ଦୂତିଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ନୂଆଦିଲ୍ଲୀ: ଓଡ଼ିଆ ଧାବିକା ତଥା ଅଲିମ୍ପିଆନ୍ ଦୂତି ଚାନ୍ଦଙ୍କ ଉପରେ ନିର୍ମାଣ ହେବ ଫିଲ୍ମ। ତାଙ୍କ ଜୀବନୀକୁ ନେଇ ଫିଲ୍ମ କରିବାକୁ ମନ ବଳାଇଛନ୍ତି ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହ୍‌ରା। ଦୂତିଙ୍କ ଶରୀରରେ ପୁରୁଷ ହରମନ୍ ସ୍ତର ଅଧିକ ଥିବା ନେଇ ଅଭିଯୋଗ ଆସିଥିଲା। ଏଥିପାଇଁ ତାଙ୍କ ଖେଳ କ୍ୟାରିୟର ଏକ ପ୍ରକାର ଅନ୍ଧାର ଭିତରକୁ ଠେଲି ହୋଇଯାଇଥିଲା। ତେବେ ଏହା ବିରୁଦ୍ଧରେ ସେ ଲଢ଼େଇ କରିଥିଲେ ଓ ଜିତିଥିଲେ। ରାକେଶଙ୍କୁ ଏହା ଖୁବ୍ […]

dutee

Rakesh Mallick
  • Published: Wednesday, 30 November 2016
  • , Updated: 30 November 2016, 04:00 PM IST

ନୂଆଦିଲ୍ଲୀ: ଓଡ଼ିଆ ଧାବିକା ତଥା ଅଲିମ୍ପିଆନ୍ ଦୂତି ଚାନ୍ଦଙ୍କ ଉପରେ ନିର୍ମାଣ ହେବ ଫିଲ୍ମ। ତାଙ୍କ ଜୀବନୀକୁ ନେଇ ଫିଲ୍ମ କରିବାକୁ ମନ ବଳାଇଛନ୍ତି ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହ୍‌ରା। ଦୂତିଙ୍କ ଶରୀରରେ ପୁରୁଷ ହରମନ୍ ସ୍ତର ଅଧିକ ଥିବା ନେଇ ଅଭିଯୋଗ ଆସିଥିଲା। ଏଥିପାଇଁ ତାଙ୍କ ଖେଳ କ୍ୟାରିୟର ଏକ ପ୍ରକାର ଅନ୍ଧାର ଭିତରକୁ ଠେଲି ହୋଇଯାଇଥିଲା। ତେବେ ଏହା ବିରୁଦ୍ଧରେ ସେ ଲଢ଼େଇ କରିଥିଲେ ଓ ଜିତିଥିଲେ। ରାକେଶଙ୍କୁ ଏହା ଖୁବ୍ ପ୍ରଭାବିତ କରିଛି। ସେଥିପାଇଁ ସେ ଦୂତିଙ୍କ ବାୟୋପିକ୍ ନିର୍ମାଣ କରିବାକୁ ମନସ୍ଥ କରିଛନ୍ତି।

ରାକେଶ ଦୂତି ଓ ତାଙ୍କ କୋଚ୍ ଏନ୍. ରମେଶଙ୍କ ସହିତ ଯୋଗାଯୋଗ କରିଥିବା ଜଣାପଡ଼ିଛି।

ରାକେଶ ଓମପ୍ରକାଶ ମେହ୍‌ରା ଏହା ପୂର୍ବରୁ ମିଲଖା ସିଂଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିଥିଲେ। ଏହାର ନାଁ ‘ଭାଗ୍ ମିଲ୍‌ଖା ଭାଗ୍’। ଫିଲ୍ମଟି ସିନେପ୍ରେମୀଙ୍କ ମନକୁ ଛୁଇଁ ଥିଲା।

Related story