ଟେଷ୍ଟରେ ପ୍ରଥମ ଦ୍ୱିଶତକ ମାରିଲେ ରୋହିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନିକିଆରେ ତିନୋଟି ଦ୍ୱିଶତକ ହାସଲ କରିଥିବା ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ତାଙ୍କ କ୍ୟାରିୟରର ପ୍ରଥମ ଟେଷ୍ଟ୍ ଦ୍ୱିଶତକ ହାସଲ କରିଛନ୍ତି। ରାଞ୍ଚିରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ତାଙ୍କୁ ଏହି ସଫଳତା ମିଳିଛି। ଗତକାଲି ସେ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ମାରିବାରେ ସଫଳ ହୋଇଥିବା ବେଳେ ଆଜି ଏହାକୁ ଦ୍ୱିଶତକରେ ପରିଣତ କରିବାରେ ସଫଳ ହୋଇଥିଲେ। ଗତକାଲି ସେ ୧୧୭ ରନ୍ କରି ନଟ୍ […]

rohit1

Jitendra Garnayak
  • Published: Sunday, 20 October 2019
  • , Updated: 20 October 2019, 02:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନିକିଆରେ ତିନୋଟି ଦ୍ୱିଶତକ ହାସଲ କରିଥିବା ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ତାଙ୍କ କ୍ୟାରିୟରର ପ୍ରଥମ ଟେଷ୍ଟ୍ ଦ୍ୱିଶତକ ହାସଲ କରିଛନ୍ତି। ରାଞ୍ଚିରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ତାଙ୍କୁ ଏହି ସଫଳତା ମିଳିଛି।

ଗତକାଲି ସେ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ମାରିବାରେ ସଫଳ ହୋଇଥିବା ବେଳେ ଆଜି ଏହାକୁ ଦ୍ୱିଶତକରେ ପରିଣତ କରିବାରେ ସଫଳ ହୋଇଥିଲେ। ଗତକାଲି ସେ ୧୧୭ ରନ୍ କରି ନଟ୍ ଆଉଟ୍ ରହିଥିଲେ। ସେହିପରି ଆଜି ଲଞ୍ଚ୍ ସୁଦ୍ଧା ସେ ୨୪୨ ବଲ୍‌ରୁ ୧୯୯ ରନ୍ କରିଥିଲେ। ଲଞ୍ଚ୍ ପରେ ସେ ଟେଷ୍ଟ୍ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। ସେ ଛକା ମାରି ଦ୍ୱିଶତକ ହାସଲ କରିଥିଲେ। ଏହା ପରେ ସେ ଆଉ ଏକ ଛକା ମଧ୍ୟ ମାରିଥିଲେ। ତେବେ ଏହା ପରେ ଆଉ ୧ ରନ୍ ଯୋଡ଼ି ସେ ଆଉଟ୍ ହୋଇଯାଇଥିଲେ। ସେ ୨୫୫ଟି ବଲ୍ ଖେଳି ୨୮ଟି ଚୌକା ଓ ୬ଟି ଛକା ସହାୟତାରେ ୨୧୨ ରନ୍ କରି ରାବଡାଙ୍କ ଏକ ବଲ୍‌ରେ ଲୁଙ୍ଗି ଏନ୍‌ଗିଡିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅନ୍ୟପକ୍ଷରେ ଗତକାଲି ୮୩ ରନ୍ କରି ନଟ୍‌ ଆଉଟ୍ ଥିବା ଆଜିଙ୍କ୍ୟ ରାହାଣେ ମଧ୍ୟ ଆଜି ଶତକ କରିବାରେ ସଫଳ ହୋଇଥିଲେ। ସେ ୧୧୫ ରନ୍ କରି ଆଉଟ୍ ହୋଇଥିଲେ। ୧୯୨ଟି ବଲ୍‌ରୁ ୧୭ଟି ଚୌକା ଓ ଗୋଟିଏ ଚୌକା ସହାୟତାରେ ସେ ଏହି ରନ୍ ସଂଗ୍ରହ କରିଥିଲେ।

ସୂଚନାଯୋଗ୍ୟ,  ୨୦୧୩ରେ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ପ୍ରଥମେ ଦ୍ୱିଶତକ ମାରିଥିଲେ। ଦିନିକିଆରେ ଏହା ଥିଲା ତାଙ୍କର ପ୍ରଥମ ଦ୍ୱିଶତକ। ଏହା ପରେ ୨୦୧୪ରେ କୋଲକାତାରେ ଶ୍ରୀଲଙ୍କା ବିରୋଧରେ ଖେଳାଯାଇଥିବା ଏକ ଦିନିକିଆ ମ୍ୟାଚ୍‌ରେ ସେ ଦ୍ୱିତୀୟ ଥର ପାଇଁ ଦ୍ୱିଶତକ ମାରିଥିଲେ। ଏହି ମ୍ୟାଚ୍‌ରେ ସେ ୨୬୪ ରନ୍ କରିଥିଲେ। ସେହିପରି ଦିନିକିଆରେ ସେ ତୃତୀୟ ଦ୍ୱିଶତକ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ହିଁ ହାସଲ କରିଥିଲେ। ମୋହାଲିରେ ଖେଳା ଯାଇଥିବା ଉକ୍ତ ମ୍ୟାଚ୍‌ରେ ସେ ୨୦୮ ରନ୍ କରି ନଟ୍‌ ଆଉଟ୍ ରହିଥିଲେ। ଦିନିକିଆରେ ସେ ସର୍ବାଧିକ ତିନି ଥର ଦ୍ୱିଶତକ ହାସଲ କରିଛନ୍ତି।

Related story