ଖେଳି ଖେଳି କିଏ ଆକ୍ଟର ତ କିଏ ବକ୍ସର

ଭାରତରେ କ୍ରିକେଟ୍‌ ଖେଳକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ରହିଛି। ପ୍ରିୟ ଖେଳାଳିଙ୍କୁ ପାଖରେ ଦେଖିବା, ତାଙ୍କ ସହିତ ସେଲ୍‌ଫି ନେବା , ତାଙ୍କ ଋଚି ବିଷୟରେ ଜାଣିବା ସହିତ ତାଙ୍କ ସିକ୍ରେଟ୍ ଜାଣିବାକୁ ଫ୍ୟାନ୍‌ମାନେ ସବୁବେଳେ ଚେଷ୍ଟା କରନ୍ତି। କିଛି ଖେଳାଳି ଅବସର ନେବା ପରେ ବି ଫ୍ୟାନଙ୍କ ହୃଦୟରେ ଘର କରି ରହି ଯାଆନ୍ତି। ଅବସର ନେବା ପରେ ଖେଳାଳିମାନେ କ’ଣ କରୁଛନ୍ତି ସେ ବିଷୟରେ ଜାଣିବା ପାଇଁ ଫ୍ୟାନ୍‌ମାନେ ଅଧିକ ପସନ୍ଦ […]

d4

Rakesh Mallick
  • Published: Thursday, 04 January 2018
  • , Updated: 04 January 2018, 09:03 AM IST

ଭାରତରେ କ୍ରିକେଟ୍‌ ଖେଳକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ରହିଛି। ପ୍ରିୟ ଖେଳାଳିଙ୍କୁ ପାଖରେ ଦେଖିବା, ତାଙ୍କ ସହିତ ସେଲ୍‌ଫି ନେବା , ତାଙ୍କ ଋଚି ବିଷୟରେ ଜାଣିବା ସହିତ ତାଙ୍କ ସିକ୍ରେଟ୍ ଜାଣିବାକୁ ଫ୍ୟାନ୍‌ମାନେ ସବୁବେଳେ ଚେଷ୍ଟା କରନ୍ତି। କିଛି ଖେଳାଳି ଅବସର ନେବା ପରେ ବି ଫ୍ୟାନଙ୍କ ହୃଦୟରେ ଘର କରି ରହି ଯାଆନ୍ତି। ଅବସର ନେବା ପରେ ଖେଳାଳିମାନେ କ’ଣ କରୁଛନ୍ତି ସେ ବିଷୟରେ ଜାଣିବା ପାଇଁ ଫ୍ୟାନ୍‌ମାନେ ଅଧିକ ପସନ୍ଦ କରନ୍ତି। ତେବେ ଆସନ୍ତୁ ଜାଣିବା କିଛି ଅବସର ପ୍ରାପ୍ତ କ୍ରିକେଟ୍ ଖେଳାଳିଙ୍କ ବିଷୟରେ। ଯେଉଁମାନେ କ୍ରିକେଟ୍‌ରୁ ଅବସର ପରେ ଆପଣାଇଛନ୍ତି ଅଲଗା ପେଷା।

ଯୋଗୀନ୍ଦର ଶର୍ମା: ଭାରତୀୟ କ୍ରିକେଟ୍‌ ଦଳର ଏହି ଷ୍ଟାର ବୋଲରଙ୍କ ଆଜିବି ଫ୍ୟାନ୍‌ଙ୍କ ମଧ୍ୟରେ ଘର କରି ରହିଛନ୍ତି। ୨୦୦୭ ମସିହା ଟି-ଟ୍ୱେଣ୍ଚି ବିଶ୍ୱକପ୍‌ରେ ଯୋଗୀନ୍ଦରଙ୍କର ଘାତକ ବୋଲିଂ ବଳରେ ଭାରତ ପାକିସ୍ତାନକୁ ହରାଇ ବିଶ୍ୱକପରେ ପ୍ରତ୍ୟାବର୍ତ୍ତନ କରିଥିଲା। କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ଯୋଗୀନ୍ଦର ଏବେ ହରିୟାଣା ପୋଲିସ ବିଭାଗରେ ଚାକିରି କରୁଛନ୍ତି।

ସଲିଲ୍ ଅଙ୍କୋଲା: ୧୯୮୯ ମସିହାରେ କ୍ରିକେଟ୍ ଜଗତରେ ପ୍ରବେଶ କରିଥିବା ଏହି ଖେଳାଳି ଭାରୀତୟ ଦଳରେ ଦ୍ରୁତ ବୋଲରର ଭୂମିକା ତୁଲାଉଥିଲେ। କିନ୍ତୁ କ୍ରିକେଟ ଦୁନିଆରୁ ବିଦାୟ ନେବା ପରେ ସଲିଲ୍ ବଲିଉଡ୍‌ରେ ପ୍ରବେଶ କରିଥିଲେ। ସଞ୍ଜୟ ଦତ୍ତଙ୍କ ସହିତ କୁରକ୍ଷେତ୍ର ପିଲ୍ମରେ ଅଭିନୟ କରିସାରିଥିବା ଏହି କ୍ରିକେଟ ଖେଳାଳି ଏବେ ଟିଭି ଧାରିବାହିକରେ ସକ୍ରିୟ ଅଛନ୍ତି।

