ବିଶ୍ୱକପ୍ ପରେ ପାକ୍ ଟିମରୁ ବିଦା ହେବେ ଏହି ୫ ଖେଳାଳି

କରାଚୀ: ଆଇସିସି ବିଶ୍ୱକପ୍ ପାକିସ୍ତାନ ପାଇଁ ନୈରାଶ୍ୟଜନକ ରହିଛି। ଟିମ୍ ପ୍ରାୟତଃ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇ ସାରିଛି, କାରଣ ସେମାନଙ୍କର ସେମିଫାଇନାଲ୍ ପହଞ୍ଚିବା ଆଶା ଏବେ ଅସମ୍ଭବ। ପାକିସ୍ତାନ ଟିମ୍ ବିଶ୍ୱକପରେ ତା’ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ନିକଟରୁ ହାରି ଖରାପ ଆରମ୍ଭ କରିଥିଲା। ଏହା ପରେ ଟିମ୍ ଭାରତ ଓ ଅଷ୍ଟ୍ରେଲିଆ ନିକଟରୁ ମଧ୍ୟ ପରାସ୍ତ ହୋଇଥିଲା। ଏଭଳି ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ ଖେଳାଳିମାନଙ୍କର ଟିମରୁ ଟିକେଟ୍ କଟିବା ପ୍ରାୟତଃ […]

pk

Hemant Lenka
  • Published: Thursday, 04 July 2019
  • , Updated: 04 July 2019, 10:28 PM IST

କରାଚୀ: ଆଇସିସି ବିଶ୍ୱକପ୍ ପାକିସ୍ତାନ ପାଇଁ ନୈରାଶ୍ୟଜନକ ରହିଛି। ଟିମ୍ ପ୍ରାୟତଃ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇ ସାରିଛି, କାରଣ ସେମାନଙ୍କର ସେମିଫାଇନାଲ୍ ପହଞ୍ଚିବା ଆଶା ଏବେ ଅସମ୍ଭବ। ପାକିସ୍ତାନ ଟିମ୍ ବିଶ୍ୱକପରେ ତା'ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ନିକଟରୁ ହାରି ଖରାପ ଆରମ୍ଭ କରିଥିଲା। ଏହା ପରେ ଟିମ୍ ଭାରତ ଓ ଅଷ୍ଟ୍ରେଲିଆ ନିକଟରୁ ମଧ୍ୟ ପରାସ୍ତ ହୋଇଥିଲା। ଏଭଳି ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ ଖେଳାଳିମାନଙ୍କର ଟିମରୁ ଟିକେଟ୍ କଟିବା ପ୍ରାୟତଃ ନିଶ୍ଚିତ। ଏଥିରେ ପାକିସ୍ତାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଆଗରେ ରହିବେ, ଯାହାଙ୍କର ଅଧିନାୟକତ୍ୱ ପଦ ଯିବା ପକ୍କା। ଆସନ୍ତୁ ଜାଣିବା ଆଉ କେଉଁ ପାକ୍ ଖେଳାଳି, ଯାହାଙ୍କୁ ବିଶ୍ୱକପ୍ ପରେ ଟିମରୁ ବାହାର କରାଯାଇପାରେ।

ସର୍ଫରାଜ ଅହମ୍ମଦ: ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନର କାରଣ ସର୍ଫରାଜ ଅହମ୍ମଦଙ୍କ କ୍ୟାପଟେନ୍ସିକୁ କୁହାଯିବ। ସର୍ଫରାଜ ବିଶ୍ୱକପରେ ନିର୍ଣ୍ଣାୟକ ସମୟରେ ଭୁଲ୍ ନିଷ୍ପତ୍ତି ନେଇଛନ୍ତି। ସେ ଚୂଡ଼ାନ୍ତ ଏକାଦଶ ଚୟନ କରିବାରେ ଭୁଲ୍ କରିଛନ୍ତି। ଏପରିକି ବ୍ୟାଟିଂରେ ମଧ୍ୟ କିଛି ଖାସ ଯୋଗଦାନ କରିପାରିନାହାନ୍ତି। ସର୍ଫରାଜ ୭ ମ୍ୟାଚରେ ୨୮ ହାରରେ ୧୪୦ ରନ୍ କରିଛନ୍ତି। ପାକିସ୍ତାନ ଗଣମାଧ୍ୟମରେ ଖବର ଆସିଛି ଯେ ପିସିବି ବିଶ୍ୱକପ୍ ପରେ ଅଧିନାୟକ ବଦଳାଇବା ନେଇ ବିଚାର କରିପାରେ।

