ବିଶ୍ୱର ସବୁଠାରୁ ଉଚ୍ଚ ଅଞ୍ଚଳରେ ଫୁଟବଲ୍ ମ୍ୟାଚ୍

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର):  ବିଶ୍ୱର ସବୁଠାରୁ ଉଚ୍ଚ ଅଞ୍ଚଳରେ ଫୁଟବଲ୍ ମ୍ୟାଚ୍। ଯେଉଁଠି ସାଧାରଣ ମଣିଷ ପାଇଁ ନିଶ୍ୱାସ ନେବା କଷ୍ଟସାଧ୍ୟ। ସେହି ଅଞ୍ଚଳରେ ଫୁଟବଲ ମ୍ୟାଚ୍ ଆୟୋଜନ କରିଛି ଆଇଟିବିପି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଇଟିବିପି ପକ୍ଷରୁ ଲେହରେ ଆୟୋଜନ ହୋଇଥିଲା ଫୁଟବଲ ଟୁର୍ଣ୍ଣାମେଣ୍ଟ। ଯେଉଁଥିରେ ଓଇସିସ୍ ଫୁଟବଲ୍ କ୍ଲବ ୩-୧ ଗୋଲରେ ମହାବୋଧି କ୍ଲବକୁ ହରାଇଛି। ବରଫ ଆଞ୍ଚାଦିତ ଅଞ୍ଚଳରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିଲା। ଲେହ୍ ଅଞ୍ଚଳରେ ଫୁଟବଲକୁ ପ୍ରୋତ୍ସାହିତ କରିବା […]

footbal

Rakesh Mallick
  • Published: Tuesday, 31 October 2017
  • , Updated: 31 October 2017, 05:21 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର):  ବିଶ୍ୱର ସବୁଠାରୁ ଉଚ୍ଚ ଅଞ୍ଚଳରେ ଫୁଟବଲ୍ ମ୍ୟାଚ୍। ଯେଉଁଠି ସାଧାରଣ ମଣିଷ ପାଇଁ ନିଶ୍ୱାସ ନେବା କଷ୍ଟସାଧ୍ୟ। ସେହି ଅଞ୍ଚଳରେ ଫୁଟବଲ ମ୍ୟାଚ୍ ଆୟୋଜନ କରିଛି ଆଇଟିବିପି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଇଟିବିପି ପକ୍ଷରୁ ଲେହରେ ଆୟୋଜନ ହୋଇଥିଲା ଫୁଟବଲ ଟୁର୍ଣ୍ଣାମେଣ୍ଟ। ଯେଉଁଥିରେ ଓଇସିସ୍ ଫୁଟବଲ୍ କ୍ଲବ ୩-୧ ଗୋଲରେ ମହାବୋଧି କ୍ଲବକୁ ହରାଇଛି। ବରଫ ଆଞ୍ଚାଦିତ ଅଞ୍ଚଳରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିଲା। ଲେହ୍ ଅଞ୍ଚଳରେ ଫୁଟବଲକୁ ପ୍ରୋତ୍ସାହିତ କରିବା ସହ ଖେଳାଳିଙ୍କୁ ରାଷ୍ଟ୍ରୀୟ ସ୍ତରର ପ୍ରସ୍ତୁତ କରିବା ପାଇଁ ଏପରି ପଦକ୍ଷେପ ନେଇଛି ଆଇଟିବିପି। ଅକ୍ଟୋବର ୨୦ରୁ ୩୦ ଯାଏ ଚାଲିଥିଲା ଏହି ଟୁର୍ଣ୍ଣାମେଣ୍ଟ।

Related story