ଏହି ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲୀୟ କ୍ୟାପଟେନ୍ ନିଜ ପତ୍ନୀଙ୍କୁ ଦେଲେ ଛାଡ଼ପତ୍ର

ସିଡନୀ: ଅଷ୍ଟ୍ରେଲିଆକୁ ୨୦୧୫ରେ ବିଶ୍ୱ ଚାମ୍ପିୟନ୍ କରାଇଥିବା ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କଙ୍କ ବ୍ୟକ୍ତିଗତ ଜୀବନ କିଛି ଠିକ୍ ଚାଲିନାହିଁ । କ୍ଲାର୍କଙ୍କର ନିଜ ପତ୍ନୀ କାୟଲିଙ୍କ ସହ ଛାଡ଼ପତ୍ର ହୋଇଛି। ଖୋଦ୍ କ୍ଲାର୍କ ଏହି ସୂଚନା ଦେଇଛନ୍ତି। କ୍ଲାର୍କ ୭ ବର୍ଷ ପୂର୍ବେ କାୟଲିଙ୍କୁ ବିବାହ କରିଥିଲେ ଏବଂ ଦୁହିଁଙ୍କର ଗୋଟିଏ ଝିଅ ମଧ୍ୟ ଅଛି। ତେବେ କିଛି ଦିନ ହେବ ଦୁହିଁଙ୍କ ସମ୍ପର୍କରେ ଫାଟ ଦେଖା ଦେଇଛି ଏବଂ କ୍ଲାର୍କ ୫ମାସ ହେବ ନିଜ […]

clarke

Ranjit Kumar Jena
  • Published: Thursday, 13 February 2020
  • , Updated: 13 February 2020, 09:13 PM IST

ସିଡନୀ: ଅଷ୍ଟ୍ରେଲିଆକୁ ୨୦୧୫ରେ ବିଶ୍ୱ ଚାମ୍ପିୟନ୍ କରାଇଥିବା ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କଙ୍କ ବ୍ୟକ୍ତିଗତ ଜୀବନ କିଛି ଠିକ୍ ଚାଲିନାହିଁ । କ୍ଲାର୍କଙ୍କର ନିଜ ପତ୍ନୀ କାୟଲିଙ୍କ ସହ ଛାଡ଼ପତ୍ର ହୋଇଛି। ଖୋଦ୍ କ୍ଲାର୍କ ଏହି ସୂଚନା ଦେଇଛନ୍ତି। କ୍ଲାର୍କ ୭ ବର୍ଷ ପୂର୍ବେ କାୟଲିଙ୍କୁ ବିବାହ କରିଥିଲେ ଏବଂ ଦୁହିଁଙ୍କର ଗୋଟିଏ ଝିଅ ମଧ୍ୟ ଅଛି। ତେବେ କିଛି ଦିନ ହେବ ଦୁହିଁଙ୍କ ସମ୍ପର୍କରେ ଫାଟ ଦେଖା ଦେଇଛି ଏବଂ କ୍ଲାର୍କ ୫ମାସ ହେବ ନିଜ ଘରଠାରୁ ଅଲଗା ହୋଇ ରହୁଥିଲେ।

ଏ ନେଇ କ୍ଲାର୍କ କହିଛନ୍ତି, ଗତ କିଛି ଦିନ ହେବ ଆମେ ଅଲଗା ରହିବା ପରେ ଏବେ ଆମେ ଏହି କଠିନ ନିଷ୍ପତ୍ତି ନେଇଛୁ। ଆମେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ପରସ୍ପରକୁ ସମ୍ମାନ ଦେଉ ଏବଂ ଅଲଗା ହେବା ହିଁ ଆମ ଦୁହିଁଙ୍କ ପାଇଁ ଭଲ ହେବ। ଏହି ଛାଡ଼ପତ୍ର ପାଇଁ କ୍ଲାର୍କ ନିଜ ପତ୍ନୀଙ୍କୁ ୪୦ ମିଲିୟନ୍ ଡଲାର୍ (୨୮୫ କୋଟି) ଦେବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ୨୦୧୮ରେ ଅଷ୍ଟ୍ରେଲିଆର ରିପୋର୍ଟ ଅନୁଯାୟୀ, କ୍ଲାର୍କ ନିଜର ଆସିଷ୍ଟାଣ୍ଟଙ୍କ ସହ ଅବୈଧ ସମ୍ପର୍କ (ଏକ୍ସଟ୍ରା ମାରିଟାଲ୍ ଆଫେୟାର୍ସ ) ରଖିଛନ୍ତି। ତାଙ୍କ ଆସିଷ୍ଟାଣ୍ଟଙ୍କ ନାଁ ସାଶା ଆର୍ମଷ୍ଟ୍ରଙ୍ଗ, ଯିଏ ତାଙ୍କ କ୍ରିକେଟ୍ ଏକାଡେମୀର କାମ ସମ୍ଭାଳୁଛନ୍ତି। କ୍ଲାର୍କ ଓ ସାଶାଙ୍କ କିଛି ଫଟୋ ମଧ୍ୟ ମିଡିଆରେ ଲିକ୍ ହୋଇଥିଲା। ତେଣୁ ଏହି ଆଫେୟାର୍ କାରଣରୁ ହୁଏତ କ୍ଲାର୍କ ନିଜ ପତ୍ନୀ କାୟଲିଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି।

ସୂଚନାଯୋଗ୍ୟ, କ୍ଲାର୍କ ଅଷ୍ଟ୍ରେଲିଆର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର୍। ୮ ଅଗଷ୍ଟ, ୨୦୧୫ରେ ସନ୍ନ୍ୟାସ ନେଇଥିବା କ୍ଲାର୍କ ନିଜ ନେତୃତ୍ୱରେ ୨୦୧୫ରେ ଅଷ୍ଟ୍ରେଲିଆକୁ ବିଶ୍ୱ ବିଜେତା କରାଇଥିଲେ। କ୍ଲାର୍କ ୨୪୫ ଦିନିକିଆରେ ୪୫ ହାରରେ ୭୯୮୧ ରନ୍ ଏବଂ ୧୧୫ ଟେଷ୍ଟରେ ୪୯.୧୦ ହାରରେ ୮୬୪୩ ରନ୍ କରିଛନ୍ତି।

Related story