ଶୋଏବ ମଲିକ୍: ବିଶ୍ୱକପ୍ ଶେଷ ହେବା ପରେ ମଲିକଙ୍କ ପାକିସ୍ତାନ ଟିମରୁ ବିଦା ଦେବା ଏକପ୍ରକାର ନିଶ୍ଚିତ। ମଲିକ୍ ବିଶ୍ୱକପରେ ମାତ୍ର ତିନୋଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୨.୬୬ ହାରରେ ମାତ୍ର ୮ ରନ୍ କରିଛନ୍ତି। ଏହି ଖରାପ ପ୍ରଦର୍ଶନ ପରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା। ମଲିକ୍ ବର୍ତ୍ତମାନ ୩୭ ବର୍ଷର ହୋଇସାରିଛନ୍ତି। ଏଭଳି ସ୍ଥିତିରେ ବିଶ୍ୱକପ୍ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ହୋଇପାରେ।

ମହମ୍ମଦ ହଫିଜ୍: ପାକିସ୍ତାନ ଟିମର ପ୍ରଫେସର୍ ନାମରେ ପରିଚିତ ମହମ୍ମଦ ହଫିଜ୍ ଏହି ବିଶ୍ୱକପରେ ଫେଲ୍ ହୋଇଛନ୍ତି। ସେ ୭ଟି ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି। ହଫିଜ୍ ୩୨ ହାରରେ ୨୨୬ ରନ୍ କରିଛନ୍ତି ସତ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସମୟରେ ସେ ଭୁଲ୍ ଶଟ୍ ଖେଳି ନିଜ ୱିକେଟ୍ ହରାଇଛନ୍ତି। ଏହି କାରଣରୁ ପାକିସ୍ତାନ ବିଶ୍ୱକପରେ ଫେଲ୍ ମାରିଛି। ୩୮ ବର୍ଷୀୟ ହଫିଜଙ୍କୁ ବାଦ୍ ଦେଇ ପିସିବି ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରେ।

ଆସିଫ୍ ଅଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବିସ୍ଫୋରକ ବ୍ୟାଟିଂ କରିଥିବା ଆସିଫ୍ ଅଲୀଙ୍କୁ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଭାବେ ବିଶ୍ୱକପ୍ ଟିମରେ ଚୟନ କରାଯାଇଥିଲା। ବିଶ୍ୱକପ୍ ପୂର୍ବରୁ ତାଙ୍କର ଅଢ଼େଇ ବର୍ଷର ଶିଶୁକନ୍ୟାର କ୍ୟାନସରରେ ମୃତ୍ୟୁ ହୋଇଥିଲା। ଏହା ସତ୍ତ୍ୱେ ସେ ବିଶ୍ୱକପ୍ ଖେଳିବାକୁ ଇଂଲଣ୍ଡ ଆସିଥିଲେ। ତେବେ ତାଙ୍କ ବ୍ୟାଟ୍ ବିଶ୍ୱକପରେ ଚୁପ୍ ରହିଛି। ଆସିଫଙ୍କୁ ମାତ୍ର ଦୁଇଟି ମ୍ୟାଚରେ ସୁଯୋଗ ମିଳିଛି, ଯେଉଁଥିରେ ସେ ୯.୫୦ ହାରରେ ୧୯ ରନ୍ କରିଛନ୍ତି। ତେଣୁ ତାଙ୍କୁ ମଧ୍ୟ ପିସିବି ଟିମରୁ ବାହାର କରିବା ନେଇ ଯୋଜନା କରୁଛି।

ହାସନ୍ ଅଲୀ: ପାକିସ୍ତାନକୁ ନିଜ ବୋଲିଂ ଦମରେ ଚାମ୍ପିଅନ୍ସ ଟ୍ରଫି-୨୦୧୭ ଜିତାଇଥିବା ହାସନ୍ ଅଲୀଙ୍କ ଟିମରୁ ବିଦା ହେବା ନିଶ୍ଚିତ ଲାଗୁଛି। ହାସନ୍ ବିଶ୍ୱକପରେ ୪ଟି ମ୍ୟାଚ୍ ଖେଳି ମାତ୍ର ୨ଟି ୱିକେଟ୍ ନେଇଛନ୍ତି। ଅଲୀ ପାକିସ୍ତାନର ସବୁଠାରୁ ମହଙ୍ଗା ବୋଲର ମଧ୍ୟ ସାବ୍ୟସ୍ତ ହୋଇଛନ୍ତି। ତାଙ୍କର ଇକୋନୋମୀ ରେଟ୍ ୭.୭୫ ରହିଛି।

Related story