ଏଫଆଇଏଚ‍‌ ହକି ୱାଲ୍ଡ ଲିଗ୍‌ ସେମିଫାଇନାଲ: ବେଲଜିୟମକୁ ଭେଟିବ ଭାରତ ମହିଳା ଦଳ      

ଆଣ୍ଟେୱର୍ପ: ଶନିବାରଠାରୁ ବେଲଜିୟମରେ ଏଫଆଇଏଚ‍‌ ହକି ୱାଲ୍ଡ ଲିଗ୍‌ (ମହିଳା) ସେମିଫାଇନାଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଆଜି ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚରେ ଭାରତ ମହିଳା ହକି ଦଳ ଆୟୋଜକ ବେଲଜିୟମକୁ ଭେଟିବ। ବିଶ୍ୱ ମାନ୍ୟତାକୁ ତୁଳନା କଲେ ବେଲଜିୟମ ୧୨ଶ ଏବଂ ଭାରତ ୧୩ଶ ସ୍ଥାନରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁ ଦଳ ଚାପକୁ ଏଡାଇ ଉନ୍ନତ ପ୍ରଦର୍ଶନ କରିବ, ସେହି ଦଳ ହିଁ ବିଜୟୀ ହେବ। ଗତବର୍ଷ ଗ୍ଲାସଗୋରେ ଖେଳାଯାଇଥିବା ୨୦୧୪ ଏଫଆଇଏଚ‍‌ ଚମ୍ପିଆନ୍ସ […]

Indian-Women-Hockey-Team

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 01:18 PM IST

ଆଣ୍ଟେୱର୍ପ: ଶନିବାରଠାରୁ ବେଲଜିୟମରେ ଏଫଆଇଏଚ‍‌ ହକି ୱାଲ୍ଡ ଲିଗ୍‌ (ମହିଳା) ସେମିଫାଇନାଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଆଜି ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚରେ ଭାରତ ମହିଳା ହକି ଦଳ ଆୟୋଜକ ବେଲଜିୟମକୁ ଭେଟିବ। ବିଶ୍ୱ ମାନ୍ୟତାକୁ ତୁଳନା କଲେ ବେଲଜିୟମ ୧୨ଶ ଏବଂ ଭାରତ ୧୩ଶ ସ୍ଥାନରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁ ଦଳ ଚାପକୁ ଏଡାଇ ଉନ୍ନତ ପ୍ରଦର୍ଶନ କରିବ, ସେହି ଦଳ ହିଁ ବିଜୟୀ ହେବ।

ଗତବର୍ଷ ଗ୍ଲାସଗୋରେ ଖେଳାଯାଇଥିବା ୨୦୧୪ ଏଫଆଇଏଚ‍‌ ଚମ୍ପିଆନ୍ସ ଚ୍ୟାଲେଞ୍ଜ ୧ ଟୁର୍ଣ୍ଣାମେଣ୍ଟରେ ବେଲଜିୟମ ଭାରତକୁ ପରାସ୍ତ କରିଥିଲା। ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ନିମନ୍ତେ ଭାରତୀୟ ଦଳକୁ ଏହି ଟୁର୍ଣ୍ଣାମେଣ୍ଟରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ। ଏଥିପାଇଁ ଭାରତୀୟ ଦଳ ନିର୍ଦିଷ୍ଟ ରଣନୀତି ପ୍ରସ୍ତୁତ କରିଛି ବୋଲି କୋଚ‍‌ ମାଥିୟାସ ଆର୍ନେସ କହିଛନ୍ତି। ଖେଳାଳିମାନେ ମାନସିକ ଓ ଶାରୀରିକ ସ୍ତରେ ଫିଟ‍‌ ଅଛନ୍ତି ଏବଂ ଦଳ ନିଶ୍ଚିତଭାବେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଭାରତ ଜୁନ ୨୩ରେ ତାହାର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ, ୨୪ରେ ପୋଲାଣ୍ଡକୁ ଏବଂ ୨୭ରେ ଅଷ୍ଟ୍ରେଲିଆକୁ ଭେଟିବ।

ଆଜି ଠାରୁ ଏଠାରେ ପୁରୁଷ ଦଳ ନିମନ୍ତେ ମଧ୍ୟ ହକି ୱାଲ୍ଡ ଲିଗ୍‌ ସେମିଫାଇନାଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ଶନିବାର ଭାରତର ପୁରୁଷ ଦଳ ପ୍ରଥମ ମ୍ୟାଚରେ ଫ୍ରାନ୍ସକୁ ଭେଟିବ। ଭାରତୀୟ ଦଳ ଇତିମଧ୍ୟରେ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବାରୁ ସେମାନଙ୍କ ଉପରେ ଏତେଟା ଚାପ ନାହିଁ। ତଥାପି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାକୁ ଭାରତ ଲକ୍ଷ୍ୟ ରଖିଛି ବୋଲି କୋଚ‍ ପଲ‌ ଭାନ‍ ଆସ‌ କହିଛନ୍ତି। ଏଥିରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପୁଲ‍‌-ଏ’ରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ପୋଲାଣ୍ଡ ଓ ଫ୍ରାନ୍ସ ସ୍ଥାନ ପାଇଥିବାବେଳେ ପୁଲ‌-ବି’ରେ ବ୍ରିଟେନ, ବେଲଜିୟମ, ମାଲେସିଆ, ଆୟରଲାଣ୍ଡ ଓ ଚୀନ ରହିଛନ୍ତି।

Related story