ନ୍ୟୁଜିଲ୍ୟାଣ୍ଡ୍ ଟେଷ୍ଟ ଟିମକୁ ଫେରିଲେ ଟ୍ରେଣ୍ଟ ବୋଲ୍ଟ

ୱେଲିଂଟନ୍‌: ଭାରତ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ୧୩ଜଣିଆ ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡର ଘୋଷଣା କରାଯାଇଛି। ଦଳର ଏକ ନମ୍ବର ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଏହି ସିରିଜ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଓପନିଂ ବ୍ୟାଟ୍ସମ୍ୟାନ୍ ଜିତ୍ ରାଭାଲ୍‌, ସ୍ପିନ୍ ବୋଲିଂ-ଅଲରାଉଣ୍ଡର ମିଚେଲ୍ ସାଣ୍ଟନର୍ ଏବଂ ପେସର ମ୍ୟାଟ୍ ହେନରୀ ଦଳରୁ ବାଦ୍ ପଡ଼ିଛନ୍ତି। ଲେଗ୍ ସ୍ପିନର୍ ଏଜାଜ ପଟେଲଙ୍କୁ ଏହି ସିରିଜ୍ ପାଇଁ ଡାକରା ମିଳିଛି। ପଟେଲ ଗତବର୍ଷ ଅଗଷ୍ଟ […]

boult

Ranjit Kumar Jena
  • Published: Monday, 17 February 2020
  • , Updated: 17 February 2020, 08:04 PM IST

ୱେଲିଂଟନ୍‌: ଭାରତ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ୧୩ଜଣିଆ ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡର ଘୋଷଣା କରାଯାଇଛି। ଦଳର ଏକ ନମ୍ବର ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଏହି ସିରିଜ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଓପନିଂ ବ୍ୟାଟ୍ସମ୍ୟାନ୍ ଜିତ୍ ରାଭାଲ୍‌, ସ୍ପିନ୍ ବୋଲିଂ-ଅଲରାଉଣ୍ଡର ମିଚେଲ୍ ସାଣ୍ଟନର୍ ଏବଂ ପେସର ମ୍ୟାଟ୍ ହେନରୀ ଦଳରୁ ବାଦ୍ ପଡ଼ିଛନ୍ତି।

ଲେଗ୍ ସ୍ପିନର୍ ଏଜାଜ ପଟେଲଙ୍କୁ ଏହି ସିରିଜ୍ ପାଇଁ ଡାକରା ମିଳିଛି। ପଟେଲ ଗତବର୍ଷ ଅଗଷ୍ଟ ମାସରେ ଶ୍ରୀଲଙ୍କା ବିପକ୍ଷରେ ନିଜର ଶେଷ ଟେଷ୍ଟ ଖେଳିଥିଲେ। ଅକଲ୍ୟାଣ୍ଡ୍ ପେସ୍ ବୋଲର କାଇଲ୍ ଜେମିସନଙ୍କୁ ନୂଆମୁହଁ ଭାବେ ସାମିଲ୍ କରାଯାଇଥିବା ବେଳେ ଲକି ଫର୍ଗୁସନ୍ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ବାମହାତୀ ପେସର୍ ବୋଲ୍ଟ ଗତବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ' ଟେଷ୍ଟ ପରଠାରୁ କ୍ରିକେଟ୍ ମଇଦାନରୁ ଦୂରରେ ଅଛନ୍ତି।

ବୋଲ୍ଟଙ୍କ ଆସିବା ଦ୍ୱାରା ଟିମର ବୋଲିଂ ଆକ୍ରମଣ ଏବେ ପୂର୍ବାପେକ୍ଷା ଅଧିକ ମଜଭୁତ୍ ହେବ। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବୋଲ୍ଟ, ଟିମ୍ ସାଉଦୀ ଓ ନିଲ୍ ୱାଗନରଙ୍କ ଖେଳିବା ଏକପ୍ରକାର ନିଶ୍ଚିତ। ଯଦି ତିନି ପ୍ରମୁଖ ପେସର୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି, ତାହେଲେ ଜେମିସନଙ୍କୁ ଅପେକ୍ଷା କରିବାକୁ ପଡିପାରେ। ଜିତ୍ ରାଭାଲଙ୍କ ସ୍ଥାନରେ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଟମ୍ ବ୍ଲଣ୍ଡେଲଙ୍କୁ ସାମିଲ୍ କରାଯାଇଛି।

କ୍ୟାରିୟରରେ ଏକମାତ୍ର ଟେଷ୍ଟ ଖେଳିଥିବା ଡାରିଲ୍ ମିଚେଲଙ୍କୁ ମଧ୍ୟ ୧୩ଜଣିଆ ସ୍କ୍ୱାଡରେ ସ୍ଥାନ ମିଳିଛି। ଭାରତ ବିପକ୍ଷ ୱାର୍ମଅପ୍ ମ୍ୟାଚରେ ମିଚେଲ୍ ପ୍ରଭାବୀ ବୋଲିଂ କରିଥିଲେ ଏବଂ ଏହି କାରଣରୁ ତାଙ୍କୁ ଦଳରେ ସାମିଲ୍ କରାଯାଇଛି। ସୂଚନାଯୋଗ୍ୟ, ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ୨୧ ତାରିଖରୁ ଆରମ୍ଭ ହେବ।

ନ୍ୟୁଜିଲ୍ୟାଣ୍ଡ୍ ସ୍କ୍ୱାଡ୍‌: କେନ୍ ୱିଲିୟମସନ୍ (କ୍ୟାପଟେନ୍‌), ଟମ୍ ବ୍ଲଣ୍ଡେଲ୍‌, ଟ୍ରେଣ୍ଟ୍ ବୋଲ୍ଟ, କଲିନ୍ ଡି'ଗ୍ରାଣ୍ଡହୋମ୍‌, କାଇଲ୍ ଜେମିସନ୍‌, ଟମ୍ ଲାଥମ୍‌, ଡାରିଲ୍ ମିଚେଲ୍‌, ହେନରୀ ନିକୋଲ୍ସ, ଏଜାଜ ପଟେଲ୍‌, ଟିମ୍ ସାଉଦୀ, ରସ୍ ଟେଲର୍‌, ନିଲ୍ ୱାଗନର୍‌, ବିଜେ ୱାଟଲିଙ୍ଗ୍।

Related story