୩ ମାସ ପାଇଁ ନିଲମ୍ବିତ ହେଲେ ଫୁଟବଲ ସୁପରଷ୍ଟାର ମେସି

ୱାଶିଂଟନ୍‌: ଫୁଟବଲ ଜଗତର କିମ୍ବଦନ୍ତୀ ଖେଳାଳି ଲିଓନେଲ ମେସି ୩ ମାସ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ନିଲମ୍ବିତ ହୋଇଛନ୍ତି। ସେ ଏକ ପୁରସ୍କାର ଉତ୍ସବକୁ ଦୁର୍ନୀତିର ଉତ୍ସବ ବୋଲି କହିଥିବାରୁ ଫୁଟବଲ ସଂସ୍ଥା CONMEBOL ମେସିଙ୍କୁ ଦଣ୍ଡ ଦେଇ ୩ ମାସ ପାଇଁ ଆର୍ଜେଣ୍ଟିନା ପକ୍ଷରୁ ସେ ଖେଳି ପାରିବେନି ବୋଲି କହିଛି। ଏହି ଦକ୍ଷିଣ ଆମେରିକୀୟ ସଂସ୍ଥା ମେସିଙ୍କୁ ୫୦ ହଜାର ଡଲାରର ଜୋରିମାନା ଦେବାକୁ ମଧ୍ୟ କହିଛି। କୋପା ଆମେରିକାରେ ତୃତୀୟ ସ୍ଥାନ ପାଇଁ […]

h

Hemant Lenka
  • Published: Saturday, 03 August 2019
  • , Updated: 03 August 2019, 03:25 PM IST

ୱାଶିଂଟନ୍‌: ଫୁଟବଲ ଜଗତର କିମ୍ବଦନ୍ତୀ ଖେଳାଳି ଲିଓନେଲ ମେସି ୩ ମାସ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ନିଲମ୍ବିତ ହୋଇଛନ୍ତି। ସେ ଏକ ପୁରସ୍କାର ଉତ୍ସବକୁ ଦୁର୍ନୀତିର ଉତ୍ସବ ବୋଲି କହିଥିବାରୁ ଫୁଟବଲ ସଂସ୍ଥା CONMEBOL ମେସିଙ୍କୁ ଦଣ୍ଡ ଦେଇ ୩ ମାସ ପାଇଁ ଆର୍ଜେଣ୍ଟିନା ପକ୍ଷରୁ ସେ ଖେଳି ପାରିବେନି ବୋଲି କହିଛି।

ଏହି ଦକ୍ଷିଣ ଆମେରିକୀୟ ସଂସ୍ଥା ମେସିଙ୍କୁ ୫୦ ହଜାର ଡଲାରର ଜୋରିମାନା ଦେବାକୁ ମଧ୍ୟ କହିଛି। କୋପା ଆମେରିକାରେ ତୃତୀୟ ସ୍ଥାନ ପାଇଁ ଚିଲୀ ବିପକ୍ଷରେ ଆର୍ଜେଣ୍ଟିନା ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚ୍‌ଟିକୁ ଆର୍ଜେଣ୍ଟିନା ୨-୧ରେ ଜିତି ନେଇଥିଲା। ତେବେ ମେସି ପୁରସ୍କାର ଉତ୍ସବକୁ ବୟକଟ କରିବା ସହ ଏହାକୁ ଦୁର୍ନୀତିର ଉତ୍ସବ ବୋଲି କହିଥିଲେ।

ଅନ୍ୟପକ୍ଷରେ ମେସି ଓ ଆରଜେଣ୍ଟିନା ଚାହିଁଲେ ଏହି ନିଷ୍ପତ୍ତି ବିରୋଧରେ ପୁନଃ ସମୀକ୍ଷା ପାଇଁ ଆବେଦନ କରିପାରିବେ। ନିଲମ୍ବନ ଯୋଗୁ ୩୨ ବର୍ଷୀୟ ମେସି ସେପ୍ଟେମ୍ବରରେ ଚିଲୀ ଓ ମେକ୍ସିକୋ ବିପକ୍ଷ ମ୍ୟାଚରେ ଖେଳି ପାରିବେ ନାହିଁ। ସେହିପରି ଅକ୍ଟୋବର ମାସରେ ଜର୍ମାନୀ ବିପକ୍ଷ ମ୍ୟାଚ୍‌ ମଧ୍ୟ ସେ ଖେଳିପାରିବେ ନାହିଁ। ଏହି ଦଣ୍ଡାଦେଶ ସମ୍ପର୍କରେ ମେସି କିମ୍ବା ଆରଜେଣ୍ଟିନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related story