ଭାରତ ଆସୁଥିଲେ ଡୁ ପ୍ଲେସିସ୍, ଆଉ ତା'ପରେ...

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜାରି ରହିଛି । ପ୍ରଥମ ମ୍ୟାଚ୍ ବର୍ଷା ଧୋଇଦେଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ଭାରତ ବିଜୟୀ ହୋଇଥିଲା। ରବିବାର ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳାଯିବ। ଟି-୨୦ ସିରିଜ୍ ଶେଷ ହେବା ପରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ, ଯେଉଁଥିରେ ଭ୍ରମଣକାରୀ ଟିମର ନେତୃତ୍ୱ ଭାର ନେବେ ଫାଫ୍ ଡୁ ପ୍ଲେସିସ୍। ଏଥିପାଇଁ ଡୁ ପ୍ଲେସିସ୍ ଭାରତ […]

faf

faf

Ranjit Kumar Jena
  • Published: Saturday, 21 September 2019
  • Updated: 21 September 2019, 08:49 PM IST

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜାରି ରହିଛି । ପ୍ରଥମ ମ୍ୟାଚ୍ ବର୍ଷା ଧୋଇଦେଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ଭାରତ ବିଜୟୀ ହୋଇଥିଲା। ରବିବାର ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳାଯିବ। ଟି-୨୦ ସିରିଜ୍ ଶେଷ ହେବା ପରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ, ଯେଉଁଥିରେ ଭ୍ରମଣକାରୀ ଟିମର ନେତୃତ୍ୱ ଭାର ନେବେ ଫାଫ୍ ଡୁ ପ୍ଲେସିସ୍। ଏଥିପାଇଁ ଡୁ ପ୍ଲେସିସ୍ ଭାରତ ଆସୁଥିଲେ, କିନ୍ତୁ ତାଙ୍କ ଫ୍ଲାଇଟ୍ ମିସ୍ ହୋଇଯାଇଥିଲା। କେବଳ ଏତିକି ନୁହେଁ ତାଙ୍କର କ୍ରିକେଟ୍ କିଟ୍ ମଧ୍ୟ ବ୍ରିଟିଶ ଏୟାରୱେଜ୍ ଫ୍ଲାଇଟରେ ରହିଯାଇଛି।

ଭାରତ ପାଇଁ ତାଙ୍କ ଫ୍ଲାଇଟ୍ ଦୁବାଇରୁ ଥିଲା, କିନ୍ତୁ ବ୍ରିଟିଶ ଏୟାରୱେଜର ଯେଉଁ ଫ୍ଲାଇଟରେ ସେ ଯାତ୍ରା କରୁଥିଲେ, ତାହା ଚାରି ଘଣ୍ଟା ବିଳମ୍ବରେ ଦୁବାଇ ପହଞ୍ଚିଥିଲା। ଯାହା ପରେ ସେ ଭାରତ ପାଇଁ ଫ୍ଲାଇଟ୍ ନେଇପାରି ନଥିଲେ। ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଡୁ ପ୍ଲେସିସ୍ ଟ୍ୱିଟ୍ କରି ଏଥିପାଇଁ ବ୍ରିଟିଶ ଏୟାରୱେଜଙ୍କୁ ଭର୍ତ୍ସନା କରିଛନ୍ତି।

ସେ ଲେଖିଛନ୍ତି, ଶେଷରେ ଚାରିଘଣ୍ଟା ବିଳମ୍ବରେ ମୁଁ ଫ୍ଲାଇଟରେ ବସି ପାରିଲି। ଏହି ବିଳମ୍ବତା କାରଣରୁ ମୁଁ ଭାରତ ପାଇଁ ନିଜର ଫ୍ଲାଇଟ୍ ମିସ୍ କଲି। ଏବେ ପରବର୍ତ୍ତୀ ଫ୍ଲାଇଟ୍ ପାଇଁ ମାତ୍ର ୧୦ ଘଣ୍ଟା ସମୟ ରହିଲା। ତେବେ ଡୁ ପ୍ଲେସିସଙ୍କୁ କେବଳ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ ବରଂ ବ୍ରିଟିଶ ଏୟାରୱେଜ୍ ଫ୍ଲାଇଟରେ ତାଙ୍କର କ୍ରିକେଟ୍ କିଟ୍ ମଧ୍ୟ ରହିଯାଇଛି।

ଏହା ପରେ ଡ୍ୟୁ ପ୍ଲେସିସ୍ ଆଉ ଏକ ଟ୍ୱିଟ୍ କରି ଲେଖିଛନ୍ତି, "ମୋ କ୍ରିକେଟ୍ କିଟ୍ ଏପର୍ଯ୍ୟନ୍ତ ପହଞ୍ଚିପାରି ନାହିଁ । ଏହା ଉପରେ ମୁଁ କେବଳ ହସି ପାରିବି, କାରଣ ବ୍ରିଟିଶ ଏୟାରୱେଜ୍ ସହ ଏହା ମୋର ସବୁଠାରୁ ଅଭିଜ୍ଞତା। ମୋ ପାଇଁ ସବୁକିଛି ଭୁଲ୍ ହେବାରେ ଲାଗିଛି। ଶେଷରେ ମୋତେ ମୋ ବ୍ୟାଟ୍ ମିଳିବ ବୋଲି ଆଶା କରୁଛି।"

ସୂଚନାଯୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅକ୍ଟୋବର ୨ ତାରିଖରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ବିଶାଖାପାଟଣା, ଦ୍ୱିତୀୟ ଟେଷ୍ଟ ରାଞ୍ଚିରେ ଖେଳାଯିବ, ଯାହା ଟେଷ୍ଟ ଚାମ୍ପିୟନଶିପର ଅଂଶୀଦାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos