ଏଥିପାଇଁ ୟୁଏଇ ଟି-୧୦ ଲିଗ୍‌ ଖେଳିବେ ନାହିଁ ଶୋଏବ୍‌ ମାଲିକ

ନୂଆଦିଲ୍ଲୀ: ୟୁନାଇଟେଡ୍‌ ଆରବ ଏମିରେଟ୍‌ସ୍‌(ୟୁଏଇ)ର ସାରଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ହେବାକୁ ଥିବା ଟି-ଟେନ୍‌ କ୍ରିକେଟ୍‌ ଲିଗ୍‌ର ଦ୍ୱିତୀୟ ସଂସ୍କରଣରୁ ପାକିସ୍ତାନୀ ତାରକା କ୍ରିକେଟର୍‌ ଶୋଏବ୍ ମାଲିକ ଓହରି ଯାଇଛନ୍ତି। ଏହି ପୂର୍ବତନ ପାକ୍‌ ଅଧିନାୟକ ଚଳିତ୍‌ ସିଜନ୍‌ରେ ପଞ୍ଜାବ ଲିଜେଣ୍ଡ୍‌ ପକ୍ଷରୁ ଖେଳିବାର ଥିଲା। ତେବେ ପରିବାର ସହିତ ଅଧିକ ସମୟ ଦେବାକୁ ଚାହୁଁଥିବାରୁ ସେ ଦଳ ସହ ରହିପାରିବେ ନାହିଁ ବୋଲି ଶୋଏବ୍‌ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି। ୬ଟି ଦଳକୁ ନେଇ ସାରଜାରେ ଏହି […]

puspa-game

Puspanjali Panda
  • Published: Tuesday, 13 November 2018
  • , Updated: 13 November 2018, 02:17 PM IST

ନୂଆଦିଲ୍ଲୀ: ୟୁନାଇଟେଡ୍‌ ଆରବ ଏମିରେଟ୍‌ସ୍‌(ୟୁଏଇ)ର ସାରଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ହେବାକୁ ଥିବା ଟି-ଟେନ୍‌ କ୍ରିକେଟ୍‌ ଲିଗ୍‌ର ଦ୍ୱିତୀୟ ସଂସ୍କରଣରୁ ପାକିସ୍ତାନୀ ତାରକା କ୍ରିକେଟର୍‌ ଶୋଏବ୍ ମାଲିକ ଓହରି ଯାଇଛନ୍ତି। ଏହି ପୂର୍ବତନ ପାକ୍‌ ଅଧିନାୟକ ଚଳିତ୍‌ ସିଜନ୍‌ରେ ପଞ୍ଜାବ ଲିଜେଣ୍ଡ୍‌ ପକ୍ଷରୁ ଖେଳିବାର ଥିଲା। ତେବେ ପରିବାର ସହିତ ଅଧିକ ସମୟ ଦେବାକୁ ଚାହୁଁଥିବାରୁ ସେ ଦଳ ସହ ରହିପାରିବେ ନାହିଁ ବୋଲି ଶୋଏବ୍‌ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି।

୬ଟି ଦଳକୁ ନେଇ ସାରଜାରେ ଏହି ଟି-ଟେନ୍‌ ଲିଗ୍‌ ଆସନ୍ତା ୨୧ ତାରିଖରୁ ଡିସେମ୍ବର ୨ ଯାଏ ଚାଲିବ। ତେବେ ନିକଟରେ ୟୁଏଇରେ ପାକିସ୍ତାନ୍‌- ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ଅନୁଷ୍ଠିତ  ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ୍‌ ସାରି ଘରକୁ ଫେରିଥିବା ଜାତୀୟ ଦଳର ନିୟମିତ ତଥା ବ୍ୟାଟିଂ ମେରୁଦଣ୍ଡ ଶୋଏବ୍‌ ନିଜ ପତ୍ନୀ ଓ ପୁଅ ସହ ଅଧିକ ସମୟ ବିତାଇବା ଲକ୍ଷ୍ୟରେ ଟି-ଟେନ୍‌ ଲିଗ୍‌ରୁ ଓହରିଯିବା ଭଳି କଠିନ ନିଷ୍ପତ୍ତି ନେଇଛନ୍ତି ବୋଲି ଏକ ଭାବବିହ୍ୱଳ ଭରା ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି।

୨୦୧୦ ଏପ୍ରିଲ୍‌ ୧୨ ତାରିଖରେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କୁ ବିବାହ କରିବା ପରେ ଉଭୟଙ୍କର ଏକ ପୁତ୍ର ସନ୍ତାନ ହୋଇଛି। ପୁଅର ନାଁ ରହିଛି ଇଜ୍‌ହାନ୍ ମିର୍ଜା ମଲ୍ଲିକ୍‌।

ଟି-ଟେନ୍‌ ଲିଗ୍‌ରୁ ଓହରିଯିବା ସମ୍ପର୍କରେ ଟ୍ୱିଟ୍‌ କରି ଶୋଏବ୍ କହିଛନ୍ତି ଯେ, "ଏକ ମିଶ୍ର ଭାବନା ସହ ମୁଁ ଏହା କହିବାକୁ ଚାହୁଁଛି ଯେ ପରିବାରକୁ ଅଧିକ ସମୟ ଦେବା ପାଇଁ  ଆସନ୍ତା ଟି-ଟେନ୍ ଲିଗ୍‌ରେ ମୁଁ 'ପଞ୍ଜାବ୍ ଲିଜେଣ୍ଡ୍‌' ପକ୍ଷରୁ ପ୍ରତିନିଧିତ୍ୱ କରିପାରିବି ନାହିଁ। ଯଦିଓ ମୋ ପତ୍ନୀ ମୁଁ ଖେଳିବା ଚାହୁଁଥିଲେ, କିନ୍ତୁ ପତ୍ନୀ ଓ ପୁଅ ସବୁଠାରୁ ଉର୍ଦ୍ଧ୍ୱରେ ଥିବାରୁ ସେମାନଙ୍କ ସହ ସମୟ ବିତାଇବା ପାଇଁ ମୁଁ ଏହି କଠିନ ନିଷ୍ପତ୍ତି ନେଉଛି। ଆଶା କରୁଛି, ଏହା ଆପଣମାନେ ବୁଝିପାରିବେ।"

I announce with mixed feelings that I will be not be part of @PunjabiLegends_ #T10League to spend time with my family. This was a tough decision (sp since my wife thinks I should play) but I want to be with my wife and son more than anything else. Hope you all will understand ?

ୟୁଏଇରେ ପାକିସ୍ଥାନ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ୩ଟିକିଆ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ ଆସନ୍ତା ଡିସେମ୍ବର ୩ ତାରିଖରୁ ଆରମ୍ଭ ହେଉଥିଲେ ହେଁ ଶୋଏବ୍‌ ପାକ୍‌ ଟେଷ୍ଟ୍‌ ଦଳରେ ସ୍ଥାନ ପାଇନାହାନ୍ତି।

Related story