ଫେସବୁକ୍ ସହ ଚୁକ୍ତି କଲା ଆଇସିସି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଗୁରୁବାର ଫେସବୁକ୍ ସହ ପାର୍ଟନରଶିପର ଘୋଷଣା କରିଛି। ଯାହା ଫଳରେ ଭାରତୀୟ ଉପମହାଦୀପରେ ଆଇସିସିର ଗ୍ଲୋବାଲ୍ ଇଭେଣ୍ଟ୍ ପାଇଁ ସୋଶାଲ ମିଡିଆ ସାଇଟ୍ ପାଖରେ ଡିଜିଟାଲ୍ କଣ୍ଟେଟ୍ ଅଧିକାର ରହିବ। ଫେସବକ୍ ସବୁଠାରୁ ଲୋକପ୍ରିୟ ସୋଶାଲ ମିଡିଆ ପ୍ଲାଟଫର୍ମ, ଯେଉଁଥିରେ ୨୦୨୩ ପର୍ଯ୍ୟନ୍ତ ପୂରା ବିଶ୍ୱରେ ମ୍ୟାଚ୍ ପରେ ‘ରିକ୍ୟାପ୍’ ମଧ୍ୟ ପୋଷ୍ଟ ହେବ। ଫେସବୁକରେ ଚାରିବର୍ଷ ପର୍ଯ୍ୟନ୍ତ ଡିଜିଟାଲ୍ କଣ୍ଟେଟ୍ ଉପଲବ୍ଧ କରାଯିବ, ଯେଉଁଥିରେ ମ୍ୟାଚ୍ ରିକ୍ୟାପ୍ ବ୍ୟତୀତ […]

facebook

Ranjit Kumar Jena
  • Published: Thursday, 26 September 2019
  • , Updated: 26 September 2019, 08:29 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଗୁରୁବାର ଫେସବୁକ୍ ସହ ପାର୍ଟନରଶିପର ଘୋଷଣା କରିଛି। ଯାହା ଫଳରେ ଭାରତୀୟ ଉପମହାଦୀପରେ ଆଇସିସିର ଗ୍ଲୋବାଲ୍ ଇଭେଣ୍ଟ୍ ପାଇଁ ସୋଶାଲ ମିଡିଆ ସାଇଟ୍ ପାଖରେ ଡିଜିଟାଲ୍ କଣ୍ଟେଟ୍ ଅଧିକାର ରହିବ।

ଫେସବକ୍ ସବୁଠାରୁ ଲୋକପ୍ରିୟ ସୋଶାଲ ମିଡିଆ ପ୍ଲାଟଫର୍ମ, ଯେଉଁଥିରେ ୨୦୨୩ ପର୍ଯ୍ୟନ୍ତ ପୂରା ବିଶ୍ୱରେ ମ୍ୟାଚ୍ ପରେ 'ରିକ୍ୟାପ୍' ମଧ୍ୟ ପୋଷ୍ଟ ହେବ। ଫେସବୁକରେ ଚାରିବର୍ଷ ପର୍ଯ୍ୟନ୍ତ ଡିଜିଟାଲ୍ କଣ୍ଟେଟ୍ ଉପଲବ୍ଧ କରାଯିବ, ଯେଉଁଥିରେ ମ୍ୟାଚ୍ ରିକ୍ୟାପ୍ ବ୍ୟତୀତ ମ୍ୟାଚ୍ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କ୍ଷଣ ଏବଂ ଫିଚର୍ କଣ୍ଟେଟ୍ ମଧ୍ୟ ରହିବ।

ଏ ନେଇ ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ମନୁ ସାହନୀ କହିଛନ୍ତି, "ଫେସବୁକକୁ ଗ୍ଲୋବଲ୍ କ୍ରିକେଟ୍ ପରିବାରକୁ ସ୍ୱାଗତ କରୁଛୁ, ଯାହା ସହ ଆମେ କିଛି ବର୍ଷର ପାର୍ଟନରଶିପ୍ କରିଛୁ। ବିଶ୍ୱର ଅନ୍ୟତମ ଲୋକପ୍ରିୟ ଖେଳ ଏବଂ ଫେସବୁକ୍ ମଧ୍ୟରେ ଯେଉଁ ପାର୍ଟନରଶିପ୍ ହୋଇଛି, ତାହା କ୍ରିକେଟର ଭବିଷ୍ୟତକୁ ବେଶ୍ ରୋମାଞ୍ଚିତ କରିବ।"

Related story