 

ଏଣ୍ଡ୍ର୍ୟୁ ଫ୍ଲିଣ୍ଟଫ: ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ଏଣ୍ଡ୍ର୍ୟୁ ଫ୍ଲିଣ୍ଟଫ ବୋଲିଂ ଓ ବେଟିଂ ଉଭୟରେ ଖୁବ ପାରଦର୍ଶି ଥିଲେ। କ୍ରିକେଟରୁ ଅବସର ନେବା ପରେ ଏବ ସେ ବକ୍ସିଂ କରୁଛନ୍ତି।

 

ବ୍ରେଟ୍‌ଲି: ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଏହି ଦ୍ରୁତ ବୋଲରକୁ ସାରା ବିଶ୍ୱ ଜାଣିଛି। ସ୍ପିଡ୍‌ ବୋଲିଂ ବଳରେ ବରିଷ୍ଠ ବ୍ୟାଟ୍‌ସମେନ୍‌ଙ୍କ ନିଦ ହଜାଇ ଦେଉଥିବା ଏହି ଖେଳାଳି ଏବେ ଅଭିନୟରେ ପାଦ ରଖିଛନ୍ତି। ସେ ବଲିଉଡ୍‌ର ଅନ ଇଣ୍ଡିଆନ୍‌ ଫିଲ୍ମରେ ଅଭିନୟ କରିବା ସହିତ ଆଶା ଭୋସ୍‌ଲେଙ୍କ ଆଲବମ୍‌ରେ ମଧ୍ୟ ଅଭିନୟ କରିଛନ୍ତି।

ଇମରାନ୍ ଖାନ୍: ଏହି ଖେଳାଲି ନିଜ ଅଧିନାୟକତ୍ୱରେ ପାକିସ୍ତାନକୁ ୧୯୯୨ରେ ବିଶ୍ୱ କପ ଜିତାଇଥିଲେ। ଏହି ପାକିସ୍ତାନ ଖେଳାଳି କ୍ରିକେଟ୍‌ ଜଗତରୁ ବିଦୟ ନେବା ପରେ ଦେଶର ରାଜନୀତିରେ ବେଶ ସକ୍ରିୟ ଅଛନ୍ତି। ୧୯୯୬ରେ ତେହେରିକେ- ଇନ୍‌ସାଫ ନାମକ ନିଜର ଏକ ଦଳ ଗଠନ କରି ନିର୍ବାଚ୍ଚନ ଲଢ଼ୁଛନ୍ତି ଇମ୍ରାନ୍। ୨୦୧୨ରେ ଗ୍ଲୋବାଲ୍‌ ପୋଷ୍ଟ ଟପ୍‌ ୯ ନେତାଙ୍କ ମଧ୍ୟରେ ଇମ୍ରାନଙ୍କ ୩ୟ ନମ୍ବର ସ୍ଥାନ ଦେଇଥିଲା।

ଡାରେନ ଗୌଫ୍: ୟୋର୍କର ବୋଲିଂ ପାଇଂ କ୍ରିକେଟ ପ୍ରସିଦ୍ଧି ଏବି ଇଂଲଣ୍ଡର ଦ୍ରୁତ ବୋଲର ତାଙ୍କ କ୍ୟାରିୟରରେ ୨୨୯ ଟେଷ୍ଟ ଓ ୨୩୫ ଦିନିକିଆ ଖେଳି ସାରିଛନ୍ତି। କ୍ରିକେଟ୍‌ରୁ ଅବସର ନେବା ପରେ ଡ୍ୟାନ୍‌ସକୁ ନିଜର ପେଷା କରିନେଇଚନ୍ତି ଏହି କ୍ରିକେଟର। ଏବଂ ଡ୍ୟନ୍‌ସିଂ ସୋ ଗୁଡ଼ିକରେ ବିଜେତା ହୋଇ ଭଲ ଡ୍ୟାନ୍‌ସର ପରିଚୟ ଦେଇସାରିଛନ୍ତି।

ଇଞ୍ଜମାମ-ଉଲ୍‌-ହକ୍: ପାକିସ୍ତାନ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ଇଞ୍ଜିମାମ୍‌ ଜଣେ ଶାନ୍ତି ପ୍ରିୟ ଖେଳାଳି ବୋଲି ବେଶ୍‌ ଜଣାଶୁଣା। ତାଙ୍କ ବ୍ୟାଟିଂ ପୁରା ବିଶ୍ୱ ଦିୱାନା। କ୍ରିକେଟ୍‌ରୁ ଅବସର ନେବା ପରେ ଏହି ଖେଳାଲି ଏକ ଧାର୍ମିକ ସଂସ୍ଥାରେ ଯୋଡ଼ି ହୋଇଯାଇଛନ୍ତି। ଏଥିସହିତ ପାକିସ୍ତାନ କ୍ରିକେଟ ବୋଡର ଚୟନ କର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି।

Related story