇଛନ୍ତି ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍‌ ହସୀବ ହମୀଦ। ଯଦି ସେ ଏହି ସରିଜ୍‌ରେ କୌଣସି ବି ମ୍ୟାଚ୍‌ ଖେଳନ୍ତି ତେବେ ଏହା ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଆସନ୍ତାମାସରେ ବାଂଲାଦେଶର ଚିଟାଗଙ୍ଗରେ ହେବାକୁ ଥିବା ପ୍ରଥମ ଟେଷ୍ଟରେ ସେ ଦଳ ପକ୍ଷରୁ ମନୋନୀତ ହୋଇଛନ୍ତି। ଇଂଲଣ୍ଡ ଦଳରେ ୧୯ ବର୍ଷରୁ କମ୍‌ ବୟସରେ ଜାତୀୟ ଦଳରେ ସ୍ଥାନ ପାଇଥିବା ସେ ହେଉଛନ୍ତି ଷଷ୍ଠ କ୍ରିକେଟର। […]

haseeb-hameed

Rakesh Mallick
  • Published: Saturday, 17 September 2016
  • , Updated: 17 September 2016, 06:10 PM IST

ଲଣ୍ଡନ: ବାଂଲାଦେଶ ବିପକ୍ଷ ଟେଷ୍ଟ ସରିଜ୍‌ ପାଇଁ ଦଳରେ ସ୍ଥାନ ପାଇଛନ୍ତି ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍‌ ହସୀବ ହମୀଦ। ଯଦି ସେ ଏହି ସରିଜ୍‌ରେ କୌଣସି ବି ମ୍ୟାଚ୍‌ ଖେଳନ୍ତି ତେବେ ଏହା ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଆସନ୍ତାମାସରେ ବାଂଲାଦେଶର ଚିଟାଗଙ୍ଗରେ ହେବାକୁ ଥିବା ପ୍ରଥମ ଟେଷ୍ଟରେ ସେ ଦଳ ପକ୍ଷରୁ ମନୋନୀତ ହୋଇଛନ୍ତି। ଇଂଲଣ୍ଡ ଦଳରେ ୧୯ ବର୍ଷରୁ କମ୍‌ ବୟସରେ ଜାତୀୟ ଦଳରେ ସ୍ଥାନ ପାଇଥିବା ସେ ହେଉଛନ୍ତି ଷଷ୍ଠ କ୍ରିକେଟର। ଅନ୍ୟପକ୍ଷରେ ୧୧ ବର୍ଷ ପରେ ଇଂଲଣ୍ଡ ଦଳକୁ ଫେରିଛନ୍ତି ଅଫ୍‌ସ୍ପିନର ଗେରାଥ ବଟ୍ଟି।

ହମୀଦ କହିଛନ୍ତି,“ନବାଗତ ହୋଇଥିବାରୁ ମତେ ଟେଷ୍ଟ ବୋଲର ମାନେ ଟାର୍ଗେଟ କରିପାରିନ୍ତି। କିନ୍ତୁ ମୁଁ ପୂର୍ବ ନିୟମକୁ ଗ୍ରହଣ କରି ଖେଳିବାକୁ ଚେଷ୍ଟା କରିବି। ଆକ୍ରମଣାତ୍ମକ ଭାବେ ନ ଖେଳି ରକ୍ଷଣଶୀଳ ଭାବେ ଖେଳିବି। ମୋ ଠାରୁ ଦେଶ ଯାହା ଚାହୁଁଛି ମୁଁ ତାହା ଦେବାକୁ ଶତପ୍ରତିଶତ ଚେଷ୍ଟା କରିବି।”

ସୂଚନାଯୋଗ୍ୟ,ହମୀଦ କାଉଣ୍ଟିଂ ଚାମ୍ପିଅନ୍‌ସିପ୍‌ରେ ୧୫ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୫୨.୪୫ ଆଭରେଜ୍‌ରେ ୧୧୫୪ ରନ୍‌ କରିଛନ୍ତି। ସେଥିରେ ୪ଟି ଶତକ ମଧ୍ୟ ରହିଛି।

Related story