ପୁଣି ସୁପର ଓଭରରେ ହାରିଲା ନ୍ୟୁଜିଲ୍ୟାଣ୍ଡ, ୩-୨ରେ ସିରିଜ୍‌ ଜିତିଲା ଇଂଲଣ୍ଡ

ଅକଲ୍ୟାଣ୍ଡ: ବିଶ୍ୱକପ ଫାଇନାଲ ଭଳି ଇଂଲଣ୍ଡଠାରୁ ସୁପର ଓଭରରେ ପରାସ୍ତ ହୋଇଛି ନ୍ୟୁଜିଲ୍ୟାଣ୍ଡ। ଏହି ନାଟକୀୟ ବିଜୟ ସହ ଇଂଲଣ୍ଡ ଟି-୨୦ ସିରିଜ୍‌କୁ ମଧ୍ୟ ୩-୨ରେ କବଜା କରିବାରେ ସକ୍ଷମ ହୋଇଛି। ଇଂଲଣ୍ଡ ସୁପର ଓଭରରେ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୧୮ ରନ୍‌ର ଟାର୍ଗେଟ ଦେଇଥିବା ବେଳେ ଦଳ କେବଳ ୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଇଂଲଣ୍ଡ ବିଶ୍ୱକପ ଫାଇନାଲ ଭଳି ଟି-୨୦ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌କୁ ୯ ରନ୍‌ରେ ଜିତି ସିରିଜ୍ କବଜା […]

sd

Hemant Lenka
  • Published: Sunday, 10 November 2019
  • , Updated: 10 November 2019, 04:03 PM IST

ଅକଲ୍ୟାଣ୍ଡ: ବିଶ୍ୱକପ ଫାଇନାଲ ଭଳି ଇଂଲଣ୍ଡଠାରୁ ସୁପର ଓଭରରେ ପରାସ୍ତ ହୋଇଛି ନ୍ୟୁଜିଲ୍ୟାଣ୍ଡ। ଏହି ନାଟକୀୟ ବିଜୟ ସହ ଇଂଲଣ୍ଡ ଟି-୨୦ ସିରିଜ୍‌କୁ ମଧ୍ୟ ୩-୨ରେ କବଜା କରିବାରେ ସକ୍ଷମ ହୋଇଛି। ଇଂଲଣ୍ଡ ସୁପର ଓଭରରେ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୧୮ ରନ୍‌ର ଟାର୍ଗେଟ ଦେଇଥିବା ବେଳେ ଦଳ କେବଳ ୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଇଂଲଣ୍ଡ ବିଶ୍ୱକପ ଫାଇନାଲ ଭଳି ଟି-୨୦ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌କୁ ୯ ରନ୍‌ରେ ଜିତି ସିରିଜ୍ କବଜା କରିବାକୁ ସକ୍ଷମ ହୋଇଛି।

ଅକଲ୍ୟାଣ୍ଡରେ ଆଜି ଅନୁଷ୍ଠିତ ହେବାକୁ ଥିବା ନିର୍ଣ୍ଣାୟକ ଟି-୨୦ରେ ପ୍ରଥମେ ବର୍ଷା ବାଧକ ସାଜିଥିଲା। ଏହାପରେ ଏହି ମ୍ୟାଚ୍‌କୁ ୧୧ ଓଭର ବିଶିଷ୍ଟ କରାଯାଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୪୬ ରନ୍‌ କରିଥିଲା। ମାର୍ଟିନ ଗପ୍ଟିଲ ୨୦ ବଲରେ ୫୦ ଓ କଲିନ ମନରୋ ୨୧ ବଲରେ ୪୬ ରନ୍‌ର ଇନିଂସ୍‌ ଖେଳିଥିଲେ।

୧୪୭ ରନ୍‌ର ଟାର୍ଗେଟ ପିଛା କରୁଥିବା ଇଂଲଣ୍ଡ ମଧ୍ୟ ବିସ୍ଫୋରକ ଆରମ୍ଭ କରିଥିଲା। ଟମ ବାନଟନ ଶୀଘ୍ର ଆଉଟ୍‌ ହୋଇଯାଇଥିଲେ ହେଁ ଜନ୍ନି ବେୟାରଷ୍ଟୋ ୧୮ ବଲରେ ୪୭ ରନ୍‌ର ଇନିଂସ୍‌ ଖେଳି ଇଂଲଣ୍ଡ ଚେଜରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଇଂଲଣ୍ଡକୁ ଶେଷ ବଲରେ ୫ ରନ୍‌ ଦରକାର ଥିବା ବେଳେ କ୍ରିସ୍‌ ଜୋର୍ଡାନ ୪ ଚୌକା ମାରି ମ୍ୟାଚ୍‌କୁ ଟାଇ କରି ଦେଇଥିଲେ।

ଏହାପରେ ଆରମ୍ଭ ହୋଇଥିଲା ସୁପର ଓଭର। ଇଂଲଣ୍ଡ ପକ୍ଷରୁ ବେୟାରଷ୍ଟୋ ୮ ଓ ଅଧିନାୟକ ଇଆନ ମୋର୍ଗାନ ୯ ରନ୍‌ କରିବାରୁ ଦଳ ଗୋଟିଏ ଓଭରରେ ୧୭ ରନ୍‌ କରିଥିଲା। ହେଲେ ନ୍ୟୁଜିଲ୍ୟାଣ୍ଡ ଗୋଟିଏ ୱିକେଟ ହରାଇ ମାତ୍ର ୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍‌ ସେଇଫର୍ଟ ପ୍ରଥମ ୪ଟି ଯାକ ବଲ ଖେଳିଥିଲେ ହେଁ କେବଳ ୬ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ନନ୍‌ ଷ୍ଟ୍ରାଇକ ଏଣ୍ଡରେ ଥିବା ମାର୍ଟିନ ଗପ୍ଟିଲ କେବଳ ଦେଖାଣା ହାରି ସାଜି ରହି ଯାଇଥିଲେ। ଶେଷରେ ଇଂଲଣ୍ଡ ଏହି ଟି-୨୦ ସିରିଜକୁ ୨-୧ରେ ଜିତିବାକୁ ସକ୍ଷମ ହୋଇଛି।

Related story