ଫିଫା ବିଶ୍ୱକପ୍‌: ଏଥର ଅକ୍ଟୋପସ ନୁହେଁ, ବିଲେଇ କରିବ ଭବିଷ୍ୟବାଣୀ  

ନୂଆଦିଲ୍ଲୀ: ଋଷରେ ଜୁନ୍‌ ୧୪ରୁ ଆରମ୍ଭ ହେଉଛି ଫିଫା ବିଶ୍ୱକପ୍‌। ଏଥିରେ କିଏ ହେବ ଚାମ୍ପିଅନ୍‌? ତାହା ଜୁଲାଇ ୧୫ ତାରିଖରେ ନିଷ୍ପତ୍ତି ହେବ। ମାତ୍ର କିଛି ଫୁଟ୍‌ବଲ ପ୍ରେମୀ ଆଶାବ୍ୟକ୍ତି କରିଛନ୍ତି ଏଥର ଜର୍ମାନ ଚାମ୍ପିଅନ୍‌ ହେବ। ଆଉ କିଛି ସ୍ପେନ୍‌, ଫ୍ରାନ୍ସ ଓ ବ୍ରାଜିଲ୍‌ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ତେବେ ଆର୍ଜେଣ୍ଟିନାକୁ ଦୁର୍ବଳ ଟିମ୍‌ ଭାବିବା ଭୁଲ ହେବ ବୋଲି ଫୁଟ୍‌ବୁଲ୍‌ ବିଶେଷଜ୍ଞ ମତ ପୋଷଣ କରିଛନ୍ତି। ବିଶ୍ୱକପ୍‌ ମହାକୁମ୍ଭ ଆରମ୍ଭ ହେବାକୁ ଆଉ […]

fifa

fifa

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 04:08 AM IST

Sports

Latest News

ନୂଆଦିଲ୍ଲୀ: ଋଷରେ ଜୁନ୍‌ ୧୪ରୁ ଆରମ୍ଭ ହେଉଛି ଫିଫା ବିଶ୍ୱକପ୍‌। ଏଥିରେ କିଏ ହେବ ଚାମ୍ପିଅନ୍‌? ତାହା ଜୁଲାଇ ୧୫ ତାରିଖରେ ନିଷ୍ପତ୍ତି ହେବ। ମାତ୍ର କିଛି ଫୁଟ୍‌ବଲ ପ୍ରେମୀ ଆଶାବ୍ୟକ୍ତି କରିଛନ୍ତି ଏଥର ଜର୍ମାନ ଚାମ୍ପିଅନ୍‌ ହେବ। ଆଉ କିଛି ସ୍ପେନ୍‌, ଫ୍ରାନ୍ସ ଓ ବ୍ରାଜିଲ୍‌ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ତେବେ ଆର୍ଜେଣ୍ଟିନାକୁ ଦୁର୍ବଳ ଟିମ୍‌ ଭାବିବା ଭୁଲ ହେବ ବୋଲି ଫୁଟ୍‌ବୁଲ୍‌ ବିଶେଷଜ୍ଞ ମତ ପୋଷଣ କରିଛନ୍ତି।

ବିଶ୍ୱକପ୍‌ ମହାକୁମ୍ଭ ଆରମ୍ଭ ହେବାକୁ ଆଉ କିଛି ଦିନ ବାକିଥିବା ବେଳେ ଏଥର କିଏ ଚାମ୍ପିଅନ୍‌ ହେବ ତାକୁ ନେଇ ଭବିଷ୍ୟବାଣୀ କରିବା ସମ୍ଭବ ନୁହେଁ। ତଥାପି ଭବିଷ୍ୟବାଣୀ କରାଯିବ। ୨୦୧୦ ବିଶ୍ୱକପ୍‌ ସମୟରେ ପଲ୍‌ ଅକ୍ଟୋପସ ଭବିଷ୍ୟବାଣୀ କରି ସ୍ପେନ୍‌ ଚାମ୍ପିଅନ୍‌ ହେବ ବୋଲି କହିଥିଲା। ତାହା ସତ୍ୟ ହୋଇଥିଲା। ସ୍ପେନ୍‌ ଚାମ୍ପିଅନ୍‌ ହୋଇଥିଲା। ୨୦୧୮ ଫିଫା ବିଶ୍ୱକପ୍‌ରେ କିଏ ଚାମ୍ପିଅନ୍‌ ହେବ, ସେନେଇ ଭବିଷ୍ୟବାଣୀ କରିବ ଋଷର ଏକ ବିଲେଇ। ତାର ନାଁ ହେଉଛି Achilles। ଧଳା ରଙ୍ଗର ଏହି ବିଲେଇ ସେଣ୍ଟ ପିଟର୍ସବର୍ଗର ହର୍ମିଟେଜ୍‌ ମ୍ୟୁଜିୟମରେ ରହୁଛି। ଏବେ ସ୍ୱତନ୍ତ୍ର ଭାବେ ତାଲିମ ନେଉଛି। ଫିଫା ବିଶ୍ୱକପ୍‌ ଆରମ୍ଭ ହେବା ପରେ ସେ ଭବିଷ୍ୟବାଣୀ କରିବ। ତା ଉପରେ ସମସ୍ତଙ୍କ ନଜର ରହିଛି।

ଫିଫା ବିଶ୍ୱକପ୍‌ରେ ପ୍ରଥମେ ୪୮ଟି ମ୍ୟାଚ ହେବ। ଏହା ପରେ ଶ୍ରେଷ୍ଠ ୧୬ଟି ସ୍ଥାନ ମ୍ୟାଚ୍‌ ହେବ। ଏଥିରୁ ୮ଟି କ୍ୱାଟରଫାଇନାଲ୍‌ରେ ସ୍ଥାନ ପକ୍କା କରିବେ। ଏହାବାଦ୍‌ ସେମିଫାଇନାଲ୍‌ ଓ ଜୁଲାଇ ୧୫ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ଏଥିପାଇଁ ବହୁ ସମୟ ବାକି ରହିଛି। ଏଭଳିସ୍ଥିତିରେ କେଉଁ ଦଳ ଚାମ୍ପିଅନ୍‌ ହେବ ସେନେଇ ଭବିଷ୍ୟବାଣୀ କରିବ Achilles ନାମକ ଏହି ବିଲେଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos