ଆୟର୍ଲ୍ୟାଣ୍ଡ୍ ବିପକ୍ଷରେ ଇଣ୍ଡିଜର କ୍ଲିନସୁଇପ୍‌

ସେଣ୍ଟ ଜର୍ଜ: ଏଭିନ୍ ଲୁଇସଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଆୟର୍ଲ୍ୟାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି। ଏଥିସହ ୱେଷ୍ଟଇଣ୍ଡିଜ୍ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ରେ ପୋଛି ନେଇଛି। ଉକ୍ତ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲ୍ୟାଣ୍ଡ୍ ୪୯.୨ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ଆଣ୍ଡି ବାଲବିର୍ନୀ ସର୍ବାଧିକ ୭୧ (୯୩ ବଲ୍‌, ୬ ଚୌକା, ୨ ଛକା) ରନ୍ କରିଥିବା […]

wi

Ranjit Kumar Jena
  • Published: Monday, 13 January 2020
  • , Updated: 13 January 2020, 06:45 PM IST

ସେଣ୍ଟ ଜର୍ଜ: ଏଭିନ୍ ଲୁଇସଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଆୟର୍ଲ୍ୟାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି। ଏଥିସହ ୱେଷ୍ଟଇଣ୍ଡିଜ୍ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ରେ ପୋଛି ନେଇଛି।

ଉକ୍ତ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲ୍ୟାଣ୍ଡ୍ ୪୯.୨ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ଆଣ୍ଡି ବାଲବିର୍ନୀ ସର୍ବାଧିକ ୭୧ (୯୩ ବଲ୍‌, ୬ ଚୌକା, ୨ ଛକା) ରନ୍ କରିଥିବା ବେଳେ ଜେମ୍ସ ମ୍ୟାକକଲମ୍ ୨୦, କେଭିନ୍ ଓ'ବ୍ରାଏନ୍ ୨୧, ଲୋର୍କାନ୍ ଟକର୍ ୧୬, ୱିଲିୟମ୍ ପୋର୍ଟରଫିଲ୍ଡ ୧୦ ଓ ସିମି ସିଂହ ୧୦ ରନ୍ କରି ଆଉଟ୍ ହୋଇଥିଲେ। ଆଣ୍ଡି ମ୍ୟାକବ୍ରାଇନ୍ ୨୫ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସ୍ପିନର୍ ହେଡେନ୍ ୱାଲ୍ସ ୩୬ ରନ୍ ଦେଇ ୪ଟି, ଓଶାନୀ ଥୋମାସ୍ ୩ଟି ଓ ରୋଷ୍ଟନ୍ ଚେଜ୍ ୨ଟି ୱିକେଟ୍ ନେଇଥିଲେ।

ବର୍ଷା ଯୋଗୁ ଇଣ୍ଡିଜ୍ ଆଗରେ ଡିଏଲ୍ ନିୟମ ଆଧାରରେ ୪୭ ଓଭରରେ ୧୯୭ ରନର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିଲା। ଏହାକୁ ଘରୋଇ ଦଳ ୩୬.୨ ଓଭରରେ ୫ ୱିକେଟ୍ ହରାଇ ହାସଲ କରିନେଇଥିଲା। ଲୁଇସ୍ ସର୍ବାଧିକ ୧୦୨ (୯୭ ବଲ୍‌, ୬ ଚୌକା, ୫ ଛକା) ରନ୍ କରିଥିବା ବେଳେ ନିକୋଲାସ ପୁରନ୍ ୪୩ (୪୪ ବଲ୍‌, ୫ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ବ୍ରାଣ୍ଡନ୍ କିଙ୍ଗ୍ ୩୮, ଶାଇ ହୋପ୍ ୬ ଓ ସୁନୀଲ ଅମ୍ବ୍ରିସ୍ ୬ ରନ୍ କରି ଆଉଟ୍ ହୋଇଥିଲେ। ଆୟର୍ଲ୍ୟାଣ୍ଡ୍ ପକ୍ଷରୁ ମ୍ୟାକବ୍ରାଇନ୍ ୨ଟି ୱିକେଟ୍ ନେଇଥିଲେ। ଲୁଇସଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ କରାଯାଇଥିଲା।

Related story