କଳିଙ୍ଗରେ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଆରମ୍ଭ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ହକି ଫିଭର୍। ଗୁରୁବାର ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଏସିଆ, ୟୁରୋପ, ଆଫ୍ରିକା ଓ ଉତ୍ତର ଆମେରିକାର ୮ ଟିମ୍ ଭାଗ ନେଇଛନ୍ତି। ଗୁରୁବାର ସକାଳେ ପ୍ରଥମ ମ୍ୟାଚ୍ ଗ୍ରୁପ୍-ବି’ର ଆମେରିକା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବିଶ୍ୱର ୨୫ତମ ମାନ୍ୟତା ବିଶିଷ୍ଟ ଆମେରିକା ପ୍ରଶଂସନୀୟ ପ୍ରଦର୍ଶନ କରି ୧୬ତମ ରାଙ୍କିଙ୍ଗ୍ ବିଶିଷ୍ଟ ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲରେ […]

hockey

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 06:43 PM IST

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ହକି ଫିଭର୍। ଗୁରୁବାର ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଏସିଆ, ୟୁରୋପ, ଆଫ୍ରିକା ଓ ଉତ୍ତର ଆମେରିକାର ୮ ଟିମ୍ ଭାଗ ନେଇଛନ୍ତି।

ଗୁରୁବାର ସକାଳେ ପ୍ରଥମ ମ୍ୟାଚ୍ ଗ୍ରୁପ୍-ବି'ର ଆମେରିକା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବିଶ୍ୱର ୨୫ତମ ମାନ୍ୟତା ବିଶିଷ୍ଟ ଆମେରିକା ପ୍ରଶଂସନୀୟ ପ୍ରଦର୍ଶନ କରି ୧୬ତମ ରାଙ୍କିଙ୍ଗ୍ ବିଶିଷ୍ଟ ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଆମେରିକା ପକ୍ଷରୁ କ୍ରିଷ୍ଟିଆନ୍ ଡି'ଆଞ୍ଜେଲିସ୍ (୪୭ତମ) ଓ ପଲ୍ ସିଂହ (୫୭ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।

ମ୍ୟାଚର ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା, ଯେଉଁଥିରେ ଉଭୟ ଦଳ ଗୋଲ୍ ଦେବାରେ ବିଫଳ ହୋଇଥିଲେ । ତେବେ ଦ୍ୱିତୀୟାର୍ଦ୍ଧ ଆମେରିକା ନାମରେ ରହିଥିଲା। ତୃତୀୟ କ୍ୱାର୍ଟର୍ ଗୋଲଶୂନ୍ୟ ରହିଥିଲା। କିନ୍ତୁ ଚତୁର୍ଥ କ୍ୱାର୍ଟରରେ ଆମେରିକାର ଜୋରଦାର ଆକ୍ରମଣ କରି ଦୁଇଟି ଗୋଲ୍ ଦେଇଥିଲା।

୪୭ତମ ମିନିଟରେ ଆମେରିକାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଆଞ୍ଜେଲିସ୍ ଗୋଲରେ ପରିଣତ କରିଥିଲେ। ମ୍ୟାଚ୍ ଶେଷ ହେବାର ତିନି ମିନିଟ୍ ପୂର୍ବରୁ ପଲ୍ ସିଂହ ଆମେରିକା ପାଇଁ ଦ୍ୱିତୀୟ ଗୋଲ୍ ଦେଇଥିଲେ। ଏଥିସହ ଆମେରିକା ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା।

ସେହିପରି ଅପରାହ୍ଣରେ ପୁଲ-ଏ'ର ଖେଳାଯାଇଥିବା ଏକ ମ୍ୟାଚରେ ପୋଲାଣ୍ଡ ୪-୦ ଗୋଲରେ ଉଜବେକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚରେ ପୋଲାଣ୍ଡ ପକ୍ଷରୁ ପାୱେଲ ବ୍ରାଟକୋସ୍କି (ପଞ୍ଚମ, ୩୬ତମ) ଓ ମାତିଉଜ୍ ହୁଲବୋଜ୍ (୨୭ତମ, ୪୦ତମ) ଦୁଇଟି ଲେଖାଏ ଗୋଲ୍ ସ୍କୋର କରିଥିଲେ। ଅନ୍ୟପକ୍ଷରେ ଉଜବେକିସ୍ତାନ ଗୋଟିଏ ବି ଗୋଲ୍ ଦେବାକୁ ସକ୍ଷମ ହୋଇନାହିଁ।

Related story